Advertisment

Odia YouTuber Controversy: ୟୁ-ଟ୍ୟୁବର ଲବ ହାଁସଦାଙ୍କ ଅଡୁଆ। ବଢିଲା, ଆଗରୁ ବିବାହ କରିଥିବା ନେଇ ସ୍ବୀକାର କଲେ ଭାଇ

ବହୁଚର୍ଚ୍ଚିତ ଓଡ଼ିଆ ଟ୍ରାଭେଲ୍ ବ୍ଲଗର ଲବ ହାଁସଦା ଖାଲି ଯେ- ଲଭ ଆଫେୟାର୍ସରେ ବୁଡ଼ିଥିଲେ, ତା ନୁହେଁ, ପ୍ରେମିକା ସୋଲମୀ ଓ ନୂଆ ନୂଆ ଯୁବତୀଙ୍କ ଆଗରେ ଅବିବାହିତ ଥିବାର ନାଟକ ବି କରୁଥିଲେ। ହେଲେ ଲବ ପୂର୍ବରୁ ବାହା ହୋଇଛନ୍ତି, ତାଙ୍କର ସ୍ତ୍ରୀ ଓ ଝିଅଟିଏ ବି ଅଛି, କିନ୍ତୁ ଏବେ ସେମାନେ ସମସ୍ତେ ଲବଙ୍କଠୁ ଅଲଗା ରହୁଛନ୍ତି।

author-image
Saroj Kumar Jena
laba

laba

ପ୍ରେମିକା ସୋଲମୀ ମୁର୍ମୁଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଆହୁରି ବଢ଼ିଲା ଚର୍ଚ୍ଚିତ ଓଡ଼ିଆ ୟୁ-ଟ୍ୟୁବର ଲବ ହାଁସଦାଙ୍କ ଅଡୁଆ। ମୃତା ଯୁବତୀଙ୍କ ଏତଲା ଆଧାରରେ ବେଙ୍ଗାଲୁରୁ HSR ଲେ' ଆଉଟ୍ ଥାନାରେ ରୁଜୁ ହୋଇଛି ମାମଲା। ଏଣେ ଲବ କେବଳ ପ୍ରେମିକ ସାଜି ନଥିଲେ, ବରଂ ଆଗରୁ ବାହା ହୋଇଥିଲେ ଓ ସ୍ତ୍ରୀ-ଝିଅକୁ ଛାଡ଼ି ଅଲଗା ରହୁଥିଲେ ବୋଲି ତାଙ୍କ ଶ୍ବଶୁରଙ୍କ ପରେ ଲବଙ୍କର ଜଣେ ସଂପର୍କୀୟ ଭାଇ ମଧ୍ୟ ମାନିଛନ୍ତି। ତେଣେ ଲବଙ୍କ ସମ୍ପର୍କରେ ଏବେ ବି କୌଣସି ଖୋଜ ଖବର ନଥିବାବେଳେ ଭଉଣୀ କହିଲେଣି- ପୋଲିସ ତଦନ୍ତ କଲେ ସବୁ ସତ ପଦାକୁ ଆସିବ।

Advertisment

ଅଧିକ ପଢ଼ନ୍ତୁ: କାମ ଦେଲାନି ନବୀନଙ୍କ ନାଲିଆଖି; କ'ଣ ହେବ ବିଜେଡିର ଭବିଷ୍ୟତ ?

ବହୁଚର୍ଚ୍ଚିତ ଓଡ଼ିଆ ଟ୍ରାଭେଲ୍ ବ୍ଲଗର ଲବ ହାଁସଦା ଖାଲି ଯେ- ଲଭ ଆଫେୟାର୍ସରେ ବୁଡ଼ିଥିଲେ, ତା ନୁହେଁ, ପ୍ରେମିକା ସୋଲମୀ ଓ ନୂଆ ନୂଆ ଯୁବତୀଙ୍କ ଆଗରେ ଅବିବାହିତ ଥିବାର ନାଟକ ବି କରୁଥିଲେ। ହେଲେ ଲବ ପୂର୍ବରୁ ବାହା ହୋଇଛନ୍ତି, ତାଙ୍କର ସ୍ତ୍ରୀ ଓ ଝିଅଟିଏ ବି ଅଛି, କିନ୍ତୁ ଏବେ ସେମାନେ ସମସ୍ତେ ଲବଙ୍କଠୁ ଅଲଗା ରହୁଛନ୍ତି।

