Advertisment

World's Most Beautiful Handwriting: ଦୁନିଆରେ କାହା ହସ୍ତାକ୍ଷର ସବୁଠୁ ସୁନ୍ଦର, ଜାଣନ୍ତି କି? ଯିଏ ଦେଖିବ, ସିଏ କହିବ ୱାଓ...

ଆଖି ଲାଖିଲା ଭଳି ହସ୍ତାକ୍ଷର । ଯିଏ ଦେଖିବ ପ୍ରଶଂସା ନକରି ରହିପାରିବନି । ଦୁନିଆରେ ସବୁଠୁ ସୁନ୍ଦର ହସ୍ତାକ୍ଷର ପାଇଁ ଚର୍ଚ୍ଚାରେ ଜଣେ ଛାତ୍ରୀ । ସେ କିଏ ଏବଂ କେଉଁ ଦେଶର ? ତାଙ୍କର ସୁନ୍ଦର ହସ୍ତାକ୍ଷର ପଛର ରାଜ୍ କ'ଣ ? ଆସନ୍ତୁ ଜାଣିବା ।

author-image
Lipsa Mohapatra
ଅଦ୍ୟତନ ହୋଇଛି
World's Best Handwriting

World's Best Handwriting

ଆଜିର ସ୍ମାର୍ଟଫୋନ ଓ କମ୍ପ୍ୟୁଟର ଯୁଗରେ ସମସ୍ତଙ୍କ ହାତପାହାନ୍ତାରେ କି-ବୋର୍ଡ । ସବୁଠି ଦେଖିବାକୁ ମିଳୁଛି ଟାଇପ୍ ରାଇଟିଂ । ଏପରିକି ପରୀ‌କ୍ଷା ସବୁ ବି ଅନଲାଇନ ମୋଡରେ ହେଲାଣି । ତଥାପି ସ୍କୁଲ, କଲେଜ ଛାତ୍ରଛାତ୍ରୀମାନେ ଏବେ ବି ଅଫଲାଇନ ଅର୍ଥାତ୍ ପେନ ପେପରରେ ପରୀ‍କ୍ଷା ଦେଉଛନ୍ତି । ପୂର୍ବାପେକ୍ଷା ଯଦିଓ ହସ୍ତଲିଖନର ଚାହିଦା କମିଛି, ତଥାପି ଅନେକ ସମୟରେ କାଗଜ କଲମରେ ଲେଖିବାକୁ ପଡିଥାଏ । ପିଲାଟିଏ ଯେତେବେଳେ ଶି‍କ୍ଷାଗ୍ରହଣ ଆରମ୍ଭ କରେ ପିତାମାତାଙ୍କ ପ୍ରଥମ ଦାୟିତ୍ୱ ଥାଏ, କିପରି ସେ ସୁନ୍ଦର ଭାବେ ଲେଖିପାରିବ । କେମିତି ତା’ର ହସ୍ତାକ୍ଷର ସୁନ୍ଦର ହେବ । କାରଣ ପରୀକ୍ଷା ସମୟରେ ହସ୍ତାକ୍ଷର ସୁନ୍ଦର ଓ ସ୍ପଷ୍ଟ ଥିଲେ ଶିକ୍ଷକଙ୍କୁ ଉତ୍ତର ପଢିବାରେ ସହଜ ହୁଏ । ତେଣୁ ଭଲ ମାର୍କ ବି ମିଳିଥାଏ। ଏଣୁ ପିଲାଦିନେ ସମସ୍ତେ ହସ୍ତାକ୍ଷର ଲେଖିବା ଅଭ୍ୟାସ କରିଥାଆନ୍ତି । 

Advertisment

ଦୁନିଆରେ ସବୁଠୁ ସୁନ୍ଦର ହସ୍ତାକ୍ଷର କାହାର ଜାଣନ୍ତି କି ? ସେ ହେଉଛନ୍ତି ନେପାଳ ଝିଅ ପ୍ରକୃତି ମଲ୍ଲା । ପ୍ରକୃତି  ନିଜର ଚମତ୍କାର ହସ୍ତାକ୍ଷର ପାଇଁ ସବୁଠି ଛାଇଯାଇଛନ୍ତି । ତାଙ୍କର ହସ୍ତାକ୍ଷର ଏତେ ସୁନ୍ଦର ଯେ, ଥରେ ଦେଖିବା ମାଚ୍ରେ ନଜର ହଟାଇବା ମୁସ୍କିଲ । ଏଥିପାଇଁ ଦେଶ ବିଦେଶରେ ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି ସେ । ତାଙ୍କ ହସ୍ତାକ୍ଷର ଦେଖିଲେ ମନେ ହୁଏ ସତେ ଯେମିତି ମେସିନରେ ପ୍ରିଣ୍ଟିଂ ହୋଇଛି । 
ପ୍ରକୃତିଙ୍କୁ ଯେତେବେଳେ ୧୪ ବର୍ଷ ବୟସ ହୋଇଥିଲା ସେ ସମୟରେ ତାଙ୍କର ସ୍କୁଲ ଆସାଇନମେଣ୍ଟ ନୋଟ୍ ଭାଇରାଲ ହୋଇଥିଲା । ଯାହା ଇଣ୍ଟରନେଟର ସେନସେସନ ସାଜିଥିଲା । ଯିଏ ଦେଖୁଥିଲା ସେ କହୁଥିଲା ୱାଓ... । 

ସଂଯୁକ୍ତ ଆରବ ଏମିରେଟସରେ ୫୧ତମ ସ୍ପିରିଟ ଅଫ୍ ଦ ୟୁନିୟନ କାର୍ଯ୍ୟକ୍ରମରେ ତାଙ୍କୁ ନିମନ୍ତ୍ରଣ କରାଯାଇ ସମ୍ମାନିତ କରାଯାଇଛି । ସେଠାରେ ତାଙ୍କ ହସ୍ତା‍କ୍ଷରକୁ ବିଶ୍ୱର ସବୁଠୁ ସୁନ୍ଦର ବୋଲି ଦର୍ଶାଯ।ଇଛି ।  ସେହିପରି ନେପାଳର ସେନାବାହିନୀର ଏକ କାର୍ଯ୍ୟକ୍ରମରେ ମଧ୍ୟ ନିଜ ହସ୍ତାକ୍ଷର ପାଇଁ ସମ୍ମାନିତ ହୋଇଛନ୍ତି ପ୍ରକୃତି । ସେ ଜଣେ ମେଧାବୀ ଛାତ୍ରୀ ହୋଇଥିବାବେଳେ ନିଜ ହସ୍ତାକ୍ଷର ସୁନ୍ଦର କରିବା ପାଇଁ ଦୈନିକ ୨ ଘଣ୍ଟା ଲେଖାଏଁ ହସ୍ତା‍‍କ୍ଷର ଅଭ୍ୟାସ କରୁଥିବା କହିଛନ୍ତି । 

Advertisment

ଅଧିକ ପଢନ୍ତୁ :  ଆପଣଙ୍କ ପିଲାର ହାତଲେଖା ଖରାପ ହେଉଛି କି… ଆପଣାନ୍ତୁ ଏହି ଉପାୟ, ହେଇଯିବ ପୂରା ଗୋଲ୍

Nepal Handwritten Notes
Advertisment
Related Articles
Advertisment