• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୋବିନ୍ଦ ସାହୁର ମୃତ୍ୟୁ ପରେ ଏବେ ଘଟଣାରେ ନୂଆ ନୂଆ ଟ୍ୱିଷ୍ଟ ସାମ୍ନାକୁ ଆସୁଛି । ଗୋବିନ୍ଦ ସାହୁ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି ତାଙ୍କ ଓକିଲ । ସେ କହିଛନ୍ତି ଯଦି ଗୋବିନ୍ଦଙ୍କ ସାଧାରଣ ଆତ୍ମହତ୍ୟା ଥିଲା, ତେବେ ବ୍ରବଚ୍ଛେଦ ପାଇଁ ୮ ଘଣ୍ଟା ଲାଗିଲା କେମିତି ? ମୃତ ଗୋବିନ୍ଦ ସାହୁର କେମିତି, କାହିଁକି ଓ କେଉଁଠି ମୃତ୍ୟୁ ହେଲା ସେନେଇ ସ୍ପଷ୍ଟ କରିବାକୁ ଜେଲ୍ କର୍ତ୍ତୃପକ୍ଷଙ୍କୁ ୧୨ ଘଣ୍ଟା ଲାଗିଲା କାହିଁକି ? ଯଦି ଏହା ସାଧାରଣ ଆତ୍ମହତ୍ୟା ତେବେ କଣ୍ଟାବାଞ୍ଜିରେ ଏହାର ପଞ୍ଚନାମା ନ କରି ବଲାଙ୍ଗିର କାହିଁକି ନିଆଗଲା ? ପଞ୍ଚାନାମା ପାଇଁ ବୁର୍ଲାରୁ PMT ଡାକ୍ତର ଡକାଇବା କ’ଣ ଆବଶ୍ୟକ ଥିଲା ? ଏଭଳି ନାନା ପ୍ରଶ୍ନ କରିଛନ୍ତି ଗୋବିନ୍ଦଙ୍କ ଓକିଲ । 

ଆଉ ତାଙ୍କ ପ୍ରଶ୍ନର ଉତ୍ତର ଏବେ ସୁଦ୍ଧା କେହି ଦେଇପାରି ନାହାନ୍ତି । ନା ପୋଲିସ ଏନେଇ କିଛି ମୁହଁ ଖୋଲିଛି, କୌଣସି ଅଧିକାରୀ । ଖାଲି ସେତିକି ନୁହେଁ ତାଙ୍କ ଓକିଲ ଆହୁରି ମଧ୍ୟ ପ୍ରଶ୍ନ କରିଛନ୍ତି ଯେ, ମୁଖ୍ୟ ଅଭିଯୁକ୍ତ ଥିବା ଜେଲରେ SOP ମେଣ୍ଟେନ୍ କରାଯାଇଥାଏ । କିନ୍ତୁ କଣ୍ଟାବାଞ୍ଜି ଜେଲ୍‌ରେ ତାହା ହୋଇଛି କି ବୋଲି ପ୍ରଶ୍ନ କରିଛନ୍ତି ।

ଅନ୍ୟପଟେ ଆଜି ଆଉ ଏକ ବଡ଼ ସମସ୍ୟା ମଧ୍ୟ ସାମ୍ନାକୁ ଆସିଥିଲା । ଗୋବିନ୍ଦ ସାହୁର ପୋଷ୍ଟମର୍ଟମ ପରେ ମୃତଦେହକୁ କେହି ଗ୍ରହଣ କରିନଥିଲେ । ମୃତଦେହକୁ ମହାଲିଙ୍ଗ ନେବାକୁ ଉପସ୍ଥିତ ଥିବା ଗୋବିନ୍ଦଙ୍କ ସଂପର୍କୀୟ ଦାବି କରିଥିଲେ । ଗୋବିନ୍ଦଙ୍କ ପରିବାର ଲୋକେ ଆସିନଥିବାରୁ ସଂପର୍କୀୟମାନେ ମୃତଦେହ ନେବାକୁ ମନା କରି ଦେଇଥିଲେ । ଏମିତିକି ମୃତଦେହ କେହି ଗ୍ରହଣ କରୁନଥିବାରୁ ଦ୍ୱନ୍ଦ୍ୱରେ ପଡ଼ିଥିଲା ପୋଲିସ୍ । ତେବେ ଶେଷରେ ସନ୍ଧ୍ୟା ପ୍ରାୟ ୫.୩୦ ସମୟରେ ଗୋବିନ୍ଦଙ୍କ ମୃତଦେହ ତାଙ୍କ ପୈତୃକ ଗାଁରେ ପହଞ୍ଚିଥିଲା । ମୃତଦେହ ପହଞ୍ଚିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହେବା ସହ ଲୋକଙ୍କ ଭିଡ଼ ଜମିଥିଲା ।

