Advertisment

Chhaava: ବକ୍ସ ଅଫିସ୍‌କୁ କାବୁ କରିଛି ‘ଛାଭା’; ଆଶ୍ଚର୍ଯ୍ୟ କରୁଛି ବିଶ୍ୱବ୍ୟାପୀ ରୋଜଗାର

ଆକ୍ସନ୍-ପ୍ୟାକ୍ ପିରିୟଡ୍ ଡ୍ରାମା ଫିଲ୍ମ 'ଛାଭା' ୨୦୨୫ ବର୍ଷର ସର୍ବାଧିକ ଆୟ କରିଥିବା ଫିଲ୍ମ ହୋଇପାରିଛି। ସବୁଠାରୁ କୌତୁହଳର ବିଷୟ ହେଉଛି ଏହି ଫିଲ୍ମ ଗତ ୧୪ ଦିନ ଧରି ଦୁଇ ଅଙ୍କ ବିଶିଷ୍ଟ ରୋଜଗାର କରୁଛି। ତେବେ ଜାଣିବା ଭିକି କୌଶଲଙ୍କ 'ଛାଭା' ବର୍ତ୍ତମାନ ପର୍ଯ୍ୟନ୍ତ କେତେ କୋଟି ଟଙ୍କା ରୋଜଗାର କରିଛି।

ଅଦ୍ୟତନ ହୋଇଛି
Chhaava worldwide box office collection day 14

Chhaava worldwide box office collection day 14

Advertisment

ବଲିଉଡ୍‌ ଷ୍ଟାର୍ ଭିକି କୌଶଲଙ୍କ 'ଛାଭା' ବକ୍ସ ଅଫିସକୁ କାବୁ କରି ରଖିଛି। ଫିଲ୍ମଟି ପ୍ରଥମ ଦିନରୁ ଜବରଦସ୍ତ ବ୍ୟବସାୟ କରୁଛି। ସାରା ଦେଶରେ ଏହି ଫିଲ୍ମର ରୋଜଗାର ୪୦୦କୋଟି ଟଙ୍କା ଅତିକ୍ରମ କରିଥିବାବେଳେ ସାରା ବିଶ୍ୱରେ ୫୦୦ କୋଟିରୁ ଅଧିକ ରୋଜଗାର କରିଛି।

Advertisment

ସବୁଠାରୁ କୌତୁହଳର ବିଷୟ ହେଉଛି ଏହି ଫିଲ୍ମ ଗତ ୧୪ ଦିନ ଧରି ଦୁଇ ଅଙ୍କ ବିଶିଷ୍ଟ ରୋଜଗାର କରୁଛି। ତେବେ ଜାଣିବା ଭିକି କୌଶଲଙ୍କ 'ଛାଭା' ବର୍ତ୍ତମାନ ପର୍ଯ୍ୟନ୍ତ କେତେ କୋଟି ଟଙ୍କା ରୋଜଗାର କରିଛି।

ଅଧିକ ପଢ଼ନ୍ତୁ: ସାଉଥ୍ ଉପରେ ଭାରି ପଡିଲା ବଲିଉଡ୍; ଏଥର କାମ ଦେଲାନି ଦକ୍ଷିଣୀ ଯାଦୁ

ଆକ୍ସନ୍-ପ୍ୟାକ୍ ପିରିୟଡ୍ ଡ୍ରାମା ଫିଲ୍ମ 'ଛାଭା' ୨୦୨୫ ବର୍ଷର ସର୍ବାଧିକ ଆୟ କରିଥିବା ଫିଲ୍ମ ହୋଇପାରିଛି। ଏହାର କାହାଣୀ ଛତ୍ରପତି ଶିବାଜୀ ମହାରାଜଙ୍କ ପୁଅ ଶମ୍ୱାଜୀ ମହାରାଜଙ୍କ ଉପରେ ଆଧାରିତ। ଭିକି କୌଶଲ 'ଛାଭା'ରେ ମରାଠା ବୀର ଶମ୍ୱାଜୀ ମହାରାଜଙ୍କ ଭୂମିକାରେ ଅଭିନୟ କରିଛନ୍ତି ଏବଂ ତାଙ୍କ କାମକୁ ଖୁବ ପସନ୍ଦ କରାଯାଉଛି।

Advertisment

ଏହି କାରଣରୁ ବକ୍ସ ଅଫିସରେ ଫିଲ୍ମ ଭଲ ରୋଜଗାର କରୁଛି। ଏକ ରିପୋର୍ଟ ଅନୁଯାୟୀ, 'ଛାଭା' ୧୪ ଦିନରେ ୫୬୩.୭୯ କୋଟି ଟଙ୍କା ରୋଜଗାର କରିଛି।

ଭାରତରେ ୪୦୦ କୋଟି ପାର୍:

