• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଯାହାଙ୍କ ହାତ ଧରିଥିଲେ, ସେ ହାତ ମାଡ଼ ମାରିବାକୁ ଉଠିଲା । ଯାହାକୁ ମନ ଦେଇ ଭଲ ପାଉଥିଲେ, ଆଖି ବନ୍ଦ କରି ବିଶ୍ୱାସ କରୁଥିଲେ...ଶେଷରେ ସେ ହିଁ ଯନ୍ତ୍ରଣା ଦେଲା । ଅସହ୍ୟ ହେଲା ଯନ୍ତ୍ରଣା, ସହି ହେଲାନି ଅତ୍ୟାଚାର । ବୁଝିଲାନି ମନ, ସହିଲାନି ଶରୀର । ରାତି ଦିନ ଅନ୍ତର ଆତ୍ମା କାନ୍ଦିଲା । ଆଜି ନ ହେଲେ ଝଗଡ଼ା କାଳେ କାଲି ବନ୍ଦ ହୋଇଯିବ । ସବୁ କିଛି ଠିକ୍‍ ହୋଇଯିବ ଭାବି ଯିଏ ଦିନେ ସବୁ ସହି ଯାଉଥିଲା, ଶେଷରେ ସେ ହିଁ ନିଷ୍ପତ୍ତି ନେଲା, ଭୁଲ ବାଟର ବାଟୋଇକୁ ଠିକ୍‍ ରାସ୍ତାକୁ ଆଣିବାକୁ ଡ଼ିବ । ସେଥିପାଇଁ ଥାନାକୁ ଗଲେ ଆଉ ନ୍ୟାୟ ମାଗିଲେ । ପାଣି ଫୋଟକା ଭଳି ମିଳେଇ ଯାଉଥିବା ସବୁ ଆଶା, ସମ୍ଭାବନାକୁ ଫେରିପାଇବାକୁ ଏବେ ପୋଲିସ ଥାନାରେ ଦ୍ୱାରସ୍ଥ ହୋଇଛନ୍ତି ଷ୍ଟାର ସିଙ୍ଗର ହ୍ୟୁମାନ ସାଗରଙ୍କ ସ୍ତ୍ରୀ ଶ୍ରୀୟା ।

କଟକ ର ଗଳି କନ୍ଦିରୁ ବାହାରି ଏବେ ଏହି ଖବର ଓଡ଼ିଶାର କୋଣ ଅନୁକୋଣରେ ପହଞ୍ଚିଛି । ହାଟରେ ପଡ଼ି ଦାଣ୍ଡରେ ଗଡ଼ିଲାଣି ଷ୍ଟାର ସିଙ୍ଗରଙ୍କ ଘରର କଳି । ସ୍ୱାମୀଙ୍କ ଠାରୁ ସୁରକ୍ଷା ପାଇବାକୁ ଏବେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଶ୍ରେୟା । ଯୌତୁକ ଜୁଇରେ ଜଳିବା ଆଗରୁ, ଆଉ କେଉଁ ନାରୀ ସ୍ୱାମୀ ଉପରେ ଭାଗ ବସାଇବା ପୂର୍ବରୁ, ସବୁ କିଛି ଠିକ୍‍ ଠାକ୍‍ କରିବାକୁ ଚାହୁଁଛନ୍ତି ଶ୍ରୀୟା । କିନ୍ତୁ ତା ଠାରୁ ଅଧିକ ସଂଗୀନ ହେଉଛି ହ୍ୟୁମାନଙ୍କ ବିରୋଧରେ ଆସିଥିବା ଅଭିଯୋଗ । ସେ ମଦ ପିଇ ମାଡ଼ ମାରନ୍ତି, ଯୌତୁକ ଦାବି କରନ୍ତି । କଥା କଥାରେ ଆକ୍ରମଣ ଓ ଜୀବନରୁ ମାରି ଦେବାକୁ ଧମକ ଦେବା ଭଳି ତାଙ୍କ ବିରୋଧରେ ସଂଗୀନ ଅଭିଯୋଗ ହୋଇଛି । ତେବେ ସମସ୍ତ ଅଭିଯୋଗକୁ ମିଛ ବୋଲି କହିଛନ୍ତି ହ୍ୟୁମାନ୍‌ ।

ଅଧିକ ପଢ଼ନ୍ତୁ: ଦାଣ୍ଡରେ ଗଡୁଛି ଓଲିଉଡ୍ କଳାକାରଙ୍କ ଦାମ୍ପତ୍ୟ କଳି : ଅନୁଭବ ଓ ବାବୁସାନଙ୍କ ପରେ ହ୍ୟୁମାନ ସାଗରଙ୍କ ଅଡୁ‌ଆ ବଢ଼ିଲା

ଅନ୍ୟପଟେ ମହିଳା ଥାନାରେ ଆଲୋଚନା ପରେ ଏସିପି ଅମିତାଭ ମହାପାତ୍ର ଏହି ମାମଲା ସମ୍ପର୍କରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ତାଙ୍କ କହିବା ଅନୁସାରେ ଉଭୟ ପକ୍ଷ ୨ ଦିନ ସମୟ ନେଇଛନ୍ତି । ଆଲୋଚନା ହେବା ପରେ ସେମାନେ ୨ ଦିନ ପରେ ପୁଣି ଆସିବେ । ଆଉ ଏହି ୨ ଦିନ ମଧ୍ୟରେ ଆପୋସ ସମାଧାନ ନହେଲେ ମାମଲା ହେବ । ଆଉ ମାମଲା ରୁଜୁ କରାଯାଇ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ।

ଓଲିଉଡ ଷ୍ଟାରଙ୍କ ପାରିବାରିକ ବିବାଦ ଏବେ ଆଉ ଓଡ଼ିଶା ବାସୀଙ୍କ ପାଇଁ ନୂଆ ନୁହେଁ । ଅନୁଭବ-ବର୍ଷା, ବାବୁସାନ-ତୃପ୍ତିଙ୍କ ପରେ ଏବେ ଚର୍ଚ୍ଚାକୁ ଆସିଛି ହ୍ୟୁମାନ -ଶ୍ରେୟା ବିବାଦ । ପୂର୍ବରୁ ଭଜନ ଗାଇବାକୁ ମନା କରିଥିଲେ ବୋଲି ଜଣେ ସଂଗୀତ ନିର୍ଦ୍ଦେଶକ ହ୍ୟୁମାନଙ୍କ ବିରୋଧରେ ସ୍ୱର ଉଠାଇଥିଲେ । ଏବେ ଷ୍ଟାର ସିଙ୍ଗର ହ୍ୟୁମାନ ସାଗର ଏବଂ ସ୍ତ୍ରୀ ଶ୍ରୀୟାଙ୍କ ପାରିବାରିକ ବିବାଦ ଥାନାରେ ହଞ୍ଚିଛି । ହୁଏତ ଖୁବଶୀଘ୍ର ଏହି ବିବାଦର ଅନ୍ତ ଘଟିବ ବୋଲି ଆଶା କରୁଛନ୍ତି ପ୍ରଶଂସକ ।