Advertisment

Nikki Murder:ରିଲ୍ ପାର୍ଲର ଯୌତୁକ..ଗୋଟିଏ ପରେ ଗୋଟିଏ ଖୂଲାସା ହେଉଛି ନିକ୍କି ମର୍ଡର କେସରେ

ନିକ୍କି ଏବଂ ଭଉଣୀ କାଞ୍ଚନ ମିଶି ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବ ଚ୍ୟାନେଲ ଚଳାଉଥିଲେ, ଯାହା ତାଙ୍କ ପାର୍ଲର ପ୍ରଚାର ସହିତ ଜଡ଼ିତ ଥିଲା। ଇନଷ୍ଟାଗ୍ରାମରେ ସେମାନଙ୍କର ୫୦,୦୦୦ରୁ ଅଧିକ ଫଲୋଅର୍ସ ଥିଲେ। ସେମାନଙ୍କ ହ୍ୟାଣ୍ଡେଲର ନାମ ଥିଲା ‘ମେକଓଭର ବାୟ କାଞ୍ଚନ’।

author-image
Manasranjan Mohanty
ଅଦ୍ୟତନ ହୋଇଛି
reels

reels

ନିକ୍କି ହତ୍ୟାକାଣ୍ଡରେ ପୋଲିସ ମୋଟ ଚାରି ଜଣଙ୍କୁ ଗିରଫ କରିଛି। ନିକ୍କିଙ୍କ ଶଶୁର ସତବୀର ଭାଟୀ ଗିରଫ ହୋଇଛନ୍ତି । ନିକ୍କିଙ୍କ ଦେଢ଼ଶୂର ରୋହିତ ଭାଟୀଙ୍କୁ ଗିରଫ କରିବା ପରେ ସତବୀର ଭାଟୀଙ୍କୁ ଗିରଫ କରିଛି ପୋଲିସ । ଏହା ପୂର୍ବରୁ ରବିବାର ଦିନ ପୁଲିସ ନିକ୍କିଙ୍କ ସ୍ୱାମୀ ବିପିନ ଭାଟୀ ଏବଂ ଶାଶୁ ଦୟା ଭାଟୀଙ୍କୁ ଗିରଫ କରିଥିଲା। ଏହି ମଧ୍ୟରେ ନିକ୍କି ହତ୍ୟାକାଣ୍ଡ ସମ୍ବନ୍ଧରେ ଆଉ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଯୌତୁକ ସହ ସ୍ୱାମୀ ବିପିନ ନିକ୍କିଙ୍କୁ ପାର୍ଲର ବନ୍ଦ କରିବା ପାଇଁ ଚାପ ଦେଉଥିଲେ। ବିପିନ ଏବଂ ତାଙ୍କ ପରିବାର ଲୋକଙ୍କୁ ନିକ୍କିଙ୍କ କାମ ପସନ୍ଦ ନ ଥିଲା। ଏହା ସହିତ ନିକ୍କିଙ୍କୁ ରିଲ ତିଆରି କରିବାରୁ ମଧ୍ୟ ଅଟକାଯାଉଥିଲା।

Advertisment

ପୁଲିସର ସୂଚନା ଅନୁସାରେ, ସ୍ୱାମୀ-ସ୍ତ୍ରୀ ମଧ୍ୟରେ ରିଲକୁ ନେଇ ମଧ୍ୟ ଝଗଡ଼ା ହେଉଥିଲା।ନିକ୍କିଙ୍କ ବାପା କହିଛନ୍ତି ଯେ ରିଲ ତିଆରି କରିବା କାରଣରୁ ହତ୍ୟା କଥା ଭୁଲ ଅଟେ। ନିକ୍କି ନିଜର ପାର୍ଲର ଚଲାଉଥିଲା ସେଥିପାଇଁ ରିଲ କରୁଥିଲା । ସେଥିରେ ଭୁଲ କଣ ଅଛି । ଇନଷ୍ଟାଗ୍ରାମରେ ଭିଡିଓ ପୋଷ୍ଟ କରିବା ଦ୍ୱାରା ତାଙ୍କ ପାର୍ଲର ଚାଲିବାରେ ସାହାଯ୍ୟ ମିଳୁଥିଲା। ତାଙ୍କୁ ମାରିବାର ଆବଶ୍ୟକତା କ’ଣ ଥିଲା। ଯଦି ଅସୁବିଧା ଥିଲା, ତେବେ ସେ ନିକ୍କିଙ୍କୁ ମୋ ଘରେ ଛାଡ଼ି ଦେଇଥାନ୍ତା। ମୁଁ ମୋ ଝିଅକୁ ମୋ ପାଖରେ ରଖିଥାନ୍ତି।

