• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଚାରିରୁ ପାଞ୍ଚ ମାସ ଧରି କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଦାମ୍ପତ୍ୟ କଳିର ଯେଉଁ ନିଆଁ ଘରର ଚାରିକାନ୍ଥ ଭିତରେ କୁହୁଳୁଥିଲା, ଆଜି ତାହା ବ୍ୟାପିଯାଇଛି ଚାରିଆଡ଼େ । ନିର୍ଯାତନା ସହ ଘରୋଇ ହିଂସା ଅଭିଯୋଗ ମାମଲାରେ ବଢ଼ିଛି ପ୍ଲେବ୍ୟାକ ସିଙ୍ଗର୍ ହ୍ୟୁମାନଙ୍କ ଅଡୁଆ । କଟକ ମହିଳା ଥାନାରେ ପତ୍ନୀ ଶ୍ରୀୟା ମିଶ୍ରଙ୍କ ଅଭିଯୋଗର ଦିନକ ମଧ୍ୟରେ ଥାନାରେ ହାଜର ହୋଇଛନ୍ତି ହ୍ୟୁମାନ । କେବଳ ହ୍ୟୁମାନ ନୁହଁନ୍ତି, ତାଙ୍କ ପତ୍ନୀ ବି ପହଞ୍ଚିଥିଲେ ଥାନାରେ ।

ସମନ ଅନୁଯାୟୀ, ଆଜି ଉଭୟେ ମହିଳା ଥାନାରେ ହାଜର ହେବା ସହ ନିଜ ନିଜର ପକ୍ଷ ରଖିଥିଲେ । ଆଉ ଗଣମାଧ୍ୟମ ଆଗରେ ପରସ୍ପର ବିରୋଧରେ ଗୋହି ଖୋଳିଥିଲେ । ସାଂଘାତିକ ଅଭିଯୋଗ ଆଣି ଶ୍ରୀୟାଙ୍କ ଓକିଲ କହିଛନ୍ତି,ହ୍ୟୁମା ଶ୍ରୀୟାଙ୍କ ଧର୍ମ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଥିଲେ । ଏପରିକି ବିବାହ ପରେ ହ୍ୟୁମାନ ଯୌତୁକ ମାଗିବା ସହ ଶ୍ରୀୟାଙ୍କୁ ହତ୍ୟା ଉଦ୍ୟମ କରିଥିଲେ ।

ଅଧିକ ପଢ଼ନ୍ତୁ: ଦାଣ୍ଡରେ ଗଡୁଛି ଓଲିଉଡ୍ କଳାକାରଙ୍କ ଦାମ୍ପତ୍ୟ କଳି : ଅନୁଭବ ଓ ବାବୁସାନଙ୍କ ପରେ ହ୍ୟୁମାନ ସାଗରଙ୍କ ଅଡୁ‌ଆ ବଢ଼ିଲା

ଥାନାରୁ ବାହାରିବା ପରେ ହ୍ୟୁମାନ ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହ କହିଛନ୍ତି ଧର୍ମ ପରିବର୍ତ୍ତନ ପାଇଁ ଅଆଦୌ ଚାପ ପକାଇନି । ଲୋକଙ୍କ ଆଶୀର୍ବାଦରୁ ଭଲରେ ଅଛି, ଯୌତୁକ କାହିଁକି ମାଗିବି ।

ପତି-ପତ୍ନୀଙ୍କ କଳି ଭିତରେ ଉଭୟଙ୍କ ପରିବାର ବି ମୁହାମୁହିଁ ହୋଇଛନ୍ତି । ଜ୍ୱାଇଁ ହ୍ୟୁମାନଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣି ପରକୀୟା ସଂପର୍କ କଥା କହିଛନ୍ତି ଶ୍ୱଶୁର ଶ୍ରୀକାନ୍ତ ମିଶ୍ରା । କହିଛନ୍ତି, ଅନ୍ୟ ଝିଅ ସହ ହ୍ୟୁମାନଙ୍କ ସଂପର୍କ ରହିଛି । ଝିଅର ଡେଲିଭରି ପରଠାରୁ ହ୍ୟୁମାନ ନିଶା ସେବନ କରି ସବୁଦିନ ମାରଧର କରୁଥିଲେ । ସମାଧାନ ପାଇଁ ବହୁ ଚେଷ୍ଟା ସତ୍ୱେ ବିଫଳ ହେବାରୁ ୫ ମାସ ହେଲା ଝିଅ ଆମ ପାଖରେ ରହିଛି । ହ୍ୟୁମାନ ସହ ଆଉ ଝିଅ ରହୁ ବୋଲି ଆମେ ଚାହୁଁନୁ ବୋଲି କହିଛନ୍ତି ।

ତେଣେ ବୋହୂ ଶ୍ରୀୟା ମଦ ପିଉଥିବା ଅଭିଯୋଗ ଆଣିଛନ୍ତି ହ୍ୟୁମାନଙ୍କ ମା । ଶ୍ରୀୟା, ତା ବାପା, ମା ଭାଇ ଏକାଠି ମଦ ପିଇ ହ୍ୟୁମାନକୁ ବି ପିଆନ୍ତି । ଧର୍ମାନ୍ତରୀକରଣ ପାଇଁ ଚେଷ୍ଟା ଅଭିଯୋଗ ସଂପୂର୍ଣ୍ଣ ମିଛ । ଘର କିଣାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଛି । ଉଭୟଙ୍କର ଭୁଲ୍ ଅଛି, ଉଭୟେ ଭୁଲ୍ ସ୍ୱୀକାର କରି ମିଶନ୍ତୁ ବୋଲି କହିଛନ୍ତି ହ୍ୟୁମାନଙ୍କ ମା ।

ଦାମ୍ପତ୍ୟ କଳି ପରଠୁ ଏକମାତ୍ର ଝିଅକୁ ଧରି ବାଲେଶ୍ୱର ସ୍ଥିତ ବାପଙ୍କ ଘରେ ରହୁଥିବା ଶ୍ରୀୟା ଗତ ମଙ୍ଗଳବାର କଟକ ମହିଳା ଥାନାର ଦ୍ୱାରସ୍ଥ ହୋଇଥିଲେ । ଏହାପରେ ପୋଲିସ ଉଭୟଙ୍କ ମଧ୍ୟରେ ଆପୋଷ ଆଲୋଚନା କରି ସମାଧାନ ପାଇଁ ଉଦ୍ୟମ କରୁଛି । ଆଜି ହାଜର ହେବା ପରେ ଉଭୟ ପକ୍ଷ ୨ଦିନ ସମୟ ମାଗିଛନ୍ତି । ଏହାପରେ ସମାଧାନ ନହେଲେ, ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛି ପୋଲିସ୍ ।