Advertisment

ଆସିଲା ମୃତ ଚିନ୍ମୟୀ ସାହୁଙ୍କ ଭିସେରା ରିପୋର୍ଟ, ବଢିଲା ସନ୍ଦେହ

ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି, ଭିସୁଟର ସମାବର୍ତ୍ତନ ଉତ୍ସବକୁ ଆସି ତାପରେ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା।ପାୱାର ଚାନେଲର ଜଳରାଶି ଭିତରୁ ମିଳିଥିଲା ଚିନ୍ମୟୀଙ୍କ ମୃତଦେହ ।

author-image
Chandan Shishu
ଅଦ୍ୟତନ ହୋଇଛି
VSSUT Student Chinmyee Death Case

VSSUT student death case

ସମ୍ବଲପୁର: ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁଙ୍କ ରହସ୍ୟଜନକ ମୃତ୍ୟୁର ସରୁନି କାରଣ ଖୋଜା। ଭିସେରା ରିପୋର୍ଟରେ ଇଥାଇଲ ଆଲକହଲ ସେବନ କରିଥିବା ସୂଚନା ମିଳିଛି। ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଏସ୍ ପି ବି. ଗଙ୍ଗାଧର।

Advertisment

ସେ କହିଛନ୍ତି ଯେ, ‘ମୃତ୍ୟୁ ପୂର୍ବରୁ ଆଲକହଲ ସେବନ କରିଥିବା ସ୍ପଷ୍ଟ ହୋଇଛି। ସିସିଟିଭି ଫୁଟେଜ ରେ ପିଇବା ବେଳର ଫୁଟେଜକୁ ଏହା ଲିଙ୍କ୍ କରୁଛି। ଦୁଇ ଜଣ ବସିକି ହୋଟେଲରେ ପିଇବା ବେଳର ଫୁଟେଜ ସିଜ୍ କରିଛୁ। ଡାୟାଟମ ରିପୋର୍ଟରେ ମୃତ୍ୟୁର କାରଣ ପାଣିରେ ବୁଡ଼ି ବୋଲି ଆସିଥିଲା। ଏହା ଆତ୍ମହତ୍ୟା, ନା କେହି ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଥିଲେ, ତଦନ୍ତ ଚାଲିଛି। ଗତ ଫେବ୍ରୁଆରୀ ୨୮ରେ ପିସି ବ୍ରିଜରୁ ପଡ଼ି ଚିନ୍ମୟୀଙ୍କର ମୃତ୍ୟୁ ଘଟିଥିଲା।'

କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁରର ଚିନ୍ମୟୀ, INFORMATION AND TECHNOLOGY ବ୍ରାଞ୍ଚରେ ଭିସୁଟରୁ ପାସଆଉଟ୍ ହୋଇଥିଲେ। ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି, ଭିସୁଟର ସମାବର୍ତ୍ତନ ଉତ୍ସବକୁ ଆସି ତାପରେ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା। ପାୱାର ଚାନେଲର ଜଳରାଶି ଭିତରୁ ମିଳିଥିଲା ଚିନ୍ମୟୀଙ୍କ ମୃତଦେହ ।

Advertisment

ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ ଚିନ୍ମୟୀଙ୍କ ପରିବାର ଲୋକେ ।  ସମୟ ଯେତେ ଗଡ଼ୁଛି, ସେତେ ବଢ଼ୁଛି ଏହାକୁ ନେଇ ସସପେନ୍ସ । ଚିନ୍ମୟୀଙ୍କ ଗଳାରେ ଥିବା ଦାଗ ଅଧିକ ସନ୍ଦେହ ବଢ଼ାଇଛି । ପରିବାର ଲୋକେ ସିଧାସଳଖ ହତ୍ୟା ଅଭିଯୋଗ ଆଣିଥିଲେ । ଚିନ୍ମୟୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି କହିଥିଲେ।

VSSUT
Advertisment
Advertisment