Advertisment

Vikashita Bharat: ‘୧୪୦ କୋଟି ଲୋକଙ୍କ ଆକାଂକ୍ଷା ପୂରଣ କରିବା ପାଇଁ ବିରାଟ ସୁଯୋଗ ପାଇଛୁ’

‘୨୦୪୭ ସୁଦ୍ଧା ଭାରତକୁ ବିକଶିତ କରିବା ଉପରେ ଧ୍ୟାନ ଦେବା ଉଚିତ୍ । ପ୍ରତ୍ୟେକ ରାଜ୍ୟ, ସହର, ନଗରପାଳିକା ଓ ଗାଁକୁ ବିକଶିତ କରିବାର ଲକ୍ଷ୍ୟ ରଖିବା ଉଚିତ୍ ।’

author-image
Sujit kumar Swain
ଅଦ୍ୟତନ ହୋଇଛି
	 Vikashita Bharat

Vikashita Bharat

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗ କାଉନସିଲ୍ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ୨୦୪୭ ସୁଦ୍ଧା ଭାରତକୁ ବିକଶିତ କରିବା ଭଳି ଗୋଟିଏ ଲକ୍ଷ୍ୟ ଉପରେ ଧ୍ୟାନ ଦେବା ଉଚିତ୍। ଆମେ ପ୍ରତ୍ୟେକ ରାଜ୍ୟ, ପ୍ରତ୍ୟେକ ସହର, ପ୍ରତ୍ୟେକ ନଗରପାଳିକା ଓ ପ୍ରତ୍ୟେକ ଗାଁକୁ ବିକଶିତ କରିବାର ଲକ୍ଷ୍ୟ ରଖିବା ଉଚିତ୍। ଯଦି ଆମେ ଏହି ଦିଗରେ କାମ କରୁ, ତେବେ ବିକଶିତ ଭାରତ ହେବା ପାଇଁ ୨୦୪୭ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ନାହିଁ।

Advertisment

ସେ ଆହୁରି କହିଛନ୍ତି ଯେ, ଆମେ ଏଭଳି ଭାବେ କାମ କରିବା ଉଚିତ୍ ଯେପରି ନୀତିଗୁଡ଼ିକ ସାଧାରଣ ନାଗରିକଙ୍କ ଜୀବନରେ ପରିବର୍ତ୍ତନ ଆଣିବ। ଯେମିତି ଲୋକେ ପରିବର୍ତ୍ତନ ଅନୁଭବ କରିବେ। ଏହା ହିଁ ପରିବର୍ତ୍ତନକୁ ମଜବୁତ କରିବ ଏବଂ ଏହାକୁ ଏକ ଆନ୍ଦୋଳନରେ ରୂପାନ୍ତରିତ କରିବ। ଆମେ ଗୋଟିଏ ଟିମ୍ ଭାବେ କାମ କରି ୧୪୦ କୋଟି ଲୋକଙ୍କ ଆକାଂକ୍ଷା ପୂରଣ କରିବା ପାଇଁ ବିରାଟ ସୁଯୋଗ ପାଇଛୁ।

ଅଧିକ ପଢ଼ନ୍ତୁ: ଧନୀ ହେଉଛି ଦେଶ : ଭାରତରେ କମୁଛି ଗରିବଙ୍କ ସଂଖ୍ୟା

ତେବେ ମହିଳାଙ୍କ ବିକାଶ କ୍ଷେତ୍ରରେ ମଧ୍ୟ କାମ କରିବା ନିହାତି ଜରୁରୀ। ଏଭଳି ଆଇନ ଓ ନୀତି ତିଆରି କରିବା ଉଚିତ୍ ଯେପରି ମହିଳା ମାନେ ଦେଶର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। 

Advertisment

ଆଜିର ବୈଠକରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ଉପସ୍ଥିତ ଥିଲେ । ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉପସ୍ଥିତ ଥିଲେ ।

Narendra Modi NITI Aayog
Advertisment
Related Articles
Advertisment