Advertisment

Illegal Liquor Sales Near Schools: ଗାଁରେ ଚାଲିଛି ଚୋରା ମଦ କାରବାର, ତାତିଲେଣି ମହିଳା...

ସ୍କୁଲ ଓ ମନ୍ଦିର ନିକଟରେ ଖୁଲମଖୁଲା ବିକ୍ରି ହେଉଛି ଚୋରା ମଦ । ମଦ୍ୟପଙ୍କ ପ୍ରାଦୁର୍ଭାବରେ ଅତିଷ୍ଠ ହେଲେଣି ମହିଳାମାନେ । ଘରୁ ବାହାରିବାକୁ ଡରୁଛନ୍ତି ମହିଳା ଓ ସ୍କୁଲ ଛାତ୍ରଛାତ୍ରୀ ।

author-image
Sujit kumar Swain
ଅଦ୍ୟତନ ହୋଇଛି
Illegal Liquor Sales Near Schools

Illegal Liquor Sales Near Schools

ଗାଁ ଗାଁରେ ଚାଲିଛି ଚୋରା ମଦ କାରବାର । ସ୍କୁଲ ଓ ମନ୍ଦିର ନିକଟରେ ଖୁଲମଖୁଲା ବିକ୍ରି ହେଉଛି ଚୋରା ମଦ । ମଦ୍ୟପଙ୍କ ପ୍ରାଦୁର୍ଭାବରେ ଅତିଷ୍ଠ ହେଲେଣି ମହିଳାମାନେ । ଘରୁ ବାହାରିବାକୁ ଡରୁଛନ୍ତି ମହିଳା ଓ ସ୍କୁଲ ଛାତ୍ରଛାତ୍ରୀ । ସ୍ଥିତି ଅସମ୍ଭାଳ ହେବା ପରେ ଚୋରା ମଦ ବେପାରୀ ଓ ମଦୁଆଙ୍କୁ ସାବାଡ଼ କରିବା ପାଇଁ ଅଣ୍ଟା ଭଡିଛନ୍ତି କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ବଡ଼ଆଙ୍କୋ ଗ୍ରାମବାସୀମାନେ । ଦୀର୍ଘ ଦୁଇବର୍ଷ ହେବ ଗାଁର ସ୍କୁଲ ନିକଟରେ ଚୋରା ମଦ କାରବାର ହୋଇଆସୁଛି । ନିକଟରେ ସ୍କୁଲ ଥିବା ବେଳେ ପାଖରେ ରହିଛି ଗାଁର ମନ୍ଦିର । ଏମିତି କି ପିଲାମାନେ ମଦୁଆଙ୍କ ଆଚରଣ ଦେଖି ସ୍କୁଲ ଯିବାକୁ ଭୟ କରୁଛନ୍ତି । 

Advertisment

ବଡ଼ଆଙ୍କୋ ଗାଁରେ ଦୀର୍ଘ ୨ବର୍ଷ ହେବ ଚୋରା ମଦ କାରବାର ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଚୋରା ମଦ କାରବାର ବନ୍ଦ କରିବା ପାଇଁ ଗାଁର ଲୋକମାନେ ଅବକାରୀ ବିଭାଗ ଓ ସ୍ଥାନୀୟ ପ୍ରଶାସନକୁ ବାରମ୍ବାର ଗୁହାରିକରି ଆସୁଛନ୍ତି । ହେଲେ କିଛି ବି ପଦକ୍ଷେପ ନିଆଯାଉ ନଥିବା ଗ୍ରାମବସୀ କହିଛନ୍ତି । 

ଅଧିକ ପଢନ୍ତୁ:   କିଏ ଏହି ପ୍ରସିଦ୍ଧ ୟୁଟ୍ୟୁବର, ଭାରତରେ ରହି ପାକିସ୍ତାନ ପାଇଁ କରୁଥିଲେ ଗୁଇନ୍ଦାଗିରି

Advertisment

ତେବେ ଶେଷରେ ପ୍ରଶାସନ ଠାରୁ ନିରାଶ ହେବା ପରେ ଗ୍ରାମବାସୀ ଓ ମହିଳାମାନେ ମଦବେପାରୀ ଓ ମଦୁଆଙ୍କୁ ସାବାଡ଼ କରିବାକୁ ଅଣ୍ଟା ଭିଡିଛନ୍ତି । ଅନ୍ୟପଟେ ଆଳି ତହସିଲଦାର କହିଛନ୍ତି ପଦକ୍ଷେପ ନିଆଯିବ ।

ଆଳି ଅଂଚଳରେ ଗାଁ ଗାଁରେ ଚୋରା ମଦ କାରବାର ବଢ଼ୁଛି । ସ୍କୁଲ ନିକଟରେ ପଡିଛି ଶହ ଶହ ମଦ ବୋତଲ । ଅବକାରୀ ବିଭାଗ ଓ ଚୋରା ମଦ ବେପାରୀଙ୍କ ମଧୁଚନ୍ଦ୍ରିକାରେ ଯେମିତି ସବୁ କିଛି ଏଠାରେ ଚାଲି ଆସୁଥିବା କୁହାଯାଉଛି । 

Illegal Liquor Illegal Liquor Seller
Advertisment
Related Articles
Advertisment