/odishatv-khabar/media/post_attachments/uploadimage/library/16_9/16_9_0/Axiom_4_1750834197.jpg)
Axiom-4
ଲଞ୍ଚ ହେଲା ବହୁ ପ୍ରତୀକ୍ଷିତ ଆକ୍ସିଅମ-୪ ମିଶନ । ଆଜି ଭାରତୀୟ ସମୟ ଦିନ ୧୨ଟା ୧ରେ ଲଞ୍ଚ ହୋଇଛି ଆକ୍ସିଅମ୍-୪ ମିଶନ । ଆମେରିକାର ଫ୍ଲୋରିଡାର କେନେଡ଼ି ସ୍ପେଶ୍ ସେଣ୍ଟରର ଲଞ୍ଚ କମ୍ପ୍ଲେକ୍ସ ୩୯A ରୁ ଉତକ୍ଷେପଣ ହୋଇଛି ‘ସ୍ପେଶ୍ ଏକ୍ସ୍'ର ଶକ୍ତିଶାଳୀ ଫାଲକନ୍-୯ ରକେଟ୍ । ଡ୍ରାଗନ୍ ସ୍ପେଶ କ୍ୟାପସୁଲରେ ସ୍ପେଶ ଷ୍ଟେସନକୁ ଯାଇଛନ୍ତି ୪ ମହାକାଶଚାରୀ ।
ଅଧିକ ପଢ଼ନ୍ତୁ: ଆଜି Axiom-4 ମିଶନ ଲଞ୍ଚିଂ, ISSକୁ ଯିବେ ଶୁଭାଂଶୁ ଶୁକ୍ଳା
ଏହି ମିଶନ ସହିତ ଇତିହାସ ରଚିଛନ୍ତି ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା । ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳା ଆକ୍ସିଅମ-୪ର ମିଶନ ପାଇଲଟ୍ ଭାବେ ଆନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯାଇଛନ୍ତି ଶୁଭାଂଶୁ ଶୁକ୍ଳା । ୪୧ ବର୍ଷ ପରେ ମହାକାଶରେ ଭାରତକୁ ପ୍ରତିନିଧିତ୍ବ କରିଛନ୍ତି ଶୁଭାଂଶୁ । ପ୍ରଥମ ଭାରତୀୟ ଭାବେ ଇଣ୍ଟରନ୍ୟାସନାଲ ସ୍ପେଶ୍ ଷ୍ଟେସନକୁ ଯାଇଛନ୍ତି ।
ଏହି ମିଶନରେ ଭାରତ, ଆମେରିକା, ପୋଲାଣ୍ଡ୍ ଓ ହଙ୍ଗେରୀର ୪ ମହାକାଶଚାରୀ ସାମିଲ ହୋଇଛନ୍ତି । ୪ ଦଶନ୍ଧିରେ ଭାରତ, ପୋଲାଣ୍ଡ୍ ଓ ହଙ୍ଗେରୀର ପ୍ରଥମ ମହାକାଶ ଅଭିଯାନ ହୋଇଛି । ଆମେରିକାର ପେଗି ହ୍ବିଟସନ୍, ହଙ୍ଗେରୀର ଟିବୋର୍ କାପୁ, ପୋଲାଣ୍ଡର ସ୍ଲାବୋଜ୍ ଉଜନାସ୍କି ୱିସନାସ୍କି ଏହି ଐତିହାସିକ ଯାତ୍ରା କରିଛନ୍ତି ।
ଆକ୍ସିଅମ୍-୪ ମିଶନ ଏକ ଘରୋଇ ମହାକାଶ ଅଭିଯାନ । ଭାରତର ଶୁଭାଂଶୁଙ୍କ ସମେତ ୩ ମହାକାଶଚାରୀଙ୍କ ଏହା ପ୍ରଥମ ସ୍ପେଶ୍ ମିଶନ୍ । ୨୮ ଘଣ୍ଟାର ଯାତ୍ରା ପରେ ଇଣ୍ଟରନ୍ୟାସନାଲ ସ୍ପେଶ ଷ୍ଟେସନରେ ପହଞ୍ଚିବ । ଆସନ୍ତାକାଲି ଭାରତୀୟ ସମୟ ଅପରାହ୍ଣ ୪ଟା ୩୦ ବେଳେ ସ୍ପେଶ ଷ୍ଟେସନରେ ପହଞ୍ଚି ଡକିଂ ହେବ । ଇଣ୍ଟରନ୍ୟାସନାଲ ସ୍ପେଶ୍ ଷ୍ଟେସନରେ ପ୍ରାୟ ୧୪ ଦିନ ରହି ପୁଣି ପୃଥିବୀକୁ ଫେରିବ । ପ୍ରାୟ ୧୪ ଦିନ ରହଣୀ ଭିତରେ ୩୧ ଦେଶର ୬୦ଟି ଏକ୍ସପେରିମେଣ୍ଟ କରାଯିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)