ଖୋଦ୍ ଲବଙ୍କ ପ୍ରଥମ ପତ୍ନୀଙ୍କ ବାପା ଓ ଲବଙ୍କ ପୈତୃକ ଗାଁର ଜଣେ ସଂପର୍କୀୟ ଭାଇ ଏଭଳି ଗୁମର ଖୋଲିବା ପରେ ଏବେ ଆହୁରି ଅଡୁଆରେ ଓଡ଼ିଆ ଟ୍ରାଭେଲ୍ ବ୍ଲଗର ଲବ ହାଁସଦା। ଏଣେ ଏତେସବୁ ଘଟଣା ପରେ ବି ଲବଙ୍କ ପତ୍ତା ନାହିଁ। ଇଏ ତାଙ୍କ ପୈତୃକ ଗାଁ କେନ୍ଦୁଝର ଶରତ ଥାନା ଅନ୍ତର୍ଗତ ସେଲେଇପୋଖୋରୀ। ଗାଁରେ ରହୁଥିବା ବଡ଼ବାପା ପୁଅ ଭାଇ ମାନିଛନ୍ତି ଲବ ମନୋହରପୁର ଅଞ୍ଚଳରେ ଆଗରୁ ବିବାହ କରିଥିଲେ, ତାଙ୍କର ଝିଅଟିଏ ଅଛି। ସେମାନେ କିନ୍ତୁ କେହି ଏଠି ନୁହେଁ ଭଦ୍ରକରେ ରହୁଛନ୍ତି। ଏପଟେ ଲବ କିଛି ଦିନ ତଳେ ଏକ ପର୍ବରେ ଗାଁକୁ ଆସିଥିଲେ ଓ ଲୋକଙ୍କ ସହ ଖୁବ୍ ମିଳାମିଶା କରିଥିଲେ ବୋଲି ସେଲେଇପୋଖରୀ ଗାଁର ଜଣେ ବାସିନ୍ଦା କହିଛନ୍ତି, ହେଲେ ଲବଙ୍କ ନାଁରେ ଆସିଥିବା ଅଭିଯୋଗ ଶୁଣି ଚକିତ ହୋଇଛନ୍ତି। ତେଣେ ଲବଙ୍କ ଶ୍ବଶୁରଙ୍କ ଅଭିଯୋଗ- ୨୦୧୪ରେ ଲବ ତାଙ୍କ ଝିଅକୁ ବିବାହ କରିଥିଲେ, ଝିଅଟିଏ ଜନ୍ମ ହେବା ପରଠୁ ସ୍ତ୍ରୀ ଓ ଝିଅକୁ ଜ୍ବାଇଁ ଛାଡ଼ି ଦେଇ ଯାଇଛନ୍ତି ଯେ, ଆଉ ନେବାକୁ ଆସୁନାହାନ୍ତି। ସମସ୍ତେ ଏବେ ମୂଲ ଲାଗି ବହୁ ଅସୁବିଧାରେ ଚଳୁଛୁ।

Advertisment

ଏଣେ ପ୍ରେମିକା ସୋଲମୀ ମୁର୍ମୂଙ୍କ ସନ୍ଦେହଜନ ମୃତ୍ୟୁ ଘଟଣାରେ ଲବ ହାଁସଦାଙ୍କ ନାଁରେ ବେଙ୍ଗାଲୁରୁର HSR ଲେ' ଆଉଟ୍ ଥାନାରେ ରୁଜୁ ହେଲା ମାମଲା। ମୃତା ଯୁବତୀଙ୍କ ଭାଇ ଥାନାରେ କରିଥିବା ଲିଖିତ ଏତଲାରେ ଦର୍ଶାଇଥିଲେ-ତାଙ୍କ ଭଉଣୀ ଜଣେ ବାଇକ ରାଇଡର୍- ଘର ବିହାରରେ। ସେ ବେଙ୍ଗାଲୁରୁରେ ଚାକିରି କରୁଥିଲେ, ଉଭୟଙ୍କ ଭିତରେ ବହୁ ଦିନରୁ ସମ୍ପର୍କ ଥିଲା। ହେଲେ ଲବଙ୍କର ଅନେକ ମହିଳାଙ୍କ ସହ ସମ୍ପର୍କ ଥିବା କଥା ଜାଣି ଉଭଣୀ ତାଙ୍କୁ ପଚାରିବାରୁ, ତାଙ୍କୁ ବାରମ୍ବାର ନିର୍ଯାତନା ଦେଇଆସୁଥିଲେ। ତେଣୁ ଶେଷରେ ସେ ଆତ୍ମହତ୍ୟା ପାଇଁ ନିଷ୍ପତ୍ତି ନେଇଗଲେ। ଖୋଲୁଛି ଲବଙ୍କ ଲାଇଫ୍ ସିକ୍ରେଟ୍। ହେଲେ ସତ୍ୟତା କେତେ ? ଲବ ଏବେ କେଉଁଠି ? ଜାଣିବାକୁ ଭଦ୍ରକ ଚରମ୍ପା ସ୍ଥିତ ଘରକୁ ଯାଇଥିଲୁ, ବାପା ପୈତୃକ ଗାଁକୁ ଯାଇଥିଲେ, ଭଉଣୀ ସାମ୍ନାକୁ ଆସିଥିଲେ। ସବୁ କଥା ଶୁଣି- ସେ କହିଛନ୍ତି ମୋ ଭାଈ ସେମିତି ନୁହେଁ, ପୋଲିସ ତଦନ୍ତ ସରିଲେ ସବୁ ସତ ସାମ୍ନାକୁ ଆସିବ।

ଅଧିକ ପଢ଼ନ୍ତୁ: ଦଳକୁ ହାଇଜାକ୍ କରିବାକୁ ଦିଆନଯାଉ, ନବୀନଙ୍କୁ ଚିଠି ଲେଖି କହିଲେ ରଣେନ୍ଦ୍ର

Odisha Youtuber
Advertisment
Advertisment