Advertisment

ମୃତ ଗୋବିନ୍ଦଙ୍କ ପକେଟ୍‌ରୁ ମିଳିଲା ଏନ୍‌ଭଲପ୍‌, ବଢ଼ିଲା ସସ୍‌ପେନ୍ସ...

ଜେଲ୍ ଭିତରେ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ ବଢ଼ିଛି। ଗୋବିନ୍ଦଙ୍କ ମୃତଦେହ ପୋଷ୍ଟମର୍ଟମ ଯିବା ପୂର୍ବରୁ ତାଙ୍କ ପକେଟ୍‌ରୁ ଏକ ମାଟିଆ ରଙ୍ଗର ଲଫାପା ମିଳିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Gobinda Sahu Suicide Case

Gobinda Sahu death : Envelope found in deceased’s pocket deepens mystery

ଜେଲ୍ ଭିତରେ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା ର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ମୃତ୍ୟୁର ତଦନ୍ତ ପାଇଁ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ କଣ୍ଟାବାଞ୍ଜିରେ ପହଞ୍ଚିଛି। ଏହି ଟିମ୍ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ। ଗତକାଲି ପୋଲିସ ଡିଜି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଗୋବିନ୍ଦ ସାହୁ ବିଚାରାଧୀନ କଏଦୀ ଭାବେ କଣ୍ଟାବାଞ୍ଜି ଜେଲ୍‌ରେ ରହୁଥିଲା।ଗତକାଲି ତା’ର ଜାମିନ୍ ଆବେଦନର ଶୁଣାଣି ପୂର୍ବରୁ ଜେଲ୍‌ ପରିସରରେ ଥିବା ଏକ ଗଛରେ ଗୋବିନ୍ଦର ଝୁଲନ୍ତା ମୃତଦେହ ‌ଉଦ୍ଧାର କରାଯାଇଥିଲା।

Advertisment

ବହୁ ଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ବଡ଼ ବଡ଼ ଲୋକଙ୍କ ସମ୍ପୃକ୍ତି ଅଭିଯୋଗ ରହିଥିଲା। ସାରା ରାଜ୍ୟରେ ହଇଚଇ ସୃୃଷ୍ଟି କରିଥିଲା ଏହି ମାମଲା। ସେପଟେ ଗୋବିନ୍ଦଙ୍କ ପକେଟ୍‌ରୁ ଏକ ଏନ୍‌ଭଲପ୍‌ ମିଳିଛି। ଯାହାକୁ ନେଇ ସସ୍‌ପେନ୍ସ ବଢ଼ିଛି। ଗୋବିନ୍ଦଙ୍କ ମୃତଦେହ ପୋଷ୍ଟମର୍ଟମ ଯିବା ପୂର୍ବରୁ ତାଙ୍କ ପକେଟ୍‌ରୁ ଏକ ମାଟିଆ ରଙ୍ଗର ଲଫାପା ମିଳିଛି। ସେଥିରେ କ’ଣ ରହିଛି ତାହା ଜଣାପଡିନାହିଁ। ପୋଲିସ ସେହି ଲଫାପାକୁ ଜବତ କରିଛି।

ଅଧିକ ପଢ଼ନ୍ତୁ: ପତ୍ନୀଙ୍କ ବଡ଼ ବୟାନ ! ‘ମମିତା ମେହେରଙ୍କୁ ହତ୍ୟା କରିନଥିଲେ ଗୋବିନ୍ଦ ସାହୁ’

