/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752164308.jpg)
Radhika Yadav
ବାପା ସାଜିଲା ସଇତାନ । ନିଜର ଜନ୍ମ କଲା ଝିଅକୁ ଗୁଳି ମାରି ହତ୍ୟା କଲା । ଝିଅର ଭୁଲ ଥିଲା ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା । ଏହି କଥାରେ କେହି କଣ କାହାକୁ ଗୁଳିମାରି ହତ୍ୟା କରିପାରେ ।
ହରିୟାଣାର ଜାତୀୟ ସ୍ତରୀୟ ଟେନିସ ଖେଳାଳି ୧୫ ବର୍ଷିୟ ରାଧିକ ଯାଦବ । ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି ତାଙ୍କ ବାପା । ଗୁରୁଗ୍ରାମ ସ୍ଥିତ ତାଙ୍କ ଘରେ ଘଟିଛି ଏହି ଅଭାବନୀୟ ଘଟଣା।
ଅଧିକ ପଢ଼ନ୍ତୁ: ଗୋଟିଏ ଭୁଲ ପାଇଁ ଫସିଗଲେ, ପହଞ୍ଚିଗଲେ ଜେଲରେ
ରାଧିକା ଯାଦବ ଗୁରୁଗ୍ରାମର ସେକ୍ଟର ୫୭ର ସୁଶାନ୍ତ ଲୋକ ଫେଜ୍-୨ରେ ତାଙ୍କ ପରିବାର ସହିତ ରହୁଥିଲେ। ଆଜି ଦିନ ପ୍ରାୟ ସାଢ଼େ ୧୦ଟା ବେଳେ ତାଙ୍କ ବାପା ଦୀପକ ଯାଦବ ତାଙ୍କ ଉପରକୁ ୫ ରାଉଣ୍ଡ ଗୁଳି କରିଥିଲେ। ୩ଟି ଗୁଳି ରାଧିକାଙ୍କ ଶରୀରରେ ବାଜିଥିଲା।
ରାଧିକାଙ୍କୁ ତୁରନ୍ତ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ପୋଲିସ ରାଧିକାଙ୍କ ବାପାଙ୍କୁ ଗିରଫ କରିଛି। ତାଙ୍କଠାରୁ ଏକ ବନ୍ଧୁକ ଜବତ କରାଯାଇଛି। ରାଧିକାଙ୍କୁ ତାଙ୍କ ବାପା କାହିଁକି ମାରିଲେ, ତାହା ସ୍ପଷ୍ଟ ହୋଇପାରିନାହିଁ। ପୋଲିସ ସେ ଦିଗରେ ତଦନ୍ତ ଚଲାଇଛି।
ତେବେ ମିଳିଥିବା ସୂଚନା ଅନୁଯାୟୀ, ରାଧିକାଙ୍କୁ ରିଲ୍ସ ନିଶା ଘାରିଥିଲା। ସେ ସବୁବେଳେ ରିଲ୍ସ କରି ଇନ୍ଷ୍ଟାଗ୍ରାମ ଓ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରୁଥିଲେ।
ଏହାକୁ ତାଙ୍କ ବାପା ପସନ୍ଦ କରୁ ନଥିଲେ। ଏହା ତାଙ୍କ ପରିବାର ପାଇଁ ଲାଜର କଥା ବୋଲି ସେ କହୁଥିଲେ। ତେଣୁ ଏନେଇ ବାପା ଝିଅ ଭିତରେ ଯୁକ୍ତିତର୍କ ହୋଇଥିଲା । ଏଥିରୁ ସେ ତାଙ୍କ ଝିଅକୁ ହତ୍ୟା କରିଥିବା କୁହାଯାଉଛି । ରାଧିକା ଯାଦବ ଜଣେ ଜାତୀୟ ସ୍ତରୀୟ ଟେନିସ ଖେଳାଳି । ସେ ଅନେକ ମେଡାଲ ଜିତିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)