Advertisment

Language Dispute in karnatak: ହିନ୍ଦି ବନାମ କନ୍ନଡ ବିବାଦ, ଏମିତି କହିଲେ ଇନଫୋସିସ ସିଏଫଓ

ଇନଫୋସିସ ସିଏଫଓ ଟି ଭି ମୋହନଦାସ ପାଇ ପ୍ରତିକ୍ରିୟା ପ୍ରକାଶ କରିବା ସହ ମ୍ୟାନେଜରଙ୍କୁ ଦୋଷ ଦେଇଛନ୍ତି। ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ ଉପରେ ପ୍ରତିକ୍ରିୟା ପ୍ରକାଶ କରିବା ସହିତ ମୋହନଦାସ ଲେଖିଥିଲେ ପ୍ରତ୍ୟେକ ବିଜିନେସ ସ୍ଥାନୀୟ ଭାଷାରେ ନିଜର ଗ୍ରାହକଙ୍କୁ ସେବା ପ୍ରଦାନ କରିବା ଉଚିତ।

author-image
Saroj Kumar Jena
ଅଦ୍ୟତନ ହୋଇଛି
kannada

kannada

କର୍ଣ୍ଣାଟକରେ ବର୍ତ୍ତମାନ ଦେଖା ଦେଇଥିବା ହିନ୍ଦି-କନ୍ନଡ ବିବାଦକୁ ନେଇ ମୁହଁ ଖୋଲିଛନ୍ତି ଇନଫୋସିସ ସିଏଫଓ ତଥା ଇଣ୍ଟରନେଟ ପର୍ସନାଲିଟି ଟି ଭି ମୋହନଦାସ ପାଇ। ବୁଧବାର ବେଙ୍ଗାଲୁରୁ ଚାନ୍ଦପୁରାସ୍ଥିତ ଏସବିଆଇ ବ୍ରାଞ୍ଚରେ ଏମିତି ଘଟଣା ଦେଖିବାକୁ ମିଳିଥିଲା। ବ୍ୟାଙ୍କର ମ୍ୟାନେଜର ଓ ଜଣେ ଗ୍ରାହକଙ୍କ ମଧ୍ୟରେ ଏହି ଯୁକ୍ତିତର୍କ ବେଶ ଭାଇରାଲ ହୋଇଥିଲା। ଏପରିକି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ମଧ୍ୟ ଏହା ଉପରେ ପ୍ରତିକ୍ରିୟା ରଖିଥିଲେ।

Advertisment

ଅଧିକ ପଢ଼ନ୍ତୁ: ଭାରତର ପାଣି ବନ୍ଦ ପରେ ପାକିସ୍ତାନକୁ ସାହାଯ୍ୟ ପାଇଁ ଆଗେଇ ଆସିଲା ଚୀନ, କଲା ଏମିତି ଘୋଷଣା

ଏହି ଘଟଣାକୁ ନେଇ ଇନଫୋସିସ ସିଏଫଓ ଟି ଭି ମୋହନଦାସ ପାଇ ପ୍ରତିକ୍ରିୟା ପ୍ରକାଶ କରିବା ସହ ମ୍ୟାନେଜରଙ୍କୁ ଦୋଷ ଦେଇଛନ୍ତି। ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ ଉପରେ ପ୍ରତିକ୍ରିୟା ପ୍ରକାଶ କରିବା ସହିତ ମୋହନଦାସ ଲେଖିଥିଲେ ପ୍ରତ୍ୟେକ ବିଜିନେସ ସ୍ଥାନୀୟ ଭାଷାରେ ନିଜର ଗ୍ରାହକଙ୍କୁ ସେବା ପ୍ରଦାନ କରିବା ଉଚିତ। ଗ୍ରାହକମାନେ ବୁଝି ପାରୁଥିବା ଭାଷା ବ୍ୟବହାର ହେବା ଉଚିତ। ଏହା ବ୍ରିଟିଶ ରାଜ ନୁହେଁ ବୋଲି ସେ ଲେଖିଥିଲେ।

Advertisment

ବ୍ୟାଙ୍କ କର୍ମଚାରୀଙ୍କୁ କନ୍ନଡରେ ପ୍ରାଞ୍ଜଳ ଭାବେ କହିବା ପାଇଁ କେହି ବାଧ୍ୟ କରୁ ନାହାନ୍ତି। ମାତ୍ର ୨୦୦ ଶବ୍ଦ ଶିଖିଲେ ମଧ୍ୟ ସେ ଜଣେ କଷ୍ଟମରଙ୍କ ସହିତ ଆରାମରେ କଥାବାର୍ତ୍ତା କରି ପାରିବେ। ମାତ୍ର ଏଭଳି କରିବା ପରିବର୍ତ୍ତେ ଗ୍ରାହକଙ୍କ ଉଦ୍ଦେଶ୍ୟରେ ଆକ୍ରୋଶ ମୂଳକ ବ୍ୟବହାର ନିନ୍ଦନୀୟ। ତେବେ ପାଇଙ୍କ ଏହି ପୋଷ୍ଟରେ ମିଶ୍ର ପ୍ରତିକ୍ରିୟା ଦେଖି‍ବାକୁ ମିଳିଛି। ଜଣେ ଏସବିଆଇ ମ୍ୟାନେଜର ଗୋଟିଏ ସ୍ଥାନରେ ୩ ବର୍ଷ କାମ କରନ୍ତି। ଏପରି ହେଲେ ୩୦ ବର୍ଷର କ୍ୟାରିୟରରେ ଜଣଙ୍କ ପକ୍ଷେ ୧୦ ଭାଷା ଶିଖିବା କଷ୍ଟସାଧ୍ୟ ବୋଲି ଜଣେ ୟୁଜର କମେଣ୍ଟ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଦୀର୍ଘ ସମୟ ଧରି ଉଭୟଙ୍କ ମଧ୍ୟରେ ଚାଲିଥିଲା କନ୍ନଡ ବନାମ ହିନ୍ଦୀ ଟକ୍କର । ଭିଡିଓ ଅନୁସାରେ, ଗ୍ରାହକ ଜଣକ କର୍ଣ୍ଣାଟକର ଚାନ୍ଦପୁରା ବ୍ରାଞ୍ଚକୁ ଆସି ବ୍ୟାଙ୍କରେ କାମ କରୁଥିବାରୁ ଅଧିକାରୀଙ୍କୁ ତାଙ୍କ ସହ କନ୍ନଡରେ କଥା ହେବାକୁ କହିଥିଲେ । ସେମାନେ କଥା ନ ହେବାରୁ ଭିଡିଓ ଶୁଟ୍ କରିବା ଆରମ୍ଭ କରିଦେଇଥିଲେ । କିନ୍ତୁ ବ୍ୟାଙ୍କ କର୍ମଚାରୀ ହିନ୍ଦୀରେ ହିଁ କଥା ହେବାକୁ ଜିଦ୍ ଧରିଥିଲେ । ପରେ ବ୍ୟାଙ୍କ ପରିସରରେ ଝଗଡା ବଢିବାରୁ ମ୍ୟାନେଜରଙ୍କୁ ଟ୍ରାନ୍ସଫର କରାଯାଇଥିଲା।

ଅଧିକ ପଢନ୍ତୁ: ପାକିସ୍ତାନର ପୋଲ୍ ଖୋଲିବ ସର୍ବଦଳୀୟ ଟିମ୍, ସାମିଲ ହେବାକୁ ମନାକଲେ ୟୁସୁଫ

Karnataka Dakshina Kannada Infosys
Advertisment
Advertisment