Advertisment

କିଭଳି ସ୍ଥିତିରେ ଗୋବିନ୍ଦଙ୍କ ମୃତ୍ୟୁ ହେଲା ତାହା ଜଣାପଡ଼ି ନଥିବା ବେଳେ ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ସବୁକିଛି ସ୍ପଷ୍ଟ ହୋଇଯିବ। ଗୋବିନ୍ଦଙ୍କ ମୃତ୍ୟୁ ପାଇଁ ସୁରକ୍ଷାରେ ଅବହେଳାକୁ ତାଙ୍କ ସମ୍ପର୍କୀୟ ଦାୟୀ କରିଛନ୍ତି। ଜେଲ୍‌ରୁ ଆଉ କୌଣସି ସୁରକ୍ଷିତ ସ୍ଥାନ ନାହିଁ। ଯଦି ବି ଆତ୍ମହତ୍ୟା କଲେ ସେଥିପାଇଁ ମଧ୍ୟ ଜେଲ୍ କର୍ତ୍ତୃପକ୍ଷ ଦାୟୀ ବୋଲି ସମ୍ପର୍କୀୟ କହିଛନ୍ତି। ଲଫାପାରେ ଦୁଇ ପେଜ୍‌ର ଲେଖାଥିଲା। ତାହା ପଢ଼ିଥିଲେ ନିଶ୍ଚିତ ଭାବେ କିଛି ସୁରାକ୍ ମିଳିପାରିଥାନ୍ତା ବୋଲି ଗୋବିନ୍ଦଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ଯେହେତୁ ଏହା ଏକ ହାଇ ପ୍ରୋଫାଇଲ୍ କେସ୍ ଏହାକୁ ଚପାଇ ଦେବା ଲାଗି ମୂଳରୁ ଷଡ଼ଯନ୍ତ୍ର ଚାଲିଥିଲା। ଆଉ ଏବେ ସନ୍ଦେହଜନକ ଭାବେ ଗୋବିନ୍ଦଙ୍କ ମୃତ୍ୟୁ ହେବା ସସ୍‌ପେନ୍ସକୁ ଆହୁରି ବଢ଼ାଇ ଦେଇଛି ବୋଲି ଗୋବିନ୍ଦଙ୍କ କାକା ଶ୍ୱଶୁର ଅଭିଯୋଗ କରିଛନ୍ତି। 

ଅନ୍ୟପକ୍ଷେ, ଗୋବିନ୍ଦର ଆଜି ଶବବ୍ୟବଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଗୋବିନ୍ଦର ଶବ ବ୍ୟବଚ୍ଛେଦ କରାଯାଇଛି। ବୁର୍ଲା ମେଡିକାଲ କଲେଜ FMT ବିଭାଗର ବିଶେଷଜ୍ଞ ଶବ ବ୍ୟବଚ୍ଛେଦରେ ନିୟୋଜିତ ହୋଇଛନ୍ତି। ଗୋବିନ୍ଦର କିଭଳି ସ୍ଥିତିରେ ମୃତ୍ୟୁ ହୋଇଛି, ପୋଷ୍ଟମର୍ଟମ ରିପୋର୍ଟ ମିଳିବା ପରେ ହିଁ ସ୍ପଷ୍ଟ ହେବ।  ପୋଷ୍ଟମର୍ଟମର ଭିଡିଓ ରେକର୍ଡିଂ ମଧ୍ୟ ହେବ ବୋଲି ପୋଲିସ କହିଛି।

ଗୋବିନ୍ଦ ସାହୁ ମୃତ୍ୟୁ ଘଟଣାରେ କଣ୍ଟାବାଞ୍ଜି ଜେଲ୍ ଓ୍ୱାର୍ଡର ଅକ୍ଷୟ କୁମାର ମହାନ୍ତି ନିଲମ୍ବିତ ହୋଇଛନ୍ତି। କାର୍ଯ୍ୟରେ ଅବହେଳା ପାଇଁ ତାଙ୍କୁ ନିଲମ୍ବନ କରାଯାଇଛି। ମମିତା ମେହେରଙ୍କ ବଡ଼ବାପା କହିଛନ୍ତି, ଗୋବିନ୍ଦକୁ ଫାଶି ମିଳିଥାନ୍ତା। ହେଲେ ତା’ ପୂର୍ବରୁ ନିଜେ ନିଜକୁ ଦୋଷୀ ବୋଲି ଭାବି ସେ ଆତ୍ମହତ୍ୟା କରିଛି।  ଏମିତିକି ସାକ୍ଷୀଙ୍କୁ ବି ପ୍ରଭାବିତ କରୁଥିଲା ଗୋବିନ୍ଦ। ମମିତାଙ୍କର ଆସନ୍ତାକାଲି ଜନ୍ମଦିନ ଥିଲା, ତା’ ପୂର୍ବରୁ ଗୋବିନ୍ଦର ଆତ୍ମହତ୍ୟା ମମିତାଙ୍କ ପାଇଁ ଗିଫ୍ଟ ହୋଇଗଲା ବୋଲି ତାଙ୍କ ବଡ଼ବାପା କହିଛନ୍ତି।

Mamita Meher Murder Case Gobinda Sahu
Advertisment
Advertisment