Advertisment

Odisha Sibling Murder: ବୀଭତ୍ସ୍ ହତ୍ୟା; ମଝିଆ ଉଭଣୀକୁ ଛୁରି ଭୁସି ମାରିଦେଲେ ୨ ଭାଇ-ଭଉଣୀ...

ବୀଭତ୍ସ ହତ୍ୟା...ଭୁଲିଗଲେ ମାନବିକତା... ଭୁଲିଗଲେ ରକ୍ତର ସମ୍ପର୍କ ...ନିଜ ଜନ୍ମ କଲା ମା’ ପେଟର ସାନ ଭାଇ ଓ ବଡ଼ ଭଉଣୀ ମିଶି ମଝିଆ ଭଉଣୀକୁ କଲେ ହତ୍ୟା।

author-image
Sujit kumar Swain
ଅଦ୍ୟତନ ହୋଇଛି
Odisha Sibling Murder

Odisha Sibling Murder

ଅଭାବନୀୟ ଘଟଣା । ବୀଭତ୍ସ୍ ହତ୍ୟା...ଭୁଲିଗଲେ ମାନବିକତା...ରକ୍ତର ସମ୍ପର୍କ ନେଲା ଜୀବନ...ନିଜ ଜନ୍ମ କଲା ମା’ ପେଟର ସାନ ଭାଇ ଓ ବଡ଼ ଭଉଣୀ ମିଶି ମଝିଆ ଭଉଣୀକୁ କଲେ ହତ୍ୟା। ଏମିତି ଅଭାବନୀୟ ଘଟଣା ଘଟିଛି ସମ୍ୱଲପୁର ଗୋବିନ୍ଦପୁର ଥାନା ମଝିପଡ଼ାରେ ।

Advertisment

ସୂଚନା ଅନୁସାରେ ବଡ଼ବାପାଙ୍କ ଅନ୍ତ୍ୟେଷ୍ଟିକ୍ରିୟାକୁ ଆସିଥିଲେ ଭାଇ ଓ ଭଉଣୀ । ସେଠାରେ କୌଣସି କାରଣରୁ ଭାଇ ଓ ଉଭଣୀଙ୍କ ମଧ୍ୟରେ ହୋଇଥିଲା ପ୍ରବଳ ବଚସା । ଯାହା ଏତେ ଉଗ୍ର ରୂପ ନେଇଥିଲା ଯେ ଶେଷରେ ଭାଇ-ଭଉଣୀ ମିଶି ମଝିଆ ଉଭଣୀକୁ ଛୁରି ଭୁସି ହତ୍ୟା କରିଛନ୍ତି । ଏଭଳି ଘଟଣା ପୂରା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଯିଏ ଶୁଣୁଛି ସିଏ ଆଶ୍ଚର୍ଯ୍ୟ ହୋଇ ଯାଉଛି। 

ଅଧିକ ପଢ଼ନ୍ତୁ: ୟୁ-ଟ୍ୟୁବର ଲବ ହାଁସଦାଙ୍କ ଅଡୁଆ। ବଢିଲା, ଆଗରୁ ବିବାହ କରିଥିବା ନେଇ ସ୍ବୀକାର କଲେ ଭାଇ

Advertisment

ତେବେ କେଉଁ କାରଣରୁ ବଚସା ଆରମ୍ଭ ହୋଇଥିଲା ସୂଚନା ମିଳିନଥିବା ବେଳେ କୁହାଯାଉଛି ଯେ ପୂର୍ବର କିଛି ଘଟଣାକୁ ନେଇ ଏଭଳି ଘଟଣା ଘଟିଥିବା ନେଇ ଅନୁମାନ କରାଯାଉଛି ।   

ମୃତ ମହିଳାଙ୍କ ବଡ଼ବାପା ପୁଅଙ୍କ କହିବା ଅନୁଯାୟୀ, ‘ମୋ ବାପାଙ୍କର ଦେହାନ୍ତ ପରେ ଶୁଦ୍ଧିକ୍ରିୟା ଥିଲା...ମୁଁ ମୋର କାକାଙ୍କ ଝିଅକୁ ବି ନିମନ୍ତ୍ରଣ ଦେଇନଥିଲି କିନ୍ତୁ ସେ ଶୁଣିକି ଆସିଥିଲା...ସେ ସକାଳେ ଘରେ ଆସି ପହଞ୍ଚି ଥିଲା...ଘର ଲୋକଙ୍କ ସହ କାହାରି ସାଙ୍ଗରେ ସେ କଥା ବାର୍ତ୍ତା ମଧ୍ୟ ହେଉନଥିଲା...ବନ୍ଧୁମାନଙ୍କ ସହ କିନ୍ତୁ କଥା ହେଉଥିଲା...ତା’ର ବାପା ଆସି ମୋତେ ପଚାରିଲେ ତାକୁ କିଏ ଡ଼ାକିଲା ? ମୁଁ ଡ଼ାକି ନାହିଁ ବୋଲି କହିଲି...ସେ ଶୁଣିକି ଆସିଛି ବୋଲି କହିଲି...ତା’ର ଭାଇ ଓ ବାପା ଆସି ମୋତେ କହିଲେ, ତୋର ଘରେ କିଛି ନା କିଛି ଘଟିବ କହି ପଳେଇଲେ...ପରେ ଅଧା ଘଣ୍ଟା ପରେ ଘର ପଛ ପଟୁ ତା’ର ଭାଇ ଓ ଭଉଣୀ ସିଧା ଆସି ଆଟାକ୍‌ କଲେ...ଆମେ ଦୌଡ଼ିକି ଗଲା ବେଳକୁ ସେମାନେ ଛୁରି ଧରି ହତ୍ୟା କରି ସାରିଥିଲେ...ତାଙ୍କର ଘଟଣା କଣ ମୁଁ କିଛି ଜାଣିନି...କେସ୍‌ ଚାଲିଛି ବୋଲି ଜାଣିଛି । ’

Murder Sambalpur Crimes In Odisha
Advertisment
Related Articles
Advertisment