Advertisment

World Health Day 2025: ନିଜ ଶରୀରକୁ ଫିଟ୍ ଆଣ୍ଡ୍ ଫାଇନ୍ ରଖିବାକୁ ଚାହୁଛନ୍ତି କି… ଆପଣଙ୍କ ପାଇଁ ୪ଟି ଟିପ୍ସ

କୁହାଯାଏ ସ୍ୱାସ୍ଥ୍ୟ ହିଁ ସଂପଦ। ଏହି ବିଚାର ଅଧିକରୁ ଅଧିକ ପ୍ରଚାର କରିବା ପାଇଁ ପ୍ରତିବର୍ଷ ‘ବିଶ୍ୱ ସ୍ୱାସ୍ଥ୍ୟ ଦିବସ’ ପାଳନ ହେଉଛି। ଏହି ଦିନ ଆମକୁ ସ୍ମରଣ କରାଏ ଯେ ସ୍ୱାସ୍ଥ୍ୟ କେବଳ ରୋଗକୁ ଦୂର କରିବା ନୁହେଁ, ବରଂ ନିଜକୁ ଶାରୀରିକ, ମାନସିକ ଏବଂ ସାମାଜିକ ଭାବେ ସୁସ୍ଥ ରଖିବା।

author-image
Pramod Behera
ଅଦ୍ୟତନ ହୋଇଛି
World Health Day 2025

World Health Day 2025

‘ବିଶ୍ୱ ସ୍ୱାସ୍ଥ୍ୟ ଦିବସ’ ପ୍ରତିବର୍ଷ ୦୭ ଏପ୍ରିଲରେ ସମଗ୍ର ବିଶ୍ୱରେ ପାଳନ କରାଯାଏ। ଏହି ଦିନଟି ହେଉଛି ବିଶ୍ୱ ସ୍ୱାସ୍ଥ୍ୟ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଲୋକଙ୍କୁ ସୁସ୍ଥ ଜୀବନଯାପନ ପାଇଁ ପ୍ରେରଣା ଯୋଗାଇବା। ଏହି ଦିନକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ର ସ୍ଥାପନ ଦିନରେ ପାଳନ କରାଯାଏ। ଏହି ଦିନ ବିଭିନ୍ନ ଦେଶକୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ସହଯୋଗ କରିବାକୁ ଏବଂ ପରସ୍ପରଠାରୁ ଶିଖିବାକୁ ଉତ୍ସାହିତ କରେ।

Advertisment

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ପ୍ରତିଷ୍ଠାର ବାର୍ଷିକୀ ପାଳନ ପାଇଁ ୧୯୪୮ ମସିହାରେ ‘ବିଶ୍ୱ ସ୍ୱାସ୍ଥ୍ୟ ଦିବସ’ ପାଳନ ଆରମ୍ଭ ହୋଇଥିଲା। ଏହି ଦିନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସଦସ୍ୟ ଦେଶମାନଙ୍କ ଦ୍ୱାରା ଅନେକ କାର୍ଯ୍ୟକ୍ରମ ଆୟୋଜିତ ହୁଏ, ଯେଉଁଥିରେ ସ୍ୱାସ୍ଥ୍ୟ ସଚେତନତା ଶିବିର, ସ୍ୱାସ୍ଥ୍ୟ ମେଳା ଏବଂ ସ୍ୱାସ୍ଥ୍ୟ ଶିକ୍ଷା କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ। ୧୯୫୦ ମସିହାରେ ପ୍ରଥମ ‘ବିଶ୍ୱ ସ୍ୱାସ୍ଥ୍ୟ ଦିବସ’ ପାଳନ କରାଯାଇଥିଲା।

ଯେତେବେଳେ ଶରୀରକୁ ସୁସ୍ଥ ରଖିବା କଥା ଆସେ, ସେତେବେଳେ ସାମଗ୍ରିକ ସ୍ୱାସ୍ଥ୍ୟର ଯତ୍ନ ନେବା ଗୁରୁତ୍ୱପୂର୍ଣ୍ଣ ହୋଇଯାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ଆଜିକାଲି ଜୀବନଶୈଳୀ ଏବଂ ଖାଦ୍ୟପେୟରେ ବ୍ୟାଘାତ ହେତୁ ଅନେକ ପ୍ରକାରର ସମସ୍ୟା ବୃଦ୍ଧି ପାଉଛି। ତେବେ ଆପଣ ଯଦି ନିଜ ଶରୀରକୁ ଫିଟ୍ ଆଣ୍ଡ୍ ଫାଇନ୍ ରଖିବାକୁ ଚାହାନ୍ତି ତେବେ ଏହି ଟିପ୍ସଗୁଡିକୁ ଫଲୋ କରନ୍ତୁ।

