Advertisment

High Education Seekers in Home Guard Exams: ହୋମଗାର୍ଡ ଚାକିରି ପାଇଁ ବି-ଟେକ୍ ଆଶାୟୀ ! ୧୦୭ ପଦବୀ ପାଇଁ ୯, ୦୬୧ ଜଣ ପରୀକ୍ଷାର୍ଥୀ...

ରାଉରକେଲା ପୋଲିସ ଜିଲ୍ଲା ପାଇଁ ୧୦୭ ଗୃହରକ୍ଷୀ ପଦବୀ ପାଇଁ ପରୀକ୍ଷା ଚାଲିଥିବା ବେଳେ, ୯ ହଜାର ୬୧ ଜଣ ପରୀକ୍ଷାର୍ଥୀ ଭାଗ ନେଇଛନ୍ତି ।

author-image
Sujit kumar Swain
ଅଦ୍ୟତନ ହୋଇଛି
High Education Seekers in Home Guard Exams

High Education Seekers in Home Guard Exams

ହୋମଗାର୍ଡ ଚାକିରି ପାଇଁ ବି-ଟେକ ଆଶାୟୀ । ଖାଲି ବି-ଟେକ କାହିଁକି ଏମସିଏ ଓ ଏମବିଏ ଡିଗ୍ରୀ ଧାରୀ ବି ଦେଇଛନ୍ତି ପରୀକ୍ଷା । ରାଉରକେଲା ପୋଲିସ ଜିଲ୍ଲା ପାଇଁ ୧୦୭ ଗୃହରକ୍ଷୀ ପଦବୀ ପାଇଁ ପରୀକ୍ଷା ଚାଲିଥିବା ବେଳେ, ୯ ହଜାର ୬୧ ଜଣ ପରୀକ୍ଷାର୍ଥୀ ଭାଗ ନେଇଛନ୍ତି । ସେମାନଙ୍କ ମଧ୍ୟରେ ଅନେକ ଏମବିଏ, ଏମସିଏ, ଡିପ୍ଲୋମା ଓ ଆଇଟିଆଇ ଛାତ୍ରଛାତ୍ରୀ ଥିବା ଜଣାପଡିଛି । 

Advertisment

ହୋମଗାର୍ଡ ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ୫ମ ପାସ୍ ଥିବା ବେଳେ ଦୈନିକ ୬୧୨ଟଙ୍କା ପାରିଶ୍ରମିକ ରହିଛି । ତେବେ ଗୃହରକ୍ଷୀ ଚାକିରି ପାଇଁ ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ଥିବା ଆଶାୟୀଙ୍କ ଭିଡ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । 

ଅଧିକ ପଢନ୍ତୁ : ଲାଞ୍ଚ ନେବା ପଡିଲା ମହଙ୍ଗା, ଭିଜିଲାନ୍ସ ଜାଲରେ ଉପଜିଲ୍ଲାପାଳ

ତେବେ ମାତ୍ର ୧୦୭ ପଦବୀ ପାଇଁ ଏତେ ସଂଖ୍ୟକ ପ୍ରାର୍ଥୀ ଆବେଦନ କରିବା ପୋଲିସ ଓ ପ୍ରଶାସନର ଚିନ୍ତା ବଢ଼ାଇଥିଲା । ଏସବୁ ଦୃଷ୍ଟିକୋଣରୁ ସୋମବାର ହେବାକୁ ଯାଉଥିବା ଗୃହରକ୍ଷୀ ପରୀକ୍ଷା କୌଣସି ସରକାରୀ ଚାକିରି ଠାରୁ କମ୍‌ ନୁହେଁ। ପରୀକ୍ଷାକୁ ଶାନ୍ତିଶୃଙ୍ଖଳାର ସହ ସାରିବାକୁ ପୋଲିସର ବରିଷ୍ଠ ଅଧିକାରୀମାନେ ପୂରା ଦମ୍‌ ଲଗାଇ ଦେଇଥିଲେ।

Advertisment

ଗତକାଲି ଅପରାହ୍ନରେ ଏସ୍‌ପିଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ସକାଳ ପ୍ରାୟ ୫ଟାରେ ପରୀକ୍ଷାର୍ଥୀମାନେ ଷ୍ଟାଡିୟମ ଭିତରକୁ ପ୍ରବେଶ କରିଥିଲେ। ଷ୍ଟାଡିୟମ ଓ ଏହାର ଚତୁଃପାର୍ଶ୍ବରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ରାଉରକେଲା ପୋଲିସ ଜିଲ୍ଲାରେ ଗୃହରକ୍ଷୀ ପଦ ପାଇଁ ଗତ ମାର୍ଚ୍ଚ ମାସରେ ରିଜର୍ଭ ପୋଲିସ ପଡ଼ିଆରେ ପରୀକ୍ଷାର୍ଥୀଙ୍କ ଲମ୍ବା ଧାଡ଼ି ଲାଗିଥିଲା। ରାଉରକେଲା ସହର ସମେତ କୁଆରମୁଣ୍ଡା, ନୂଆଗାଁ, ଲାଠିକଟା, ବଣାଇ, କୋଇଡ଼ା, ଗୁରୁଣ୍ଡିଆ, ବିଶ୍ରା ଆଦି ବ୍ଲକ୍‌ରୁ ଶହଶହ ବେକାର ଯୁବକଯୁବତୀ ରିଜର୍ଭ କାର୍ଯ୍ୟାଳୟ ଆଗରେ ସକାଳୁ ସକାଳୁ ଲମ୍ବା ଧାଡ଼ି ଲଗାଇଥିଲେ। ସମାନ ସ୍ଥିତି ସୁନ୍ଦରଗଡ଼ ପୁଲିସ ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି। ସୁନ୍ଦରଗଡ଼ ପୁଲିସ ଜିଲ୍ଲାର ୯୨ଟି ପଦ ପାଇଁ ୫ ହଜାରରୁ ଅଧିକ ଆଶାୟୀ ଆବେଦନ କରିସାରିଥିବା ଜଣାପଡ଼ିଛି।

Rourkela B-tech
Advertisment
Related Articles
Advertisment