/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748087074.jpg)
Odisha Vigilance Arrests Junior Engineer Sushant Sethi
ଚାକିରି କନିଷ୍ଠ ଯନ୍ତ୍ରୀ । ହେଲେ ସମ୍ପତ୍ତି, ଅଚଳାଚଳ । କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ନୂଆପଡ଼ା R&B ଡିଭିଜନ୍ର କନିଷ୍ଠ ଯନ୍ତ୍ରୀ ଥିଲେ ସୁଶାନ୍ତ ସେଠୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି ।
ତେବେ ଗତକାଲି ଭୁବନେଶ୍ୱରରେ ଦୁଇ ଦୁଇଟି ବହୁତଳ କୋଠା, 9ଟି ଦାମୀ ପ୍ଲଟ୍, ଫାର୍ମ ହାଉସ୍, 50 ଲକ୍ଷ ଟଙ୍କାର ବୀମା ଓ ବ୍ୟାଙ୍କ ବାଲାନ୍ସ ଏମିତି କେତେ କଣ । ଆୟବହିର୍ଭୁତ ସମ୍ପତ୍ତିଠୁଳ ଅଭିଯୋଗରେ ରେଡରୁ ନୂଆପଡ଼ା R&B କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀଙ୍କ ପାଖରୁ ଏମିତି ବିପୁଳ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ । ତେବେ ଭୁବନେଶ୍ବର ଘରେ ଚଢ଼ାଉ ବେଳେ ସୁଶାନ୍ତଙ୍କ ପତ୍ନୀଙ୍କ ରୋବାବ୍ ଦେଖି ତାଜୁବ୍ ହୋଇ ଯାଇଥିଲେ ତଦନ୍ତକାରୀ ଟିମ୍ ।
ଅଧିକ ପଢ଼ନ୍ତୁ: ପାକ୍ ଜାସୁସ ଗିରଫ; ଦେଶର ସୁରକ୍ଷା ସମ୍ପର୍କରେ ଯୋଗାଉଥିଲା ତଥ୍ୟ
ଏକକାଳୀନ 8ଟି ସ୍ଥାନରେ ରେଡରୁ ସାମ୍ନାକୁ ଆସିଥିଲା ଇଞ୍ଜିନିୟର ସୁଶାନ୍ତ ବାବୁଙ୍କ ଅସତ୍ ଅର୍ଜନର କଳା ଚିଠା । ପୁଳା ପୁଳା ଦାମୀ ପ୍ଲଟ ସହ, କୋଠା, ଫାର୍ମ ହାଉସ୍ ଏମିତି କେତେ କଣ । ଭୁବନେଶ୍ବର ଗଙ୍ଗୋତ୍ରୀ ନଗରରେ ଥିବା ୩ ମହଲା ବିଶିଷ୍ଟ ବହୁତଳ ପ୍ରସାଦ କୌଣସି ହୋଟେଲଠୁ କମ୍ ନୁହେଁ । ୨୫ ଶହ ବର୍ଗଫୁଟ ଜମି ଓ 65 ଶହ ବର୍ଗଫୁଟରେ ତିଆରି କୋଠାରେ ପାଖାପାଖି ୫ରୁ ୬ଟି ପରିବାରକୁ ଭଡା ସୂତ୍ରରେ ଘର ଦିଆଯାଇଛି ।
ଘର ପାଖକୁ ଲାଗି ୧୫ ଶହ ବର୍ଗ ଫୁଟରେ ଜମିରେ ଆଉ ଏକ କୋଠା ବି ବାଡ଼ିଆ ଚାଲିଛି। ଏତିକି ନୁହେଁ ବାବୁଙ୍କର ଭୁବନେଶ୍ବର ଓ ପୁରୀରେ ୯ ଟି ଦାମୀ ପ୍ଲଟ୍ ତ ଅଛି ତା ସାଙ୍ଗକୁ ପିପିଲି ବିଲିପଡାରେ ବିରାଟ୍ ଫାର୍ମ ହାଉସ୍ ବି ଅଛି । ଏକ ଏକର ଜମିରେ ଥିବା ଫାର୍ମ ହାଉସ। ଏଥିସହ ୫୦ ଲକ୍ଷ ଟଙ୍କାର ବ୍ୟାଙ୍କ ଓ ବୀମା ଜମାରାଶି, ଗୋଟିଏ ଦାମୀ କାର ସହ ଆଉ ଏକ ବେନାମୀ ଦାମୀ କାରର ସନ୍ଧାନ ବି ପାଇଛି ଭିଜିଲାନ୍ସ ଟିମ୍ । ଭୁବନେଶ୍ୱର ସମେତ ଖରିଆରରେ ଥିବା ସୁଶାନ୍ତଙ୍କ ସରକାରୀ କ୍ୱାର୍ଟର, ଅଫିସରେ ରେଡ ଜାରି ରହିଥିବା ବେଳେ ସମ୍ପତ୍ତିର ତାଲିକା ଆହୁରି ଲମ୍ବିବା ନେଇ ଆଶା ରଖିଛି ଭିଜିଲାନ୍ସ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)