Advertisment

Wrong Injection Death: ଭୁଲ୍ ଇଞ୍ଜେକସନ୍ ନେଇଗଲା ଜୀବନ ! ବାପାକୁ ନିଆଁ ଦେଇପାରିଲାନି ପୁଅ...

ଭୁଲ୍ ଇଞ୍ଜେକସନ୍ ପାଇଁ କରୁଣ ପରିସ୍ଥିତି ! ସ୍ୱାମୀର ମଲା ମୁହଁ ଦେଖିପାରିଲାନି ସ୍ତ୍ରୀ...ବାପାକୁ ନିଆଁ ଦେଇପାରିଲାନି ପୁଅ...

author-image
Sujit kumar Swain
ଅଦ୍ୟତନ ହୋଇଛି
Wrong Injection Death

Wrong Injection Death

ଭୟଙ୍କର ଘଟଣା...ଅତି ଭୟଙ୍କର ପରିସ୍ଥିତି...ଭୁଲ୍ ଇଞ୍ଜେକସନ୍ ପାଇଁ କରୁଣ ପରିସ୍ଥିତି ! ସ୍ୱାମୀର ମଲା ମୁହଁ ଦେଖିପାରିଲାନି ସ୍ତ୍ରୀ...ବାପାକୁ ନିଆଁ ଦେଇପାରିଲାନି ପୁଅ...ହସ୍ପିଟାଲ ଆଇସିୟୁରେ ଦୁଇପଟେ ପଡିଥିଲା ଦିଟା ବେଡ୍‌ । ଗୋଟିଏରେ ପୁଅ ଆଉ ଗୋଟିଏରେ ଥିଲେ ବାପା। ଉଭୟେ ଜୀବନ-ମୃତ୍ୟୁ ସହ ଲଢ଼ୁଥିଲେ ।  ଆଉ ଦୁହିଁଙ୍କ ସେବାରେ ସନ୍ତୁଳି ହେଉଥିଲେ ମା’ ପଦ୍ମା। ହେଲେ କିଏ ଜାଣିଥିଲା, ଏମିତି ଦୁସ୍ଥିତିରେ ପଡିଥିବା ମଣିଷଟିର ନିମିଷକରେ ମଥାରୁ ସିନ୍ଦୁର ଲିଭିଯିବ ବୋଲି, ଆଉ ହାତରୁ ଶଙ୍ଖା ଭାଙ୍ଗିଯିବ। 

Advertisment

ସେପଟେ ଯେଉଁ ପୁଅ ବାପା ମୁହଁରେ ନିଆଁ ଦେଇଥାନ୍ତା ସିଏ ମୃତ୍ୟୁ ସହ ଲଢ଼ୁଛି। ଏ ଯାଏଁ ଜାଣିନି ତା ପାଖ ବେଡ୍‌ରେ ଶୋଇଥିବା ତା ବାପା, ଶବ ହୋଇ ମଶାଣୀକୁ ଗଲେଣି। ଆଉ ଯୋଉ ସ୍ତ୍ରୀ ତାଙ୍କ ହାତ ଧରି ସାରା ଜୀବନ ଚାଲିବାର ପ୍ରତିଶ୍ରୁତି ଦେଇଥିଲା ମଲାବେଳେ, ସ୍ବାମୀର ମଲା ମୁହଁ ଟିକକ ବି ଦେଖିବା ତା ଭାଗ୍ୟରେ ନଥିଲା। ଭୁଲ୍ ଇଞ୍ଜେକସନ୍ ସ୍ବାମୀଙ୍କ ପ୍ରାଣ ନେଇଗଲା ବୋଲି ପଦ୍ମା ଅଭିଯୋଗ କରିଛନ୍ତି। ଆଉ କାନ୍ଦି କାନ୍ଦି କହିଛନ୍ତି, ଏମିତି ଦୁର୍ଭାଗ୍ୟ କାହାକୁ ନ ଦେଉ ଦଇବ।

ଅଧିକ ପଢନ୍ତୁ : ହନିମୁନ ଟ୍ରିପ୍‌ରେ ସ୍ୱାମୀକୁ ହତ୍ୟା ଘଟଣାର ବଡ଼ ଖୁଲାସା : ସ୍ତ୍ରୀ ଦେଇଥିଲା ସୁପାରୀ, ଏମିତି ରଚିଥିଲା ଷଡଯନ୍ତ୍ର...

