Advertisment

Pakistan Spy: ଇଏ ଆଉ ଜଣେ ଦେଶଦ୍ରୋହୀ; ଭାରତରେ ରହୁଥିଲା, ପାକିସ୍ତାନ ପାଇଁ ଜାସୁସୀ କରୁଥିଲା !

ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରିବା ଅଭିଯୋଗରେ ଧରାପଡିଲା ଆଉ ଜଣେ ଗୁପ୍ତଚର । ଗୁଜରାଟ କୁଚ୍‌ ଅଞ୍ଚଳରୁ ପାକ୍‌ ଜାସୁସ୍‌କୁ ଗିରଫ କଲା ଏଟିଏସ୍ । ପାକିସ୍ତାନକୁ ଦେଉଥିଲା ଦେଶର ସୁରକ୍ଷା ସହ ଜଡିତ ତଥ୍ୟ ।

author-image
Namita Biswal
ଅଦ୍ୟତନ ହୋଇଛି
Pakistan Spy

Pakistan Spy

ଧରାପଡିଲା ପୁଣି ଜଣେ ପାକିସ୍ତାନୀ ଗୁପ୍ତଚର । ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାକୁ ନେଇ ସାରା ଦେଶରେ ହଇଚଇ ଲାଗି ରହିଥିବାବେଳେ ଶତ୍ରୁ ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରିବା ଅଭିଯୋଗରେ ଆଉ ଜଣେ ସନ୍ଦିଗ୍ଧକୁ ଗିରଫ କରିଛି ଆଣ୍ଟି-ଟେରରିଜିମ ସ୍କ୍ୱାଡ୍‌ (ATS) । ସନ୍ଦିଗ୍ଧ ଜଣକ ଗୁଜରାଟର ସହଦେବ ସିଂ ଗୋହିଲ । ସେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ (ISI) ସହ ଯୋଗାଯୋଗରେ ରହିଥିବା ଏବଂ ଦେଶର ସୁରକ୍ଷା ସହ ଜଡ଼ିତ ବହୁ ସମ୍ବେଦନଶୀଳ ତଥ୍ୟ  ପାକିସ୍ତାନକୁ ଦେଇଥିବା ଜଣାପଡିଛି ।

Advertisment

ଅଧିକ ପଢ଼ନ୍ତୁ: ପାକ୍ ଜାସୁସ ଗିରଫ; ଦେଶର ସୁରକ୍ଷା ସମ୍ପର୍କରେ ଯୋଗାଉଥିଲା ତଥ୍ୟ

ଗୁଜରାଟର କୁଚ୍ ସୀମାନ୍ତବର୍ତ୍ତୀ ଅଞ୍ଚଳରୁ ସନ୍ଦିଗ୍ଧ ଗୁପ୍ତଚରକୁ ଗିରଫ କରାଯାଇଛି । ବୃତ୍ତିରେ ସେ ଜଣେ ସ୍ୱାସ୍ଥ୍ୟକର୍ମୀ । ଅଧିକାରୀଙ୍କ ସୂଚନା ମୁତାବକ, ଏହି ବ୍ୟକ୍ତି ଜଣକ ଗୁଜରାଟର କିଛି ସମ୍ବେଦନଶୀଳ ସ୍ଥାନର ତଥ୍ୟ ମଧ୍ୟ ପାକିସ୍ତାନକୁ ସେୟାର କରିଥିଲା । ଏଟିଏସ୍ ତାକୁ ଗିରଫ କରିବା ପରେ ଅହମ୍ମଦାବାଦକୁ ଆଣି ପଚରାଉଚରା କରୁଛି ।

ଗୁଜରାଟ ATS ଏସପି କେ. ସିଦ୍ଧାର୍ଥ କହିଛନ୍ତି, ଜଣେ ପାକିସ୍ତାନୀ ଏଜେଣ୍ଟକୁ ଦେଶର ସମ୍ବେଦନଶୀଳ ତଥ୍ୟ ଦେବା ଅଭିଯୋଗରେ ଗୋହିଲକୁ ଗିରଫ କରାଯାଇଛି । ଗୋହିଲ ବିଏସ୍‌ଏଫ୍ ଓ ଭାରତୀୟ ବାୟୁସେନା ସହ ଜଡିତ ତଥ୍ୟ ପାକିସ୍ତାନ ଗୁଇନ୍ଦା ଏଜେଣ୍ଟକୁ ଦେଇଥିଲା । ପୂର୍ବରୁ ଏହି ଘଟଣା ସମ୍ପର୍କରେ ମେ' ୧ରେ ତାକୁ ପଚରାଉଚରା କରାଯାଇଥିଲା ।