‘ଛାଭା’ ମାତ୍ର ୧୨ ଦିନରେ ୫୦୦ କୋଟି ଟଙ୍କାର କ୍ଲବରେ ପ୍ରବେଶ କରିବାର ରେକର୍ଡ ହାସଲ କରିଛି। ଏହା ବ୍ୟତୀତ ଏହା ଭିକି କୌଶଲଙ୍କ କ୍ୟାରିୟରର ସର୍ବାଧିକ ଆୟ କରିଥିବା ଫିଲ୍ମ ବୋଲି ପ୍ରମାଣିତ ହୋଇଛି।

Advertisment

ଅଧିକ ପଢ଼ନ୍ତୁ: ଶମ୍ୱାଜୀ ମହାରାଜ କିଏ, ତାଙ୍କ ଉପରେ କାହିଁକି ହେଲା ଫିଲ୍ମ

ଘରୋଇ ବକ୍ସ ଅଫିସରେ ମଧ୍ୟ ଫିଲ୍ମ ଭଲ କାମ କରୁଛି। ଟ୍ରେଡ୍ ଆନାଲିଷ୍ଟ୍ ତରଣ ଆଦର୍ଶଙ୍କ ଅନୁଯାୟୀ, 'ଛାଭା' ଦ୍ୱିତୀୟ ଗୁରୁବାର ଅର୍ଥାତ୍ ୧୪ ଦିନରେ ୧୩.୫୦ କୋଟି ଟଙ୍କା ଆୟ କରିଛି। ଏହିପରି, ସାରା ଦେଶରେ ଫିଲ୍ମର ସଂଗ୍ରହ ୪୧୧.୪୬ କୋଟି ଟଙ୍କାରେ ପହଞ୍ଚିଛି।

ଭାରତରେ 'ଛାଭା'ର ରୋଜଗାର:

  • ପ୍ରଥମ ଦିନ - ୩୩.୧୦ କୋଟି
  • ଦ୍ୱିତୀୟ ଦିନ - ୩୯.୩୦ କୋଟି
  • ତୃତୀୟ ଦିନ - ୪୯.୦୩ କୋଟି
  • ଚତୁର୍ଥ ଦିନ - ୨୪.୧୦ କୋଟି
  • ପଞ୍ଚମ ଦିନ - ୨୫.୭୫ କୋଟି
  • ଷଷ୍ଠ ଦିନ - ୩୨.୪୦ କୋଟି
  • ସପ୍ତମ ଦିନ - ୨୧.୬୦ କୋଟି
  • ଅଷ୍ଟମ ଦିନ -୨୪.୦୩ କୋଟି
  • ନବମ ଦିନ - ୪୪.୧୦ କୋଟି
  • ଦଶମ ଦିନ - ୪୧.୧୦ କୋଟି
  • ଏକାଦଶ ଦିନ - ୧୯.୧୦ କୋଟି
  • ଦ୍ୱାଦଶ ଦିନ - ୧୯.୨୩ କୋଟି
  • ତ୍ରୟୋଦଶ ଦିନ - ୨୫.୦୨ କୋଟି
  • ଚତୁର୍ଦ୍ଦଶ ଦିନ -୧୩,୬୦ କୋଟି
  • ମୋଟ ରୋଜଗାର - ୪୧୧.୪୬ କୋଟି

ଷ୍ଟାର୍‌କାଷ୍ଟ୍:

ଫିଲ୍ମରେ ଭିକି କୌଶଲଙ୍କ ବ୍ୟତୀତ ରଶ୍ମିକା ମନ୍ଦାନା, ଆଶୁତୋଷ ରାଣା, ଡାଏନା ପେଣ୍ଟି, ଭିନୀତ କୁମାର ସିଂହଙ୍କ ଭଳି ତାରକା ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ଏହି ଚଳଚ୍ଚିତ୍ରଟି ଫେବୃଆରୀ ୧୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି।

ଏହି ଫିଲ୍ମରେ ଅକ୍ଷୟ ଖାନ୍ନା ମୋଗଲ ସମ୍ରାଟ ଔରଙ୍ଗଜେବ ଭୂମିକାରେ ଅଭିନୟ କରି ସମସ୍ତଙ୍କ ହୃଦୟ ଜିତିଛନ୍ତି। ଫିଲ୍ମକୁ ଲକ୍ଷ୍ମଣ ଉତେକର ନିର୍ଦ୍ଦେଶନା ଦେଇଛନ୍ତି। ଦୀନେଶ ଭିଜନଙ୍କ ପ୍ରଡକ୍ସନ୍ ହାଉସ୍ ମ୍ୟାଡକ୍ ଫିଲ୍ମସ୍ ବ୍ୟାନରରେ ‘ଛାଭା’ ନିର୍ମିତ।

ଅଧିକ ପଢ଼ନ୍ତୁ: ବକ୍ସ ଅଫିସରେ 'ଛାଭା' ଆଲୋଡ଼ନ; ହେଲା ସବୁଠାରୁ ବଡ ଓପନିଂ ଫିଲ୍ମ

Rashmika Mandanna Bollywood Akshaye Khanna Vicky Kaushal Chhaava
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