ତେବେ ଗୋବିନ୍ଦ ସାହୁ ମୃତ୍ୟୁକୁ ନେଇ ରାଜ୍ୟ ରାଜନୀତି ମଧ୍ୟ ସରଗରମ ହୋଇଛି । ବିଜେପିକଂଗ୍ରେସ ଅଭିଯୋଗ କରିଛନ୍ତି ଯେ, ଗୋବିନ୍ଦ ସାହୁଙ୍କ ମୃତ୍ୟୁ ଆତ୍ମହତ୍ୟା ନୁହେଁ । ତାଙ୍କୁ ହତ୍ୟା କରାଯାଇଛି । ଏହା ଏକ ହତ୍ୟାକାଣ୍ଡ । କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ଭରସା ନାହିଁ । ଏଭଳି ଅଭିଯୋଗ କରିବା ସହ ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି କଂଗ୍ରେସ ଓ ବିଜେପି ।

ଅଧିକ ପଢ଼ନ୍ତୁ: ମୃତ ଗୋବିନ୍ଦଙ୍କ ପକେଟ୍‌ରୁ ମିଳିଲା ଏନ୍‌ଭଲପ୍‌, ବଢ଼ିଲା ସସ୍‌ପେନ୍ସ

ବିଜେପିର ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହଚିଚନ୍ଦନ କହିଛନ୍ତି, ମନ୍ତ୍ରୀ ନେତାମାନେ କୁକର୍ମ କରୁଛନ୍ତି । ତା’ପରେ ରାଜ୍ୟ ସରକାର ସାକ୍ଷୀ ସଫେଇ ଅଭିଯାନ ଚଳାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଜାଣତରେ ଏହା ଚାଲିଥିବାର ସଂଗୀନ ଅଭିଯୋଗ କରିଛନ୍ତି ପୃଥ୍ୱୀରାଜ । ମୁଖ୍ୟମନ୍ତ୍ରୀଙ୍କ ନୈତିକ ଦାୟିତ୍ୱ ହେଉଛି, ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା । ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ଦାବି କରିଛି ବିଜେପି । ନହେଲେ ସାରା ରାଜ୍ୟରେ ବିଜେପି ପ୍ରତିବାଦ କରିବ ବୋଲି ଚେତାବନୀ ଦେଇଛନ୍ତି ପୃଥ୍ୱୀରାଜ ।

କଂଗ୍ରେସ ମଧ୍ୟ କହିଛି, ଗୋବିନ୍ଦଙ୍କୁ ହତ୍ୟା କରାଯାଇଛି । ସିବିଆଇ ନ ହେଲେ ହାଇକୋର୍ଟଙ୍କ ନିରୀକ୍ଷଣରେ ଏସ୍‌ଆଇଟି ତଦନ୍ତ ହେଉ । କଂଗ୍ରେସ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଯିବ ଓ ରାଜ୍ୟପାଳଙ୍କୁ ମଧ୍ୟ କଂଗ୍ରେସ ଭେଟିବ ବୋଲି କହିଛନ୍ତି ସାଲୁଜା ।