Advertisment

ଜେରା ବେଳେ ଗୋହିଲ ମାନିଥିଲା ଯେ, ସେ ୨୦୨୩ ଜୁନ-ଜୁଲାଇରେ ଅଦିତି ଭରଦ୍ୱାଜ ନାମକ ଜଣେ ମହିଳାଙ୍କ ସହ ହ୍ୱାଟସ୍‌ଆପ୍‌ ଯୋଗେ ସମ୍ପର୍କରେ ଆସିଥିଲା । ପରେ ସେହି ମହିଳା ଜଣେ ପାକିସ୍ତାନୀ ଏଜେଣ୍ଟ ହୋଇଥିବା ଜାଣିବାକୁ ପାଇଥିଲା । ମହିଳାଜଣକ ଗୋହିଲକୁ ବିଏସ୍‌ଏଫ୍ ଓ ବାୟୁସେନା ସାଇଟ୍‌ ଫଟୋ ଓ ଭିଡିଓ ସେୟାର କରିବାକୁ କହିଥିଲେ । ବିଶେଷକରି ନିର୍ମାଣାଧୀନ କିମ୍ବା ନୂଆ କରି ନିର୍ମିତ ସୁରକ୍ଷା ସ୍ଥଳଗୁଡିକର ଚିତ୍ର ସେୟାର କରିବାକୁ କହିଥିଲେ, ଯାହାକୁ କି ଗୋହିଲ ହ୍ୱାଟସ୍‌ଆପ୍‌ ମାଧ୍ୟମରେ ତାଙ୍କୁ ପଠାଇଥିଲା । 

କିଛି ମାସ ପୂର୍ବରୁ ଗୋହିଲ ନିଜ ଆଧାର କାର୍ଡ ବ୍ୟବହାର କରି ଏକ ଭାରତୀୟ ସିମ୍‌କାର୍ଡ କିଣିଥିଲା ଏବଂ ଓଟିପି ସାହାଯ୍ୟରେ ସେହି ସିମ୍‌ରେ ଅଦିତି ଭରଦ୍ୱାଜ ପାଇଁ ହ୍ୱାଟସ୍‌ଆପ୍‌ ଆକ୍ଟିଭେଟ୍ କରିଥିଲା । ସେହି ନମ୍ବରରେ ସମସ୍ତ ସମ୍ବେଦନଶୀଳ ଫଟୋ, ଭିଡିଓ ଓ ତଥ୍ୟ ସେୟାର କରିଥିଲା । ଏହି କାମ ପାଇଁ ତାକୁ ୪୦ ହଜାର ଟଙ୍କା ମଧ୍ୟ ମିଳିଥିବା ଜାଣିବାକୁ ପାଇଛନ୍ତି ତଦନ୍ତକାରୀ ଏଜେନ୍ସି । 

 ATS ଏସପିଙ୍କ ସୂଚନା ଅନୁସାରେ, ଗୋହିଲ ସିମ୍‌ରେ ଖୋଲିଥିବା ହ୍ୱାଟସ୍‌ଆପ୍ ଆକାଉଣ୍ଟ ପାକିସ୍ତାନରୁ ଅପରେଟ୍ ହେଉଥିଲା । ଏନେଇ ତା'ର ଫୋନ ଫରେନସିକ ସାଇନ୍ସ ଲାବୋରଟୋରୀକୁ ଯାଞ୍ଚ ପାଇଁ ପଠାଯିବା ସହ ମାମଲା ରୁଜୁ କରାଯାଇଛି । ଘଟଣାରେ ଅଧିକ ଛାନଭିନ୍‌ ଚାଲିଛି ।

ଅଧିକ ପଢ଼ନ୍ତୁ: ଧନୀ ହେଉଛି ଦେଶ : ଭାରତରେ କମୁଛି ଗରିବଙ୍କ ସଂଖ୍ୟା

Pakistan Indian Army India Pakistan News Pakistan Spy
Advertisment
Advertisment