Advertisment

ଅଧିକ ପଢ଼ନ୍ତୁ: ଯଦି ଆପଣ ଦାନ୍ତ ସଫା କରୁନାହାଁନ୍ତି ତେବେ ନିଜ ହୃଦୟ ପାଇଁ ବିପଦ ସୃଷ୍ଟି କରୁଛନ୍ତି

ପୌଷ୍ଟିକ ଖାଦ୍ୟ:

ଫିଟ୍‌ନେସ୍ ବିଶେଷଜ୍ଞଙ୍କ ଅନୁଯାୟୀ, ସାଧାରଣତଃ ସ୍ନାକ୍‌ରେ ଖାଉଥିବା ଅଭ୍ୟାସକୁ ପରିବର୍ତ୍ତନ କରିବା ଜରୁରୀ। ଏହା ବଦଳରେ ତରଭୁଜ ଏବଂ କାକୁଡି ପରି ଜଳୀୟ ଅଂଶରେ ଭରପୂର ଥିବା ଫଳ ଏବଂ ପନିପରିବା ଖାଇପାରିବେ। ଏହା ବ୍ୟତୀତ ସୁସ୍ଥ ପ୍ରୋଟିନ୍ ଏବଂ କାର୍ବୋହାଇଡ୍ରେଟ୍‌ର ସଠିକ୍ ଅନୁପାତ ବାଛିବା ଉଚିତ। ଏହା ଆପଣଙ୍କୁ ଦୀର୍ଘ ସମୟ ପାଇଁ ଶକ୍ତିଶାଳୀ ଅନୁଭବ କରେଇବ।

କ୍ୟାଲୋରୀ କାଉଣ୍ଟ:

ପ୍ରୋଟିନ୍ ଏବଂ କାର୍ବୋହାଇଡ୍ରେଟ୍ ତୁଳନାରେ ଫ୍ୟାଟ୍‌ର ମାତ୍ରା ହ୍ରାସ କରିବାକୁ ପଡିବ। ଫ୍ୟାଟ୍‌ରେ କ୍ୟାଲୋରୀ ଦ୍ୱିଗୁଣିତ ହୋଇଯାଏ। ଏହା ପରିବର୍ତ୍ତେ ଅଧିକ ପୋଷକ ତତ୍ତ୍ୱ, କମ୍ କ୍ୟାଲୋରୀ ଫଳ ଏବଂ ପନିପରିବା ଖାଇବା ଜରୁରୀ। ପ୍ରାୟତଃ ଲୋକମାନେ କେବଳ ଭୋକ ମେଣ୍ଟାଇବା ପାଇଁ କିଛି ଖାଆନ୍ତି, ଏହାଠାରୁ ଦୂରେଇ ରହିବା ଉଚିତ। ଭୋକ ମେଣ୍ଟେଇବା ସହ ସ୍ୱାସ୍ଥ୍ୟ ଉପରେ ଭଲ ପ୍ରଭାବ ପଡୁଥିବା ଖାଦ୍ୟ ଖାଇବା ଜରୁରୀ।

ମାନସିକ ସ୍ୱାସ୍ଥ୍ୟ:

ଓଜନ ହ୍ରାସରେ ଚାପର ମହତ୍ୱପୂର୍ଣ୍ଣ ପ୍ରଭାବ ପଡିଥାଏ। ଏହା ଆପଣଙ୍କ ଶରୀରରେ କର୍ଟିସୋଲ ହର୍‌ମୋନକୁ ପ୍ରଭାବିତ କରିଥାଏ, ଯାହା ଓଜନ ହ୍ରାସ କରିବାରେ ବାଧା ସୃଷ୍ଟି କରିଥାଏ। ତେଣୁ ଯୋଗ, ଧ୍ୟାନ ଏବଂ ମାନସିକତା ଦ୍ୱାରା ଆପଣ ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣିପାରିବେ।

ପ୍ରୋଟିନ୍ ଗ୍ରହଣର ଯତ୍ନ:

ମାଂସପେଶୀ ବୃଦ୍ଧି ପାଇଁ ପ୍ରୋଟିନ୍ ଗୁରୁତ୍ୱପୂର୍ଣ୍ଣ। ବିଶେଷଜ୍ଞଙ୍କ ମତରେ ଏନେଇ ଶରୀର ପାଇଁ ପ୍ରତିଦିନ ୧.୫ କିଲୋଗ୍ରାମରୁ ୨.୦ କିଲୋଗ୍ରାମ ପ୍ରୋଟିନ୍ ଆବଶ୍ୟକ ହୋଇଥାଏ।

ଅଧିକ ପଢ଼ନ୍ତୁ: କିପରି ଜାଣିବେ ସ୍ତନ କର୍କଟର ପ୍ରାରମ୍ଭିକ ଲକ୍ଷଣ; କେଉଁମାନଙ୍କ ପାଇଁ ହୁଏ ସାଙ୍ଘାତିକ…

Health Tips World Health Day Special Story Life Style
Advertisment
Advertisment