Advertisment

Pakistan Espionage: ପାକ୍ ଜାସୁସ ଗିରଫ; ଦେଶର ସୁରକ୍ଷା ସମ୍ପର୍କରେ ଯୋଗାଉଥିଲା ତଥ୍ୟ

ପାକିସ୍ତାନ ପାଇଁ ଗୁଇନ୍ଦାଗିରି ଏବଂ ଦେଶର ସୁରକ୍ଷା ସମ୍ପର୍କିତ ତଥ୍ୟ ଯୋଗାଉଥିବା ଅଭିଯୋଗରେ ତାକୁ ଗିରଫ କରାଯାଇଛି। ଏଟିଏସ ପକ୍ଷରୁ କୁହାଯାଇଛି ଯେ, ପାକିସ୍ତାନର ଅନେକ ବଡ ଲୋକଙ୍କ ସହ ତୁଫୈଲର ସମ୍ପର୍କ ଥିଲା।

author-image
Tapaswini Nayak
pakistan

pakistan

ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ଆଉ ଜଣେ ଗିରଫ। ଉତ୍ତରପ୍ରଦେଶ ଏଟିଏସ୍ ବାରାଣସୀର ମହମ୍ମଦ ତୁଫୈଲ ଗିରଫ । ପାକିସ୍ତାନ ପାଇଁ ଗୁଇନ୍ଦାଗିରି ଏବଂ ଦେଶର ସୁରକ୍ଷା ସମ୍ପର୍କିତ ତଥ୍ୟ ଯୋଗାଉଥିବା ଅଭିଯୋଗରେ ତାକୁ ଗିରଫ କରାଯାଇଛି।

Advertisment

ଏଟିଏସ ପକ୍ଷରୁ କୁହାଯାଇଛି ଯେ, ପାକିସ୍ତାନର ଅନେକ ବଡ ଲୋକଙ୍କ ସହ ତୁଫୈଲର ସମ୍ପର୍କ ଥିଲା। ସେ ହ୍ବାଟସ ଆପ୍ ଗ୍ରୁପ କରି ସେଥିରେ ପାକିସ୍ତାନର ପ୍ରତିବନ୍ଧିତ ଆତଙ୍କୀ ସଙ୍ଗଠନ ତହରିକ୍-ଏ-ଲବୈକର ନେତା ମୌଲାନା ସାଦ ରିଜଭିଙ୍କ ବିଭିନ୍ନ ଭିଡିଓ ସେୟାର କରୁଥିଲା।

ଅଧିକ ପଢ଼ନ୍ତୁ: 'ମୁଁ କହୁନାହିଁ ଯେ ମୁଁ ଯୁଦ୍ଧ ବନ୍ଦ କରିଦେଇଛି, କିନ୍ତୁ...'

ଗଜବା-ଏ-ହିନ୍ଦ୍ ନାରା ଦେବା ସହ ବାବ୍ରି ମସଜିଦ୍ ଭଙ୍ଗର ବଦଲା ନେବା ଏବଂ ଭାରତରେ ସରିୟାତ୍ ଲାଗୁ କରିବା ନେଇ ମେସେଜ୍ ପଠାଉଥିଲା। କେବଳ ଏତିକି ନୁହେଁ ହ୍ବାଟସଅପରେ ରାଜଘାଟ, ଜ୍ଞାନବାପୀ, ରେଳ ଷ୍ଟେସନ, ଜାମା ମସଜିଦ୍, ଲାଲକିଲ୍ଲା ଏବଂ ନିଜାମୁଦ୍ଦିନ ଭଳି ଐତିହାସିକ ସ୍ଥଳର ଫଟୋ ଏବଂ ସେସମ୍ପର୍କିତ ତଥ୍ୟ ପାକିସ୍ତାନ ନମ୍ବରକୁ ସେୟାର କରୁଥିଲା। ୬୦୦ରୁ ଅଧିକ ପାକିସ୍ତାନୀ ନମ୍ବର ସହ ସମ୍ପର୍କରେ ଥିଲା ତୁଫୈଲ।

Advertisment

ଅଧିକ ପଢ଼ନ୍ତୁ: ଭାରତ ଓ ପାକିସ୍ତାନକୁ ରାତିରେ ମିଶିକି ଖାଇବାକୁ ପରାମର୍ଶ ଦେଲେ ଟ୍ରମ୍ପ

India Pakistan
Advertisment
Advertisment