/odishatv-khabar/media/post_attachments/uploadimage/library/16_9/16_9_0/IMAGE_1753335222.jpg)
Box Office Collection
ସୈୟାରା ବକ୍ସ ଅଫିସରେ ହଲଚଲ ସୃଷ୍ଟି କରିଛି । ନିଜର କଲେକ୍ସନ ମାଧ୍ୟମରେ ଇଣ୍ଡଷ୍ଟ୍ରିକୁ ତା’ର ପୁରୁଣା ସୁନେଲି ଦିନ ଫେରାଇ ଆଣିଛି। ‘ସୈୟାରା’ ଯେଉଁଭଳି ବକ୍ସଅଫିସ କଲେକ୍ସନ କରିଛି ତାହା ପ୍ରଶଂସନୀୟ। ମାତ୍ର ଛଅ ଦିନ ମଧ୍ୟରେ ବକ୍ସ ଅଫିସରେ ପ୍ରାୟ ୧୫୦ କୋଟି ଟଙ୍କା ଆୟ କରି ଏହି ଫିଲ୍ମ ଅନେକ ରେକର୍ଡ ନିଜ ନାମରେ କରିଛି।
ଏହି ଫିଲ୍ମର କଲେକ୍ସନ ଯୋଡ଼ିଲେ ଗତ ତିନି ମାସରେ ଘରୋଇ ବକ୍ସ ଅଫିସ ପ୍ରାୟ ୧୧୫୦ କୋଟି ଟଙ୍କା ଆୟ କରିଛି ।
୨୦୨୫ ବର୍ଷର ଗତ ତିନି ମାସ ଇଣ୍ଡଷ୍ଟ୍ରି ପାଇଁ ଅଦ୍ଭୁତ ରହିଛି। ଏହି ସମୟରେ ସନ୍ନି ଦେଓଲଙ୍କ ‘ଜାଟ’, ଅକ୍ଷୟ କୁମାରଙ୍କ ‘କେଶରୀ ଚାପ୍ଟର ୨’, ଅଜୟ ଦେବଗନଙ୍କ ‘ରେଡ ୨’, ଅକ୍ଷୟ କୁମାରଙ୍କ ‘ହାଉସଫୁଲ ୫’, ଆମିର ଖାନଙ୍କ ‘ସିତାରେ ଜମୀନ ପର’, କାଜୋଲଙ୍କ ‘ମା’, ମଲ୍ଟିଷ୍ଟାରର ଫିଲ୍ମ ‘ମେଟ୍ରୋ ଇନ ଦିନୋ’ ଏବଂ ‘ସୈୟାରା’ ରିଲିଜ ହୋଇଛି।
ଏହି ଫିଲ୍ମଗୁଡ଼ିକ କଲେକ୍ସନ ଭଲ ରହିଛି । ‘ସୈୟାରା’ ସମସ୍ତଙ୍କ ଆଗରେ ରହିଛି। ଏହା ଭାରତରେ ୩୭୫ରୁ ୪୨୫ କୋଟି ଟଙ୍କା ଆୟ କରିବ ବୋଲି ଆଶା କରାଯାଉଛି।ଏହା ବ୍ୟତୀତ ‘ହାଉସଫୁଲ ୫’, ‘ସିତାରେ ଜମୀନ ପର’ ଏବଂ ‘ରେଡ ୨’ ୧୬୫ କୋଟି ଟଙ୍କା ଆୟ କରିଛନ୍ତି। ସେହିପରି ‘ଜାଟ’ ଏବଂ ‘କେସରୀ ୨’ ୯୦ କୋଟି ଟଙ୍କା କଲେକ୍ସନ କରିଛନ୍ତି।
‘ମେଟ୍ରୋ ଇନ ଦିନୋ’ ପ୍ରାୟ ୫୨ କୋଟି ଟଙ୍କା ଆୟ କରିଛି । କାଜୋଲଙ୍କ ‘ମାଁ’ ମଧ୍ୟ ଭାରତରେ ୩୫ କୋଟି ଟଙ୍କାର ବ୍ୟବସାୟ କରିଛି। ଏହା ସମସ୍ତଙ୍କ ବ୍ୟତୀତ ରାଜକୁମାର ରାଓଙ୍କ ‘ଭୂଲ ଚୂକ ମାଫ’ ମଧ୍ୟ ଭଲ କଲେକ୍ସନ କରିଥିଲା ।ଏହି ସମସ୍ତ ଫିଲ୍ମର କଲେକ୍ସନ ମିଶି ପ୍ରାୟ ୧୧୦୦ କୋଟି ହୋଇଛି
ଏହି ସମସ୍ତ ହିନ୍ଦୀ ଫିଲ୍ମ ବ୍ୟତୀତ ଗତ ତିନି ମାସରେ କିଛି ହଲିଉଡ ଫିଲ୍ମ ମଧ୍ୟ ରିଲିଜ ହୋଇଛି। ଯେପରିକି ‘ଫାଇନାଲ ଡେଷ୍ଟିନେସନ-ବ୍ଲଡଲାଇନ୍ସ’, ‘ମିଶନ ଇମ୍ପସିବଲ - ଡେଡ ରେକନିଂ’, ‘ସୁପରମ୍ୟାନ’, ‘F1’ ଏବଂ ‘ଜୁରାସିକ ଓ୍ଵାର୍ଲଡ’। ଏହି ସମସ୍ତ ଫିଲ୍ମ ଭାରତରେ ୩୫୦ କୋଟି ଟଙ୍କାର ନେଟ ବିଜନେସ କରିଛନ୍ତି ।
ଜାଟ - ୮୮ କୋଟି
କେଶରୀ ୨ - ୯୮ କୋଟି
ରେଡ ୨ - ୧୭୩ କୋଟି
ହାଉସଫୁଲ ୫ - ୧୮୩.୩ କୋଟି
ସିତାରେ ଜମୀନ ପର - ୧୬୭ କୋଟି
ମେଟ୍ରୋ ଇନ ଦିନୋ - ୫୦ କୋଟି
ମାଁ - ୩୬ କୋଟି
ସୈୟାରା - ୧୪୪ କୋଟି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)