/odishatv-khabar/media/post_attachments/uploadimage/library/16_9/16_9_0/Aamir_Khan_1750512686.jpg)
Aamir Khan
ଫିଲ୍ମି ଫ୍ରାଇଡେରେ ରିଲିଜ ହେ।ଇଛି ଆମିର ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସିତାରେ ଜମିନ ପର୍ ’ । ଫିଲ୍ମର ପ୍ରଥମ ଦିନର କଲେକ୍ସନ ଦେଖି ନିରାଶ ହେ।ଇପାରନ୍ତି ଆମିର । ଲାଲ ସିଂହ ଚଢା ପ୍ରଥମ ଦିନରେ ଯେତିକି ଆୟ କରିଥିଲା ପାଖାପାଖି ସେତିକି କଲେକ୍ସନ କରିଛି ସିତାରେ ଜମିନ ପର୍ ।
ଆମିର ଲଗାତାର ଫିଲ୍ମର ପ୍ରମେ।ସନ କରୁଛନ୍ତି । ରିଲିଜ ପାଇଁ ଅନେକ ମାର୍କେଟିଂ ଷ୍ଟ୍ରାଟେଜୀ ଆପଣାଇଥିଲେ । ଓଟିଟି ପ୍ଲାଟଫର୍ମର ବଡ଼ ବଡ଼ ଅଫର ବି ପ୍ରତ୍ୟାଖାନ ବି କରିଥିଲେ । କିନ୍ତୁ ଯେଉଁ ହିସାବରେ ପ୍ରଥମ ଦିନର କଲେକ୍ସନ ହେବାର ଥିଲା ସେହି ଭଳି ହେଲା ନାହିଁ । ଫିଲ୍ମର ଓପନିଂ ଆମିରଙ୍କ ଲାଲ ସିଂହ ଚଢାର ଫାଷ୍ଟ ଡେ କଲେକ୍ସନ ପାଖାପାଖି ରହିଛି ।
ଅଧିକ ପଢ଼ନ୍ତୁ: ବଲିଉଡର ଦାମୀ ସିଙ୍ଗର, ୪୦ ଟଙ୍କାରେ ବିକୁଛନ୍ତି ଖାଇବା
ଏକ ରିପେ।ର୍ଟ ଅନୁସାରେ ‘ସିତାରେ ଜମିନ ପର୍ ’ ପ୍ରଥମ ଦିନରେ ୧୧.୭ କେ।ଟି ଟଙ୍କା ଆୟ କରିଛି । ଲାଲ ସିଂ ଚଢା ବି ପ୍ରଥମ ଦିନରେ ୧୧.୭ କେ।ଟି ଆୟ କରିଥିଲା । ୨୦୧୭ରେ ସିକ୍ରେଟ ସୁପରଷ୍ଟାରକୁ ଛାଡିଦେଲେ ‘ସିତାରେ ଜମିନ ପର’ ପ୍ରଥମ ଦିନର କଲେକ୍ସନ ଆମିରଙ୍କ ବିଗତ କିଛି ବର୍ଷରେ ସବୁଠୁ କମ ଓପନିଂ ଫିଲ୍ମ । ସିତାରେ ଜମିନ ପର ୨୦୦୭ରେ ଆସିଥିବା ‘ତାରେ ଜମିନ ପର’ ଫିଲ୍ମର ସ୍ବିକେଲ ।
ପ୍ରଥମ ଦିନରେ ଆମିରଙ୍କ ଠଗ୍ସ ଅଫ୍ ହିନ୍ଦୁସ୍ତାନ ୫୨.୨୫ କେ।ଟି, ସିକ୍ରେଟ ସୁପରଷ୍ଟାର ୪.୮ କେ।ଟି, ଦଙ୍ଗଲ ୨୯.୭ କେ।ଟି, ପିକେ ୨୬.୬ କେ।ଟି ଓ ଧୁମ ଥ୍ରୀ ୩୬.୨୨ କେ।ଟି ଆୟ କରିଥିଲା ।
‘ସିତାରେ ଜମିନ ପର୍ ’ କାହାଣୀ ଦର୍ଶକଙ୍କୁ ପସନ୍ଦ ଆସୁଛି । ସିନେ ସମୀକ୍ଷକଙ୍କ ଠାରୁ ଆରମ୍ଭ କରି ଦର୍ଶକ ଫିଲ୍ମର କାହାଣୀ ଓ ଆମିରଙ୍କ ଅଭିନୟର ପ୍ରଶଂସା କରୁଛନ୍ତି । କୁହାଯାଉଛି ୱିକେଣ୍ଡରେ ଫିଲ୍ମର ପ୍ରଦର୍ଶନ ଭଲ ରହିବ । ଆଗକୁ କୌଣସି ବଡ଼ ଫିଲ୍ମ ରିଲିଜ ହେଉନି ହୁଏତ ଏହାର ଫାଇଦା ଆମିରଙ୍କ ଫିଲ୍ମକୁ ମିଳିପାରେ ।
ଆମିରଙ୍କ ଏଭଳି କିଛି ଫିଲ୍ମ ରହିଛି ଯାହା ବକ୍ସଅଫିସରେ ପ୍ରଥମ ଦିନରେ ଭଲ କଲେକ୍ସନ କରିଥିଲା କିନ୍ତୁ ପରେ ପିଟି ହେ।ଇଯାଇଥିଲା । ଯଦି ‘ସିତାରେ ଜମିନ ପର୍ ’ ହିଟ୍ ହୁଏ ତେବେ ଆମିର ଯେଊଁ ଲଗାତାର ଫ୍ଲପ ଫିଲ୍ମ ଦେଉଛନ୍ତି ସେଥିରେ ବ୍ରେକ୍ ଲାଗିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)