Advertisment

କୋରାପୁଟ ସହିଦ୍‌ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଗୋଟିଏ ରାତିରେ ୬ ରୋଗୀଙ୍କ ମୃତ୍ୟୁ ହେଲା। ସେଇ ମୃତକଙ୍କ ଭିତରେ ଥିଲେ ସେମିଳିଗୁଡାର ଶୁକ୍ରା ମାଝି। ଆଉ ପଦ୍ମା ମାଝି ହେଉଛନ୍ତି ତାଙ୍କ ସ୍ତ୍ରୀ। ଉଭୟ ସ୍ବାମୀ ସ୍ତ୍ରୀ ମୁଲ ଲାଗି ଚଳୁଥିଲେ। ୪ବର୍ଷର ପୁଅ ବିକ୍ରମ ହିଁ ଥିଲା ସେମାନଙ୍କର ସବୁକିଛି। ପୁଅ ଆମ୍ବ ଖାଇବାକୁ ମାଗିଲା ହେଲେ ଆମ୍ବ କାଟିବା ବେଳେ ବାପାର ମଦ ନିଶା ସବୁ ବିଗାଡ଼ିଦେଲା। ଜୁନ୍‌ ୨ ତାରିଖ। ଦିନ ଦ୍ୱିପହର। ଶୁକ୍ରା ମାଝୀଙ୍କ ଘରେ ଘଟିଥିଲା ତୁମୁଳ କାଣ୍ଡ। ମାତାଲ ହୋଇ ନିଜ ପେଟରେ ଛୁରୀ ଭୁସିଥିଲେ ଆଉ ହିତାହିତ ଜ୍ଞାନ ହରାଇ ପୁଅ ବିକ୍ରମକୁ ମଧ୍ୟ  ଛୁରୀରେ ଆକ୍ରମଣ କରିଥିଲେ ଶୁକ୍ରା।

ପତ୍ନୀ ପଦ୍ମା ଗୁରୁତର ଅବସ୍ଥାରେ ବାପ-ପୁଅ ଦୁହିଁଙ୍କୁ କୋରାପୁଟ ବଡ଼ ଡାକ୍ତରଖାନାକୁ ଆଣିଥିଲେ। ସର୍ଜରୀ ବିଭାଗ ଆଇସିୟୁର ଦୁଇଟି ବେଡ୍‌ରେ ରହି ଚିକିତ୍ସିତ ହେଉଥିଲେ ସେମାନେ। ସୁସ୍ଥ ବି ହେଉଥିଲେ। ହେଲେ ସେ କାଳ ରାତିର ବିଷାକ୍ତ ଇଞ୍ଜେକସନ୍ ଶୁକ୍ରାଙ୍କ ଜୀବନ ନେଇଗଲା । ପରିବାରର ମେରୁଦଣ୍ଡ ଭାଙ୍ଗିଦେଲା। ଡାକ୍ତରଖାନାରେ ପୁଅକୁ ଛାଡି ଗାଁକୁ ଆସି ପାରିଲେନି ପଦ୍ମା। ପରିସ୍ଥିତି ଏମିତି ହେଲା ଯେ, ସ୍ବାମୀଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବା ତ ଦୂରର କଥା ‌ଶେଷ ଥର ପାଇଁ ସ୍ୱାମୀର ମଲା ମୁହଁ  ଟିକକ ବି ଦେଖି ପାରିଲେନି ସେ । ଗାଁ ଲୋକେ ଚାନ୍ଦା କରି ଶୁକ୍ରାଙ୍କ ଅନ୍ତିମ ସଂସ୍କାର କଲେ। 

ପଦ୍ମାଙ୍କ ପାଖରେ ମୁଣ୍ଡ ଗୁଞ୍ଜିବାକୁ ନା ଅଛି ଘର ନା ପେଟକୁ ମୁଠାଏ ଦାନା ଯୋଗାଡ଼ ପାଇଁ ଅଛି ରାସନକାର୍ଡ। ତାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ଯୋଗାଇ ଦେବାକୁ ଦାବି ହେଉଛି।  ହେଲେ ଆଧାର ଆଉ କୌଣସି କାଗଜ ପତ୍ର ନଥିବାରୁ ମିଳିନି ରେଡକ୍ରସ  ସହାୟତା କିନ୍ତୁ ପୁଅକୁ କୌଣସି ସ୍କୁଲରେ ସରକାର ଥଇଥାନ କଲେ ଜୀବନ ବଞ୍ଚିଯିବ ଜୀବନ ବୋଲି ଦାବି ହେଉଛି।

Wrong Injection Death
Advertisment
Related Articles
Advertisment