• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ବିବାଦରେ ବିଜେଡି ନେତା ଏନ୍‌ ଲୁକୋ । ବିବାହର ପ୍ରତିଶ୍ରୁତି ଦେଇ ରଖିଥିଲେ ଶାରୀରିକ ସମ୍ପର୍କ । ଥାନାରେ ମାମଲା ରୁଜୁ ହେବା ପରେ ଏବେ ଗିରଫ ହେଲେ । ଗିରଫ ଅଭିଯୁକ୍ତ ହେଉଛନ୍ତି କନ୍ଧମାଳର ବିଜେଡି ନେତା । ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କ ସହିତ ରଖିଥିଲେ ଶାରୀରିକ ସମ୍ପର୍କ । ଖାଲି ସମ୍ପର୍କ ରଖିଥିଲେ ତାହା ନୁହେଁ ବରଂ ପରବର୍ତ୍ତୀ ସମୟରେ ତାଙ୍କୁ ଛାଡ଼ି ଆଉ ଜଣଙ୍କୁ ବିବାହ କରିବା ପାଇଁ ସ୍ଥିର ବି କରିଥିଲେ । ହେଲେ ପ୍ରେମିକ ପ୍ରବରଙ୍କ ଏ ଚାଲାଖି ବିଷୟରେ ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ ପ୍ରଥମ ପ୍ରେମିକା । ଆଉ ମାମଲା ଥାନାରେ ରୁଜୁ ହେବା ପରେ ଅଭିଯୁକ୍ତ ବିଜେଡି ନେତାଙ୍କୁ ଗିରଫ କରିଛି ପୋଲିସ । ଆଉ ବିଜେଡି ନେତାଙ୍କ ବିବାଦ ସାମ୍ନାକୁ ଆସିବା ପରେ ପୂରା କନ୍ଧମାଳ ଜିଲ୍ଲା ରେ ଏହାକୁ ନେଇ ଚର୍ଚ୍ଚା ଚାଲିଛି ।

ଏବେ ଜି.ଉଦୟଗିରିର ବ୍ଲକ୍‌ ଉପାଧ୍ୟକ୍ଷ ଅଛନ୍ତି, ଏନ. ଲୁକୋ । ଗତ ଦୁଇ ବର୍ଷରୁ ଅଧିକ ସମୟ ଧରି ସେ ସ୍ଥାନୀୟ ଅଂଚଳର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ । ଯୁବତୀ ଜଣକ ମଧ୍ୟ ତାଙ୍କୁ ଭଲ ପାଉଥିଲେ । ଉଭୟଙ୍କ ମଧ୍ୟରେ ପ୍ରେମ ବଢିବା ପରେ ଶାରୀରିକ ସମ୍ପର୍କ ବି ସ୍ଥାପନ ହେଲା । ହେଲେ କିଛିଦିନ ହେବ ବିଜେଡି ନେତା ଜଣକ ସଂପୃକ୍ତ ଯୁବତୀଙ୍କୁ ଦେଉନଥିଲେ ଧରାଛୁଆଁ । ଏମିତିକି ଏନ୍‌. ଲୁକୋଙ୍କ ବିବାହ କରିବା ପାଇଁ ପରିବାର ଲୋକେ ଆଉ ଜଣେ ଯୁବତୀଙ୍କୁ ବି ଠିକ୍‌ କରିଥିଲେ । ଆଉ କିଛି ଦିନ ପରେ ନିର୍ବନ୍ଧ ହୋଇଥାଆନ୍ତା । ଏକଥା ଯୁବତୀ ଜଣକ ଜାଣିବା ପରେ ଏନ୍‌. ଲୁକୋଙ୍କ ବିରୋଧରେ ଟିକାବାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଅଧିକ ପଢ଼ନ୍ତୁ: ରାଗିଂ ରିଂ ମାଷ୍ଟର ସାଜିଥିଲେ ଛାତ୍ର ବିଜେଡିର କଲେଜ ଆବାହକ : ବିବାଦ ପରେ ପଦରୁ ବିଦା  

ଆଉ ଅଭିଯୋଗକୁ ଭିତ୍ତି କରି ପୋଲିସ୍‌ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଏନ୍‌. ଲୁକୋଙ୍କୁ ଗିରଫ କରିଛି । ପରେ ଉଭୟଙ୍କ ଡାକ୍ତରୀ ମାଇନା କରାଯାଇଛି ବୋଲି ଜି.ଉଦୟଗିରି ଏସ୍‌ଡିପିଓ ଡି.ତିରୁପତି ରାଓ କହିଛନ୍ତି । ତେବେ ଏନେଇ ବିଜେଡି ନେତା କିମ୍ବା ଏନ ଲୁକୋଙ୍କ ପରିବାରର କୌଣସି ପ୍ରତିକ୍ରିୟା ଆମର ହସ୍ତଗତ ହୋଇନାହିଁ ।

(ରିପୋର୍ଟ, ଅଜିତ ନାୟକ, ବାଲିଗୁଡା)