Advertisment

ମହଙ୍ଗା ପଡ଼ିଲା କୋର୍ଟରେ ଭଙ୍ଗାରୁଜା ଓ ଗଣ୍ଡଗୋଳ, ଗିରଫ ହେଲେ ଆଉ ୮ ଓକିଲ

ସମ୍ବଲପୁର କୋର୍ଟରେ ଭଙ୍ଗାରୁଜା ଓ ହିଂସା ମାମଲା ଘଟଣାରେ ସମ୍ବଲପୁର ଓକିଲ ସଂଘ ସଭାପତି ସୁରେଶ୍ୱର ମିଶ୍ରଙ୍କ ସମେତ ୮ ଜଣ ଓକିଲ ଗିରଫ ହୋଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Odisha Lawyers Strike

Sambalpur Lawyers' Agitation: 8 More Advocates Arrested

ସମ୍ବଲପୁର କୋର୍ଟରେ ଭଙ୍ଗାରୁଜା ଓ ହିଂସା ମାମଲାରେ ସମ୍ବଲପୁର ଓକିଲ ସଂଘ ସଭାପତି ସୁରେଶ୍ୱର ମିଶ୍ରଙ୍କ ସମେତ ଆଉ ୮ ଜଣ ଓକିଲ ଗିରଫ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜିଲ୍ଲା ଓକିଲ ସଂଘ କ୍ରିୟାନୁଷ୍ଠାନ କମିଟି ଅଧ୍ୟକ୍ଷ ମଧ୍ୟ ଅଛନ୍ତି। ଅନ୍ୟ ଆଇନଜୀବୀଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।

Advertisment

ପୂର୍ବରୁ ଏହି ମାମଲାରେ ୧୬ ଜଣ ଆଇନଜୀବୀ ଗିରଫ ହୋଇଥିଲେ। ସୂଚନାଥାଉ କି, ୩ ଦିନ ପୂର୍ବେ କୋର୍ଟ ରୁମ୍ ଭିତରେ ପଶି ଗଣ୍ଡଗୋଳ କରିଥିଲେ। ଅନ୍ୟପକ୍ଷେ,  ଦୀର୍ଘ ବର୍ଷ ଧରି ଜାରି ରହିଥିବା ଆନ୍ଦୋଳନ ସତ୍ତ୍ୱେ ହାଇକୋର୍ଟ ବେଞ୍ଚ୍‌ ଦାବିକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଆନ୍ଦୋଳନରୁ ଓହରିବା ପାଇଁ ପ୍ରଥମେ ଚେତାବନୀ ଶୁଣାଇଥିଲେ ସର୍ବୋଚ୍ଚ କୋର୍ଟ, ଲାଇସେନ୍ସ ସସ୍‌ପେଣ୍ଡ ସହ ଗିରଫଦାରୀ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଉ ଗତକାଲି ଓଡ଼ିଶାରେ ହାଇକୋର୍ଟ ବେଞ୍ଚ୍ ଗଠନ ଦାବିକୁ ସଫା ସଫା ମନା କରିଦେବା ସହ ଓକିଲ ଆନ୍ଦୋଳନ ବିରୋଧରେ କଡ଼ା ଅସନ୍ତୋଷ ଝାଡ଼ିଥିଲେ ସୁପ୍ରିମକୋର୍ଟ।

ଅଧିକ ପଢ଼ନ୍ତୁ: ଓଡ଼ିଶାରେ ହୋଇପାରିବନି ହାଇକୋର୍ଟର ସ୍ଥାୟୀ ବେଞ୍ଚ, ଦାବିକୁ ସମ୍ପୂର୍ଣ୍ଣ ଖାରଜ କଲେ ସୁପ୍ରିମକୋର୍ଟ

Advertisment

ଜଷ୍ଟିସ ଏସ୍.କେ କୌଲ ଏବଂ ଜଷ୍ଟିସ ଅଭୟ ଏସ୍.ଓକାଙ୍କ ଦୁଇ ଜଣିଆ ଖଣ୍ଡପୀଠ କହିଥିଲେ, ଭୌଗୋଳିକ ସ୍ଥିତିକୁ ଦେଖିଲେ ଓଡ଼ିଶା ରେ ହାଇକୋର୍ଟ ର କୌଣସି ବେଞ୍ଚ୍‌ର ଆବଶ୍ୟକତା ହିଁ ନାହିଁ।କେବଳ ଏତିକି ନୁହେଁ, ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶକୁ ଅଣଦେଖା କରି ଓକିଲମାନେ ଆନ୍ଦୋଳନ କରିବା, ବିଚାରପତିଙ୍କ ଚାମ୍ବରରେ ପଶି ଭଙ୍ଗାରୁଜା କରିବା ଆଦି ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିବା ସୁପ୍ରିମକୋର୍ଟ, ଡିଜିପି ଓ ଉତ୍ତରାଞ୍ଚଳ ଆଇଜିଙ୍କୁ ଭର୍ତ୍ସନା କରିଛନ୍ତି।

Lawyers
Advertisment
Advertisment