Advertisment

ଥାନାରେ ଗାୟକ ହ୍ୟୁମାନ୍‌ ସାଗର

ପୋଲିସ୍‌ ସମନ ପାଇ ଗାୟକ ହ୍ୟୁମାନ୍‌ ସାଗର ଆଜି କଟକ ମହିଳା ଥାନାରେ ହାଜର ହୋଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Humane Sagar Appears Before Cuttack Mahila Police Station

Singer Humane Sagar Appears Before Cuttack Mahila Police Station

ପୋଲିସ୍‌ ସମନ ପାଇ ଗାୟକ ହ୍ୟୁମାନ୍‌ ସାଗର ଆଜି କଟକ ମହିଳା ଥାନାରେ ହାଜର ହୋଇଛନ୍ତି। ତାଙ୍କ ବିରୋଧରେ ପାରିବାରିକ ହିଂସା ଓ ନିର୍ଯାତନା ଅଭିଯୋଗ କରିଥିଲେ ପତ୍ନୀ। ହେଲେ ଅଭିଯୋଗ ବିଷୟରେ ଜାଣିନଥିବା ହ୍ୟୁମାନ୍‌ କହିଛନ୍ତି। ପୋଲିସ ସମନ ପାଇ ଆସିଛି ଓ କାଉନସେଲରଙ୍କୁ ଭେଟିବି ବୋଲି ସେ କହିଛନ୍ତି। 

Advertisment

ସଂଗୀତ ମଞ୍ଚରେ କଣ୍ଟ୍ରୋଭର୍ସି ଗୀତ ଗାଇ ବିବାଦୀୟ ହୋଇଥିବା କଣ୍ଠଶିଳ୍ପୀ ହ୍ୟୁମାନ୍‌, ଏବେ ଦାମ୍ପତ୍ୟ ଜୀବନରେ ବି ବିବାଦରେ ଫସିଛନ୍ତି । ଛନ୍ଦି ହୋଇପଡ଼ିଛନ୍ତି ଘରୋଇ ହିଂସାର ଅଭିଯୋଗ ଜାଲରେ । ପତ୍ନୀ ଶ୍ରୀୟା ମିଶ୍ର ହ୍ୟୁମାନଙ୍କ ବିରୋଧରେ ମାନସିକ ଏବଂ ଶାରୀରିକ ନିର୍ଯାତନା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି କଟକ ମହିଳା ଥାନାରେ । ପତ୍ନୀଙ୍କୁ କେଉଁଭଳି ମାନସିକ ଓ ଶାରିରୀକ ନିର୍ଯାତନା ଦେଇଛନ୍ତି ହ୍ୟୁମାନ୍‌, ସେନେଇ ସ୍ପଷ୍ଟ ସୂଚନା ମିଳିନଥିଲେ ବି ପୋଲିସ କିନ୍ତୁ ଅଭିଯୋଗ ଉପରେ ତତ୍ପରତା ଦେଖାଇଛି ।

ଅଧିକ ପଢ଼ନ୍ତୁ: ଦାଣ୍ଡରେ ଗଡୁଛି ଓଲିଉଡ୍ କଳାକାରଙ୍କ ଦାମ୍ପତ୍ୟ କଳି : ଅନୁଭବ ଓ ବାବୁସାନଙ୍କ ପରେ ହ୍ୟୁମାନ ସାଗରଙ୍କ ଅଡୁ‌ଆ ବଢ଼ିଲା

Advertisment

ସୂଚନା ଅନୁଯାୟୀ, ଦାମ୍ପତ୍ୟ ବିବାଦ ଯୋଗୁ, ପ୍ରାୟ ୬ ମାସ ହେଲା, ନିଜ ପିଲାକୁ ଧରି ବାପଘରେ ରହୁଛନ୍ତି ହ୍ୟୁମାନ୍‌ଙ୍କ ପତ୍ନୀ। ହ୍ୟୁମାନ୍‌, ଓଲିଉଡର ଅନ୍ୟତମ ପ୍ଲେ ବ୍ୟାକ୍ ସିଙ୍ଗର୍ ଭାବେ ଯେତିକି ନାଁ କରିଛନ୍ତି, ସେତିକି ବିବାଦୀୟ ବି ହୋଇପଡିଛନ୍ତି ବିଭିନ୍ନ ସମୟରେ।

Humane Sagar
Advertisment
Advertisment