• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଗୁଜରାଟ ସରକାର ପ୍ରାଇମେରୀ ସ୍କୁଲର ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ନୂଆ ନିୟମ ଅନୁଯାୟୀ ଏବେ ପ୍ରାଇମେରୀ ସ୍କୁଲ ଛାତ୍ରଛାତ୍ରୀ ପ୍ରତି ଶନିବାର ବିନା ବ୍ୟାଗରେ ସ୍କୁଲ ଯିବେ । ଏହି ନିୟମ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ଓ ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲ ପାଇଁ ଲାଗୁ ହେବ । ଛାତ୍ରଛାତ୍ରୀଙ୍କ ପାଇଁ ଶନିବାର ବ୍ୟାଗଲେସ ଡେ ହେବ । ଶନିବାର ଦିନ ପାଠପଢା ବଦଳରେ ଫିଜିକଲ ଆକ୍ଟିଭିଟି କରାଯିବ ।

ଶିକ୍ଷା ବିଭାଗ ପକ୍ଷରୁ ସବୁ ସ୍କୁଲକୁ ଏହି ସୂଚନା ଦିଆଯାଇଛି । ବ୍ୟାଗଲେସ ଡେ ଦିନ ପାଠପଢା ହେବନି । କେବଳ ଫିଜିକଲ ଆକ୍ଟିଭିଟି ହେବ । ଯେଉଁଥିରେ ଡ୍ରିଲ୍ , ନାଚଗୀତ, ଖେଳ, ଚିତ୍ରାଙ୍କନ, ବିଭିନ୍ନ ପ୍ରୋଜେକ୍ଟ ସହ ବୁଲାଇବାକୁ ନେବେ ।

ଅଧିକ ପଢନ୍ତୁ:  ନୀତିଶ କୁମାରଙ୍କ ମାନସ ପୁତ୍ର, ରାଜନୀତି ସହ କଲେଜରେ ପଢ଼ାଇବେ ପାଠ

ଗୁଜରାଟ ସରକାର ନୂଆ ଶିକ୍ଷା ନୀତି ଅନୁଯାୟୀ ଛୋଟ ଛୁଆଙ୍କ ମାନସିକ ଓ ଶାରୀରିକ ବିକାଶକୁ ଧ୍ୟାନରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି । ପ୍ରକୃତରେ ଏବେ ଛୋଟ ଛୋଟ ପିଲାମାନେ ମୋବାଇଲର ବହୁଳ ବ୍ୟବହାର କରୁଛନ୍ତି । ଯାହା ଫଳରେ ସେମାନଙ୍କ ମାନସିକ, ସାମାଜିକ ଓ ଶାରୀରିକ ବିକାଶ ଉପରେ ପ୍ରଭାବ ପଡୁଛି ।

ଏବେ ସ୍କୁଲରେ ଗୋଟିଏ ସପ୍ତାହରେ ଗୋଟିଏ ଦିନ ରହିବ ଯେଉଁଦିନ ପିଲାମାନେ ପାଠ ପଢିବେନି । ପାଠପଢା ବ୍ୟତୀତ ବାକି ସବୁ ଆକ୍ଟିଭିଟି କରିବେ । ଯାହା ଶିଶୁଙ୍କ ଶାରୀରିକ ଓ ମାନସିକ ବିକାଶ ପାଇଁ ଗୁରୁତ୍ବପୂର୍ଣ୍ଣ । ସ୍କୁଲରେ ଡ୍ରିଲ୍ ଓ ଯୋଗକୁ ଅଧିକ ଗୁରୁତ୍ବ ଦେବାକୁ କୁହାଯାଇଛି । ଫଳରେ ଶିଶୁମାନେ ମେଦ ବହୁଳତାର ଶିକାର ହେବେନି ।

ଶିକ୍ଷା ବିଭାଗ ଏହାକୁ ବ୍ୟାଗଲେସ ଡେ ନାମ ଦେଇଛି । ଯେଉଁଥିରେ ପିଲାମାନେ ଖେଳ ସହ ବିଭିନ୍ନ ପ୍ରକାର ଫିଜିକାଲ ଆକ୍ଟିଭିଟି କରିବେ । ଏଥିପାଇଁ ସବୁ ସ୍କୁଲରେ ଜଣେ ଶିକ୍ଷକଙ୍କୁ ଟ୍ରେନିଂ ବି ଦିଆଯିବ ।

ଏହା ପୂର୍ବରୁ ଉତ୍ତରାଖଣ୍ଡରେ ବି ନୂଆ ଶିକ୍ଷା ନୀତି ଅନୁଯାୟୀ ଏଭଳି ନିଷ୍ପତ୍ତି ନିଆଯାଇଥିଲା । ଏପ୍ରିଲରେ ସରକାର ନିଷ୍ପତ୍ତି ନେଇଥିଲେ କି ପ୍ରତିମାସର ଶେଷ ଶନିବାରରେ ସରକାରୀ ଓ ବେସକାରୀ ସ୍କୁଲରେ ବ୍ୟାଗଲେସ୍ ଡେ ପାଳନ ହେବ । ଏହି ଦିନ ପିଲାମାନେ ସ୍କୁଲକୁ ବ୍ୟାଗ ଆଣିବେନି, କେବଳ ଫିଜିକଲ ଆକ୍ଟିଭିଟି କରିବେ ।

ଅଧିକ ପଢନ୍ତୁ: ବାଜିରେ ଲାଗିଛି ଜୀବନ; ବିପଦ ସଙ୍କୁଳ ଅବସ୍ଥାରେ ନଦୀ ପାର ହେଉଛନ୍ତି ଛାତ୍ରଛାତ୍ରୀ...