Advertisment

ବୋହୂ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ହ୍ୟୁମାନଙ୍କ ମାଆ

ଧର୍ମାନ୍ତରୀକରଣ ଅଭିଯୋଗ ସଂପୂର୍ଣ୍ଣ ମିଛ...

author-image
Chandan Shishu
ଅଦ୍ୟତନ ହୋଇଛି
Human Sagar Family Dispute

Human Sagar Family Dispute

ଥାନାରୁ ବାହାରିବା ପରେ ସଂଗୀନ ଅଭିଯୋଗ କଲେ ହ୍ୟୁମାନଙ୍କ ମାଆ। ବୋହୂ ଶ୍ରୀୟା ମଦ ପିଏ ବୋଲି ସେ ଅଭିଯୋଗ କରିଛନ୍ତି। ପୂରା ପରିବାର ଲୋକ ଘରକୁ ଆସି ଏକାଠି ମଦ ପିଅନ୍ତି। ଶ୍ରୀୟା, ତା ବାପା, ମା ଭାଇ ଏକାଠି ମଦ ପିଇ ହ୍ୟୁମାନକୁ ପିଆନ୍ତି। ଶ୍ରୀୟା ଶାଶୁ, ଶ୍ୱଶୁର, ସ୍ୱାମୀ କାହାକୁ ମାନେନି, କିଛି କରେନି ବୋଲି ଶ୍ରୀୟାଙ୍କ ଶାଶୁ କହିଛନ୍ତି।

Advertisment

ଶ୍ରୀୟା ନାଁରେ ପ୍ଲଟ, ଗାଡ଼ି ସବୁ କିଣାଯାଇଛି। ଧର୍ମାନ୍ତରୀକରଣ ଅଭିଯୋଗ ସଂପୂର୍ଣ୍ଣ ମିଛ। ଘରଟିଏ କିଣିବାକୁ ଚାହୁଁଥିଲେ, ସେଥିପାଇଁ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଛି। ମୁଁ ଏକ ଗୁପ୍ତ କଥା ଜାଣି ଦେବାରୁ ମୋ ନାଁରେ ଏଭଳି ଅଭିଯୋଗ ହୋଇଛି। ଉଭୟଙ୍କର ଭୁଲ୍ ଅଛି, ଉଭୟ ଭୁଲ୍ ସ୍ବୀକାର କଲେ ମିଶନ୍ତୁ ବୋଲି ହ୍ୟୁମାନଙ୍କ ମାଆ କହିଛନ୍ତି। 

ଥାନାରୁ ବାହାରିବା ପରେ ହ୍ୟୁମାନ ସାଗର କହିଛନ୍ତି ଯେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସବୁ ମିଛ। ମୁଁ କାହିଁକି ହତ୍ୟା ଉଦ୍ୟମ କରିବି, ମୁଁ କଣ ମର୍ଡରର । ଧର୍ମ ପରିବର୍ତ୍ତନ ପାଇଁ ମୁଁ ଆଦୌ ଚାପ ପକାଇନି। ମୁଁ କାହିଁକି ଯୌତୁକ ମାଗିବି, ଲୋକଙ୍କ ଆଶୀର୍ବାଦରୁ ଭଲରେ ଅଛି ବୋଲି ହ୍ୟୁମାନ କହିଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ସ୍ତ୍ରୀ ଆଣିଥିବା ଅଭିଯୋଗକୁ ଖଣ୍ଡନ କଲେ ହ୍ୟୁମାନ୍‌ ! କହିଲେ,‘ମୁ କ’ଣ ମର୍ଡରର୍‌’

ମହିଳା ଥାନାରେ ଆଲୋଚନା ପରେ ଏସିପି ଅମିତାଭ ମହାପାତ୍ର କହିଛନ୍ତି ଯେ ଉଭୟ ପକ୍ଷ ୨ ଦିନ ସମୟ ନେଇଛନ୍ତି। ୨ ଦିନ ପରେ ପୁଣି ଆସିବେ। ୨ ଦିନ ମଧ୍ୟରେ ଆପୋସ ସମାଧାନ ନହେଲେ ମାମଲା ହେବ। ମାମଲା ରୁଜୁ କରାଯାଇ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ।

Human Sagar Family Dispute
Advertisment
Advertisment