ଆକ୍ସନ୍-ପ୍ୟାକ୍ ପିରିୟଡ୍ ଡ୍ରାମା ଫିଲ୍ମ 'ଛାଭା' ୨୦୨୫ ବର୍ଷର ସର୍ବାଧିକ ଆୟ କରିଥିବା ଫିଲ୍ମ ହୋଇପାରିଛି। ସବୁଠାରୁ କୌତୁହଳର ବିଷୟ ହେଉଛି ଏହି ଫିଲ୍ମ ଗତ ୧୪ ଦିନ ଧରି ଦୁଇ ଅଙ୍କ ବିଶିଷ୍ଟ ରୋଜଗାର କରୁଛି। ତେବେ ଜାଣିବା ଭିକି କୌଶଲଙ୍କ 'ଛାଭା' ବର୍ତ୍ତମାନ ପର୍ଯ୍ୟନ୍ତ କେତେ କୋଟି ଟଙ୍କା ରୋଜଗାର କରିଛି।
ଫିଲ୍ମ 'ଛାଭା' ପ୍ରଥମ ଦିନରେ ୩୧ କୋଟିରୁ ଅଧିକ ଟଙ୍କାରେ ଖାତା ଖୋଲିଛି। ଏହା ଶିବାଜୀ ସାୱନ୍ତଙ୍କ ଦ୍ୱାରା ଲିଖିତ ମରାଠୀ ଉପନ୍ୟାସ ‘ଛାଭା’ ଉପରେ ଆଧାରିତ। ଏଥିରେ ଭିକି କୌଶଲ ଶମ୍ୱାଜୀ ମହାରାଜ ଭୂମିକାରେ ଅଭିନୟ କରିଛନ୍ତି। କିଏ ଏହି ଶମ୍ୱାଜୀ ମହାରାଜ ଆସନ୍ତୁ ଜାଣିବା।
'ଛାଭା ରିଲିଜ୍ ହେବାକୁ ଆଉ କେଇଟା ଦିନ ବାକି ଅଛି, କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ପ୍ରେକ୍ଷାଳୟକୁ ଆସିବା ପୂର୍ବରୁ 'ଛାଭା' କୋଟି କୋଟି ଟଙ୍କା ରୋଜଗାର କରୁଛି। ନିକଟରେ ଫିଲ୍ମର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଛି ଏବଂ ଲୋକମାନେ ବହୁ ସଂଖ୍ୟାରେ ଟିକେଟ୍ ବୁକିଂ କରୁଛନ୍ତି।
'ଛାଭା'ର ଟ୍ରେଲର୍ ରିଲିଜ୍ ପରେ ଏହାକୁ ଖୁବ ପ୍ରଶଂସା ମିଳୁଛି। ଏହାରି ଭିତରେ ଫିଲ୍ମକୁ ନେଇ ବିବାଦ ମଧ୍ୟ ଦେଖାଦେଲାଣି। ଏବେ ମହାରାଷ୍ଟ୍ର ମନ୍ତ୍ରୀ ଉଦୟ ସାମନ୍ତ ଦାବି କରିଛନ୍ତି ଯେ 'ଛାଭା'ର ରିଲିଜ୍ ପୂର୍ବରୁ ପ୍ରଥମେ ବିଶେଷଜ୍ଞଙ୍କୁ ଦେଖାଯାଉ।