Advertisment

Web Series: ଜାଣନ୍ତୁ କେଉଁ ୱେବ ସିରିଜ ନମ୍ବର ୱାନ୍ , କିଏ ଜିତିଛି ଦର୍ଶକଙ୍କ ହୃଦୟ

କ୍ରିମିନାଲ ଜଷ୍ଟିସ ସିଜନ ୪ରେ ପଙ୍କଜ ତ୍ରିପାଠୀ ପୁଣି ଥରେ ଓକିଲ ମାଧବ ମିଶ୍ରାଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଏଥର କାହାଣୀ ଏକ ଜଟିଳ ପାରିବାରିକ ବିବାଦ ଓ କୋର୍ଟରୁମ ଡ୍ରାମା ଚାରିପାଖରେ ଘୁରି ବୁଲିଛି ।

author-image
Manasranjan Mohanty
Web Series

Web Series

ଭାରତରେ ଏବେ ଓଟିଟି କଣ୍ଟେଣ୍ଟ ଖୁବ ଲୋକପ୍ରିୟ ହେଉଛି । ଦର୍ଶକ ଏବେ ବିଭିନ୍ନ ୱେବ ସିରିଜକୁ ଦେଖିବାକୁ ଓଟିଟି ପ୍ଲାଟଫର୍ମର ସବସ୍କ୍ରିପସନ ବି ନେଉଛନ୍ତି । ଗାଁ ହେଉ କି ସହର ସବୁଠି ଚାଲିଛି ୱେବ ସିରିଜ ।

Advertisment

୨୦୨୫ ର ପ୍ରଥମ ଛମାସରେ ଭାରତରେ ସବୁଠାରୁ ଅଧିକ ଦେଖାଯାଇଥିବା ଓ୍ଵେବ ସିରିଜର ତାଲିକା ପ୍ରକାଶ ପାଇଛି। ଏଥର ଓଟିଟି ପ୍ଲାଟଫର୍ମରେ କିଏ ବାଜି ମାରିଛି ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି। ୨୦୨୫ ରେ ଭାରତରେ ସବୁଠାରୁ ଅଧିକ ଦେଖାଯାଇଥିବା ଓ୍ଵେବ ସିରିଜ ହେଉଛି "କ୍ରିମିନାଲ ଜଷ୍ଟିସ: ଏ ଫ୍ୟାମିଲି ମ୍ୟାଟର"।

ଅଧିକ ପଢନ୍ତୁ:ଘରେ ଦିଆଯାଉଛି ନିର୍ଯାତନା, କାନ୍ଦି କାନ୍ଦି କହିଲେ ଏମିତି କଥା 

ଯାହା ବବି ଦେଓଲଙ୍କ ଆଶ୍ରମ ସିଜନ ୩ ପାର୍ଟ ୨, ଜିତେନ୍ଦ୍ର କୁମାରଙ୍କ ପଞ୍ଚାୟତ ସିଜନ ୪କୁ ପଛରେ ପକାଇ ଦେଇଛି। କ୍ରିମିନାଲ ଜଷ୍ଟିସ: ଏ ଫ୍ୟାମିଲି ମ୍ୟାଟର ଶୋକୁ ଭାରତରେ ସବୁଠାରୁ ଅଧିକ ଦେଖାଯାଇଛି।

Advertisment

କ୍ରିମିନାଲ ଜଷ୍ଟିସ ସିଜନ ୪ରେ ପଙ୍କଜ ତ୍ରିପାଠୀ ପୁଣି ଥରେ ଓକିଲ ମାଧବ ମିଶ୍ରାଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଏଥର କାହାଣୀ ଏକ ଜଟିଳ ପାରିବାରିକ ବିବାଦ ଓ କୋର୍ଟରୁମ ଡ୍ରାମା ଚାରିପାଖରେ ଘୁରି ବୁଲିଛି ।

ଶୋରେ ମହମ୍ମଦ ଜିଶାନ ଅୟୁବ, ସୁରଭୀନ ଚାୱଲା, ଖୁଶବୁ ଅତ୍ରେ, ଓ ଆଶା ନେଗୀ ଭଳି କଳାକାରମାନେ ମଧ୍ୟ ଉଚ୍ଚମାନର ଅଭିନୟ କରିଛନ୍ତି । ଏହି ସିରିଜ କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ଚର୍ଚ୍ଚାରେ ରହିଥିଲା। ଏହା "ଆଶ୍ରମ ସିଜନ ୩ ପାର୍ଟ ୨" (୨୭.୧ ମିଲିୟନ ଭିୟୁଜ) ଓ "ପଞ୍ଚାୟତ ସିଜନ ୪" (୨୩.୮ ମିଲିୟନ ଭିୟୁଜ)କୁ ପଛରେ ପକାଇ ପ୍ରଥମ ସ୍ଥାନ ହାସଲ କରିଛି।

ପଙ୍କଜ ତ୍ରିପାଠୀଙ୍କ ଦମଦାର ଅଭିନୟ ଓ ଦମଦାର କାହାଣୀର ହି ଶୋକୁ ଦର୍ଶକମାନଙ୍କର ପ୍ରିୟ କରି ପାରିଛି । କ୍ରିମିନାଲ ଜଷ୍ଟିସ ସିଜନ ୪ କେବଳ ୨୦୨୫ର ସବୁଠାରୁ ଅଧିକ ଦେଖାଯାଇଥିବା ସିରିଜ ନୁହେଁ, ବରଂ ଏହା କୋଭିଡ ପରେ ସବୁଠାରୁ ଅଧିକ ଦେଖାଯାଇଥିବା ଓ୍ଵେବ ସିରିଜ ମଧ୍ୟରେ ସାମିଲ ହୋଇଛି।

ଅଧିକ ପଢନ୍ତୁ:‘ଆଉ ଆଗ ଭଳି ଆକ୍ସନ ଦେଖାଇ ପାରୁନି, ବୟସର ପ୍ରଭାବ ପଡ଼ିଲାଣି’ 

OTT Web Series
Advertisment
Related Articles
Advertisment