Advertisment

Special Story: ରାତିରେ ଝଗଡ଼ା କଲା ସ୍ତ୍ରୀ, ଦିନରେ ଘର ଉପରକୁ ବୋମା ପକାଇଦେଲା ସ୍ୱାମୀ

କୌଣସି କାରଣ ଯୋଗୁଁ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ରାତିରେ ଝଗଡା ହୋଇଥିଲା । ଧୀରେ ଧୀରେ କହଳ ବଢ଼ିଥିଲା । ପରେ ସ୍ତ୍ରୀକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦେଇଥିଲା ସ୍ଵାମୀ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
ଝଗଡ଼ା କଲା ସ୍ତ୍ରୀ, ବୋମା ପକାଇଲା ସ୍ୱାମୀ

ଝଗଡ଼ା କଲା ସ୍ତ୍ରୀ, ବୋମା ପକାଇଲା ସ୍ୱାମୀ

ରାତିରେ ଝଗଡ଼ା କଲା ସ୍ତ୍ରୀ । ଦିନରେ ଘରେ ବୋମା ପକାଇଦେଲା ସ୍ୱାମୀ । ଉଡ଼ିଗଲା ତିନୋଟି ଘରର ଟିଣ ଛପର । କାନ୍ଥ ମଧ୍ୟ ତଳେ ଭୁଶୁଡ଼ି ପଡ଼ିଲା । ଅଳ୍ପକେ ବର୍ତ୍ତିଲେ ପାଖ ପଡୋଶୀ । ଦିଗପହଣ୍ଡି ଥାନା କୁଶପଡ଼ାରେ ଘଟିଛି ଏଭଳି ଘଟଣା । ସ୍ତ୍ରୀ ସହ କଳହ କରିବା ପରେ ଏପରି କାଣ୍ଡ ଭିଆଇଛି ସ୍ୱାମୀ । କୁଶପଡା ଗ୍ରାମରେ ସୁରେନ୍ଦ୍ର ଦୋରା ଏବଂ ତାଙ୍କ ସ୍ତ୍ରୀ ଭଡା ଘରେ ରହୁଥିଲେ । କୌଣସି କାରଣ ଯୋଗୁଁ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ରାତିରେ ଝଗଡା ହୋଇଥିଲା ।

Advertisment

ଅଧିକ ପଢ଼ନ୍ତୁ: ‘ଖାଲି ରାଜ୍ୟ ନୁହେଁ, ବିଜେଡି ପାଇଁ ବି ବହୁତ କାମ କରିଛନ୍ତି ପାଣ୍ଡିଆନ୍’: ନବୀନ ପଟ୍ଟନାୟକ

ଧୀରେ ଧୀରେ କଳହ ବଢ଼ିଥିଲା । ପରେ ସ୍ତ୍ରୀକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦେଇଥିଲା ସ୍ଵାମୀ । ସ୍ତ୍ରୀ ଶ୍ରମିକ ଭାବେ କାମ କରିବାକୁ ଯାଇଥିବାବେଳେ ସ୍ଵାମୀ ସୁରେନ୍ଦ୍ର ଏପରି କାଣ୍ଡ ଭିଆଇଥିଲା । ବୋମା ପକାଇ ଘରକୁ ଉଡାଇ ଦେବାକୁ ଚେଷ୍ଟା କରିଥିଲା । ଏହି ବିସ୍ଫୋରଣରେ ବାବୁ ସାହୁ, ଅନୀଲ ସାହୁ, ଓ ଦଣ୍ଡପାଣି ସାହୁଙ୍କ ଘର ଭାଙ୍ଗି ଟିଣ ଛପର ଉଡିଯାଇଛି । ଏନେଇ ଖବର ପାଇବା ପରେ ଦିଗପହଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୁରେନ୍ଦ୍ରକୁ ଉଠେଇ ନେଇଛି ।

Advertisment

ତେବେ ସୁରେନ୍ଦ୍ର ବୋମା କେଉଁଠୁ ଆଣିଲା । ଆଉ କେଉଁ କାରଣ ପାଇଁ ସ୍ତ୍ରୀ ସହ ବଚସା କରି ଏପରି କଲା ସେନେଇ ପୋଲିସ ପଚରାଉଚରା କରୁଛି ।

Bomb Blast Ganjam
Advertisment
Advertisment