/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747479030.jpg)
Jyoti Malhotra arrested
ଭାରତରେ ଗିରଫ ହେଲେ ପାକିସ୍ତାନୀ ସ୍ପାଏ । ବର୍ଷ ବର୍ଷ ଧରି ପାକିସ୍ତାନ ପାଇଁ ଗୁପ୍ତଚରୀ କରୁଥିବା ଜଣାଶୁଣା ୟୁଟ୍ୟୁବର୍ ଜ୍ୟୋତି ମଲହୋତ୍ରାଙ୍କୁ ଗିରଫ କରିଛି ହରିୟାଣା ପୋଲିସ୍ । ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ସହ ସମ୍ପର୍କ ଥିବା ଅଭିଯୋଗରେ ସେ ବନ୍ଧା ହୋଇଛନ୍ତି । ଜ୍ୟୋତିଙ୍କ ସମେତ ୬ ଜଣ ଭାରତୀୟଙ୍କୁ ଗିରଫ କରାଯାଇଛି । ଏମାନେ ଭାରତରେ ରହି ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ଜଣାପଡିଛି । ୨୦୨୩ରେ ପାକିସ୍ତାନ ଯାଇଥିଲେ ଜ୍ୟୋତି ।
ଜ୍ୟୋତି ମଲହୋତ୍ରା ନିଜର ୟୁଟ୍ୟୁବ୍ ଚ୍ୟାନେଲ 'ଟ୍ରାଭେଲ ୱିଥ୍ ଜୋ'ରେ ବିଭିନ୍ନ ଦେଶ ବୁଲନ୍ତି । ଏସବୁ ଭିତରେ ସେ ପାକିସ୍ତାନ ଯାଇଥିଲେ । ଆଉ ସେଠି ସେ ପାକିସ୍ତାନ ହାଇକମିଶନ୍ ସହ ଲିଙ୍କକୁ ଆସିଥିବା ଜଣାପଡ଼ିଛି । ପାକ୍ ହାଇକମିଶନର ସଦସ୍ୟ ଏହସାନ-ଉର୍-ରହିମ୍ ଓରଫ୍ ଦାନିଶ ସହ ତାଙ୍କର ଘନିଷ୍ଠ ସମ୍ପର୍କ ଥିଲା ଏବଂ ସେ ହିଁ ଜ୍ୟୋତିଙ୍କୁ ପାକିସ୍ତାନର ଗୁଇନ୍ଦା ଅପରେଟିଭଙ୍କ ସହ ଭେଟ କରାଇଥିଲା । ଏହାପରେ ଭାରତର ଅନେକ ତଥ୍ୟ ସେ ପାକିସ୍ତାନ ଗୁଇନ୍ଦା ସଂସ୍ଥାକୁ ଦେଇଥିବା ଅଭିଯୋଗ ହୋଇଛି ।
ଅଧିକ ପଢ଼ନ୍ତୁ: ବିଶ୍ୱରେ ଖୋଲିବ ପାକିସ୍ତାନ ଅସଲ ମୁଖା; ବିଦେଶ ଯିବେ ସର୍ବଦଳୀୟ ପ୍ରତିନିଧି ଦଳ, ବିଜେପିରୁ ବୈଜୟନ୍ତ ଓ ରବିଶଙ୍କର
ଖାଲି ସେତିକି ନୁହେଁ, ଗତ ବର୍ଷ ଓ କିଛି ମାସ ତଳେ ବି ଜ୍ୟୋତି ମଲହୋତ୍ରା ପାକିସ୍ତାନ ଯାଇଥିଲେ । ହ୍ୱାଟସଆପ, ଟେଲିଗ୍ରାମ ଓ ସ୍ନାପଚାଟ୍ ଭଳି ଏନକ୍ରିପଟେଡ ପ୍ଲାଟଫର୍ମ ଜରିଆରେ ସେ ପାକ୍ ଗୁଇନ୍ଦା ଅପରେଟିଭଙ୍କ ସହ ସମ୍ପର୍କରେ ରହିଥିଲେ । ତାଙ୍କୁ ଭାରତୀୟ ସ୍ଥାନଗୁଡିକ ସହ ଜଡ଼ିତ ସମ୍ବେଦନଶୀଳ ତଥ୍ୟ ସେୟାର କରିଥିଲେ । ଏପରିକି ସୋସିଆଲ ମିଡିଆରେ ପାକିସ୍ତାନର ସକରାତ୍ମକ ଛବି ପ୍ରତିଷ୍ଠା କରିବା କାର୍ଯ୍ୟରେ ମଧ୍ୟ ଲିପ୍ତ ରହିଥିବା ଜଣାପଡିଛି ।
ଜ୍ୟୋତିଙ୍କ ଲିଙ୍କରେ ପଞ୍ଜାବ ଓ ହରିୟାଣାରେ ବି କିଛି ବ୍ୟକ୍ତିଙ୍କୁ ବି ଉଠାଇଛି ପୋଲିସ୍ । ସେହିପରି ପାନିପଥରୁ ଜଣେ ଛାତ୍ର ଦେବେନ୍ଦ୍ର ସିଂ ଢିଲୋନ୍ ବି ଗିରଫ ହୋଇଛନ୍ତି । ତାଙ୍କ ବିରୋଧରେ ସମାନ ଅଭିଯୋଗ ରହିଛି । ସେନା ବେସ୍ ଫଟୋ, ଭିଡିଓ ପାକିସ୍ତାନକୁ ଦେଇଥିଲେ । ଗତବର୍ଷ କରତାରପୁର୍ କରିଡର୍ ଯିବା ବାହାନାରେ ପାକିସ୍ତାନ ଯାଇଥିଲେ ଦେବେନ୍ଦ୍ର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)