ନିକ୍କି ଏବଂ ଭଉଣୀ କାଞ୍ଚନ ମିଶି ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବ ଚ୍ୟାନେଲ ଚଳାଉଥିଲେ, ଯାହା ତାଙ୍କ ପାର୍ଲର ପ୍ରଚାର ସହିତ ଜଡ଼ିତ ଥିଲା। ଇନଷ୍ଟାଗ୍ରାମରେ ସେମାନଙ୍କର ୫୦,୦୦୦ରୁ ଅଧିକ ଫଲୋଅର୍ସ ଥିଲେ। ସେମାନଙ୍କ ହ୍ୟାଣ୍ଡେଲର ନାମ ଥିଲା ‘ମେକଓଭର ବାୟ କାଞ୍ଚନ’। ଉଭୟ ଭଉଣୀଙ୍କର ଅଲଗା ଅଲଗା ଆକାଉଣ୍ଟ ମଧ୍ୟ ଥିଲା। ନିକ୍କିଙ୍କ ଆକାଉଣ୍ଟ ବ୍ୟକ୍ତିଗତ ଥିଲା, ଯେଉଁଥିରେ ୧,୧୪୭ ଫଲୋଅର୍ସ ଥିଲେ ଏବଂ କାଞ୍ଚନଙ୍କର ୨୨,୦୦୦ ଫଲୋଅର୍ସ ଅଛନ୍ତି। ନିକ୍କି ଏବଂ କାଞ୍ଚନଙ୍କ ବିବାହ ୨୦୧୬ ଡିସେମ୍ବରରେ ଗୋଟିଏ ପରିବାରରେ ହୋଇଥିଲା। ନିକ୍କି ବିପିନଙ୍କୁ ଏବଂ କାଞ୍ଚନ ତାଙ୍କ ଭାଇ ରୋହିତ ଭାଟୀଙ୍କୁ ବିବାହ କରିଥିଲେ।

Advertisment

ସାରା ଦେଶକୁ ଦୋହଲାଇ ଦେଇଛି ଗ୍ରେଟର ନୋଏଡାରେ ହୋଇଥିବା ନିକ୍କି ହତ୍ୟାକାଣ୍ଡ । ୩୬ ଲକ୍ଷ ଟଙ୍କା ପାଇଁ ସ୍ବାମୀ ଜାଳିଦେଲା ସ୍ତ୍ରୀକୁ । ନିକ୍କିର ପରିବାର ଲୋକେ ଯେତେବେଳେ ନିଜ ଝିଅର ହାତ ବିପିନଙ୍କୁ ଦେଇଥିଲେ, ସେମାନେ କେବେ ଭାବି ନଥିଲେ ଯେ ଏହି ହାତ ହିଁ ନିକ୍କିକୁ ଜଳାଇଦେବ ।

ନିକ୍କିର ବାହାଘର ତାର ପରିବାର ପାଇଁ ଏକ ଭୟଙ୍କର ସ୍ବପ୍ନ ଭଳି ଥିଲା । ବିପିନ ତାର ସ୍ତ୍ରୀ ନିକ୍କିକୁ ନିଆଁ ଲଗାଇଦେଲା । ସେହି ଦୃଶ୍ୟ ମନେ ପଡ଼ିଲେ ନିକ୍କିଙ୍କ ମାତାପିତାଙ୍କ ଆତ୍ମା ଥରି ଉଠୁଛି। ସେମାନେ କହିଛନ୍ତି ଯେ ବିପିନ ଏବଂ ତାର ପରିବାର ଲୋକେ ଯୌତୁକ ପାଇଁ ନିକ୍କିକୁ ହଇରାଣ କରୁଥିଲେ। ସେମାନେ କେବେ ଭାବି ନଥିଲେ ଯେ ଏମିତି ଏକ ଦିନ ଆସିବ କି ଟଙ୍କା ଲୋଭୀ ରାକ୍ଷସ ମାନେ ଝିଅକୁ ନିଆଁରେ ପୋଡ଼ି ଦେବେ।

ଗତ ଗୁରୁବାର ଦିନ ବିପିନ ଓ ଶାଶୁଶ୍ୱଶୁର ମିଶି ନିକ୍କିଙ୍କୁ ନିଷ୍ଠୁର ଭାବେ ବାଡେଇଥିଲେ । ତା ପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଆଉ ଏ ପୂରା ଘଟଣା ଘଟିଥିଲା ନିକ୍କିଙ୍କ ପୁଅ ଆଖି ଆଗରେ । ପଡୋଶୀ ନିକ୍କିଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ । କିନ୍ତୁ ଅଧବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।

ବଡ଼ ଭଉଣୀ କାଞ୍ଚନ ଅଭିଯୋଗ କରିଛନ୍ତି ଯେ, ଗୁରୁବାର ରାତିରେ ନିକ୍କୀଙ୍କୁ ତାଙ୍କ ସ୍ୱାମୀ ବିପିନ ମାଡ଼ ମାରି ଅଚେତ କରିଥିଲେ ଏବଂ ପରେ ନିଆଁ ଲଗାଇ ଦେଇଥିଲେ। ବିବାହ ସମୟରେ ସେମାନେ ଏକ ସ୍କର୍ପିଓ, ବୁଲେଟ ଏବଂ ବହୁ ମୂଲ୍ୟବାନ ଜିନିଷ ଦେଇଥିଲେ। ତଥାପି ନିକ୍କୀଙ୍କ ଶାଶୁଘର ଲୋକେ ଅଧିକ ଯୌତୁକ ଦାବି କରୁଥିଲେ। ବିବାହ ପରେ ସେମାନେ ୩୬ ଲକ୍ଷ ଟଙ୍କା ଦାବି କରିଥିଲେ। ସେମାନଙ୍କର ଦାବି ଓ ହଇରାଣ ଅବିରତ ଜାରି ରହିଥିଲା।

Murder
Advertisment
Related Articles
Advertisment