/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751540902.jpg)
ମୋବାଇଲ୍ ପାଇଁ ହତ୍ୟା
ମୋବାଇଲ୍ ନେଇଗଲା ସାଙ୍ଗର ଜୀବନ। ଦୁଇ ସାଙ୍ଗ ଏକାଠି ରହୁଥିବା ବେଳେ ସେମାନଙ୍କ ଭିତରେ ଝଗଡ଼ାର କାରଣ ହୋଇଥିଲା ଗୋଟିଏ ମୋବାଇଲ୍। ଆଉ ଶେଷରେ ଏହି ମୋବାଇଲ୍ ହିଁ ଗୋଟିଏ ସାଙୋଗର ଜୀବନ ନେଇଗଲା। ଏହି ଘଟଣା ଏବେ ବିଭିନ୍ନ ମୈଲରେ ଚର୍ଚ୍ଚାର ବିଷୟ ହୋଇଛି। ଏକଥାକୁ କେହି ସହଜରେ ବିଶ୍ୱାସ କରି ପାରୁନାହାଁନ୍ତି।
ଘଟଣାରୁ ପ୍ରକାଶ, ସାଙ୍ଗକୁ ନିଜ ଭଉଣୀ ଘରକୁ ଯିବାକୁ ଡାକିନେଇ ହତ୍ୟା କରିଛି ସାଙ୍ଗ। ହତ୍ୟା ଘଟଣାର ୪ ଦିନ ପରେ ଜଙ୍ଗଲରୁ ମିଳିଲା ନାବାଳକ ସାଙ୍ଗର ମୃତଦେହ ମିଳିଛି। ମୋବାଇଲ୍ ବିବାଦରୁ ଏଭଳି ହତ୍ୟା ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ପରେ ଅଭିଯୁକ୍ତ ସାଙ୍ଗକୁ ଅଟକ ରଖି ପୋଲିସ୍ ତଦନ୍ତ ଚଳଇଛି।
ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ରାଇଘାଟି ଗାଁ ସିଲାୟଙ୍କ ୧୪ ବର୍ଷିୟ ପୁଅ ଗୁସାକୁ ଗତ ରବିବାର ଦିନ ଗାଁର ପାସିଂ ହୋଙ୍କ ପୁଅ କୁଣ୍ଡିଆ ନିଜ ଭଉଣୀ ଘରକୁ ଯିବାକୁ କହି ଘରୁ ଡାକିନେଇଥିଲା। ପରଦିନ କୁଣ୍ଡିଆ ଫେରିଲା, ହେଲେ ଗୁସାର ଦେଖା ଦର୍ଶନ ନଥିଲା। ତେବେ ଗତକାଲି ଗାଁ ଠାରୁ ୨କିିମି ଦୂରରେ ଥିବା ଜଙ୍ଗଲରେ ଗୁସାର ମୃତଦେହ ପଡିଥିବା ଦେଖି ଲୋକେ ପରିବାରକୁ ଖବର କରିଥିଲେ।
ପୋଲିସ୍ ପହଁଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ କରାଇଛି। କିଛିମାସ ତଳେ ଉଭୟ ଗୁସା ଓ କୁଣ୍ଡିଆ ପଣ୍ଡିଚେରୀରେ କାମ କରୁଥିଲେ। ସେହି ସମୟରେ ଗୁସା ଏକ ମୋବାଇଲ୍ କିଣିଥିବା ବେଳେ କୁଣ୍ଡିଆ ତାକୁ ଲୁଚାଇ ଦେଇଥିଲା। ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ହୋଇଥିଲା। ପରେ ଭୀଷଣ ଝଗଡ଼ାର ରୂପ ନେଇଥିବା କୁହାଯାଉଛି।
ତେବେ ଏହି ଘଟଣାର କିଛି ଦିନ ପରେ ଉଭୟ ମିଶି ଯାଇଥିଲେ। ହେଲେ ପୁରୁଣା ରାଗଋଷା ଭିତରେ ଭିତରେ କୁଆଡ଼େ କୁହୁଳୁଥିଲା। ସେହି ରାଗକୁ କେନ୍ଦ୍ରକରି କୁଣ୍ଡିଆ ଗୁସାକୁ ମାରିଥିବା ସଂନ୍ଦେହ କରିଛନ୍ତି ପରିବାର ଲୋକେ। ଅଭିଯୋଗ ପରେ ପୋଲିସ୍ କୁଣ୍ଡିଆକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)