• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରାଜନୀତି କରୁଥିଲେ ଏବେ ପିଲାଙ୍କୁ ପାଠ ବି ପଢାଇବେ । ମନ୍ତ୍ରୀ ହେଲେ ଆସିଷ୍ଟାଣ୍ଟ୍ ପ୍ରଫେସର । ଖୁବ ଶୀଘ୍ର ସେ କ୍ଲାସରେ ପାଠ ପଢାଉଥିବାର ଦେଖିବାକୁ ମିଳିବ । ବିହାରର ବରିଷ୍ଠ ମନ୍ତ୍ରୀ ଅଶୋକ କୁମାର ଚୌଧୁରୀଙ୍କୁ ବିହାର ଷ୍ଟେଟ୍ ୟୁନିଭର୍ସିଟି ସର୍ଭିସ କମିଶନ(BSUSC) ପକ୍ଷରୁ ଆସିଷ୍ଟାଣ୍ଟ ପ୍ରଫେସର ଭାବେ ଚୟନ କରାଯାଇଛି ।

BSUSC ପକ୍ଷରୁ ରାଜନୀତି ବିଭାଗରେ ୨୮୦ଟି ପଦବୀ ପାଇଁ ବିଜ୍ଞାପନ ଦିଆଯାଇଥିଲା । ଏଥିପାଇଁ ୨୭୪ ଜଣ ପ୍ରାର୍ଥୀଙ୍କୁ ମନୋନୀତ କରାଯାଇଛି । ସେମାନଙ୍କ ମଧ୍ୟରେ ଅଶୋକ କୁମାର ଚୌଧୁରୀ ଅଛନ୍ତି । ଗତକାଲି ଫଳାଫଳ ପ୍ରକାଶ ପାଇଥିଲା ।

ଅଧିକ ପଢନ୍ତୁ:  ଲଞ୍ଚ ହେଲା ଆକ୍ସିଅମ-୪ ମିଶନ, ISS ଯାତ୍ରାରେ ଶୁଭାଂଶୁଙ୍କ ସମେତ ୪ ମହାକାଶଚାରୀ

ବିଭିନ୍ନ ବିଭାଗର ୪ହଜାର ୬୩୮ଟି ପଦବୀ ପାଇଁ BSUSC ବିଜ୍ଞାପନ ଦେଇଥିଲା । ମନୋୟନ ପ୍ରକ୍ରିୟା ଶିକ୍ଷାଗତ ଯୋଗ୍ୟତା, ପାଠ ପଢେଇବାର ଅଭିଜ୍ଞତା ଓ ଏକ ସାକ୍ଷାତକାରକୁ ନେଇ ହୋଇଥିଲା । ଅନୁସୂଚିତ ଜାତି ବର୍ଗରେ ଅଶୋକ କୁମାର ଚୌଧୁରୀଙ୍କୁ ଏହି ନୂଆ ନିଯୁକ୍ତି ମିଳିଛି ।

ସେ କେଉଁ କଲେଜରେ ପାଠ ପଢାଇବେ ତାହା ଏବେ ଜଣାପଡିନାହି । ଅଶୋକ କୁମାରଙ୍କ ଝିଅ ସମ୍ଭାବି ଚୌଧୁରୀ ସମସ୍ତିପୁରରୁ ସାଂସଦ ଅଛନ୍ତି । ନିଜ ପିତାଙ୍କର ଏହି ସଫଳତା ନେଇ ସେ ସୂଚନା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଅତି ଘନିଷ୍ଠ ହେଉଛନ୍ତି ମନ୍ତ୍ରୀ ଅଶୋକ କୁମାର ଚୌଧୁରୀ । ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ଉଚ୍ଚ ଶିକ୍ଷା ସମାପ୍ତ କଲା ପରେ ତାଙ୍କର ଇଚ୍ଛା ଥିଲା ସେ ଜଣେ ଶିକ୍ଷାବିତ ହେବେ । ପରିବାର ଲୋକ କହିଛନ୍ତି ଅଶୋକ କୁମାର ପିଲାଙ୍କୁ ପଢେଇବା ସହ ରାଜନୀତି ବି କରିବେ । ରାଜନୀତି କରିବା ପାଇଁ ସେ କଲେଜରୁ ଛୁଟି ନେବେ ।

୫୬ ବର୍ଷିୟ ଅଶୋକ କୁମାର ଚୌଧୁରୀ, ନୀତିଶ କୁମାରଙ୍କ ମନ୍ତ୍ରିମଣ୍ଡଳର ତିନି ପ୍ରମୁଖ ମନ୍ତ୍ରୀଙ୍କ ମଧ୍ୟରୁ ଜଣେ । ତାଙ୍କ ସହ ବିଜୟ କୁମାର ଚୌଧୁରୀ ଓ ଶ୍ରବଣ କୁମାର ବି ମନ୍ତ୍ରୀ ଅଛନ୍ତି । ଅଶୋକ କୁମାର ଗ୍ରାମ୍ୟ ଉନ୍ନୟନ ବିଭାଗର ମନ୍ତ୍ରୀ ଭାବେ କାମ କରୁଛନ୍ତି । ସେ ନିଜକୁ ନୀତିଶ କୁମାରଙ୍କ ମାନସ ପୁତ୍ର କୁହନ୍ତି । 

ଏହି ଖବର ବିହାର ରାଜନୀତି ଓ ଶିକ୍ଷା ଜଗତରେ ଚର୍ଚ୍ଚ।ର ବିଷୟ ପାଲଟିଛି । ଜଣେ ବରିଷ୍ଠ ମନ୍ତ୍ରୀ ଆସିଷ୍ଟାଣ୍ଟ ପ୍ରଫେସର ହେବା ଅନେକ ଲୋକଙ୍କୁ ପ୍ରେରଣା ଯୋଗାଇବ ବୋଲି କୁହାଯାଉଛି ।

ଅଧିକ ପଢନ୍ତୁ:  ଜରୁରୀକାଳୀନ ପରିସ୍ଥିତିକୁ ପୂରିଲା ୫୦ ବର୍ଷ