Advertisment

New Home:ପୁରା ପରିବାର ସହ ନୂଆ ଘରକୁ ଯିବେ ବଲିଉଡର ଏହି ସୁପରଷ୍ଟାର, ଘରର ଦାମ ୨୫୦ କୋଟି ଟଙ୍କା...ଦେଖୁଛନ୍ତି ଶୁଭ ସମୟ

ଏହାର ଡିଜାଇନ ସାଧାସିଧା ହେଲେ ମଧ୍ୟ ଆକର୍ଷଣୀୟ। ଏହାର ପ୍ରତ୍ୟେକ ବାଲକୋନିରେ ଗଛଲତା ଲଗାଯାଇଛି। ରଣବୀର ଏବଂ ଆଲିଆ ସେମାନଙ୍କର ଝିଅ ରାହାଙ୍କ ସହିତ ନିର୍ମାଣ କାର୍ଯ୍ୟର ଅଗ୍ରଗତି ଦେଖିବାକୁ ଅନେକ ଥର ଦେଖାଯାଇଛନ୍ତି।

author-image
Manasranjan Mohanty
ଅଦ୍ୟତନ ହୋଇଛି
ranbir alia

ranbir alia

ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କର ସ୍ଵପ୍ନର ଘରର ନିର୍ମାଣ ପ୍ରାୟ ଶେଷ ହୋଇଛି । ଏହି ଦମ୍ପତିଙ୍କର ବିଶାଳ ବଙ୍ଗଳାର ମୂଲ୍ୟ ପ୍ରାୟ ୨୫୦ କୋଟି ଟଙ୍କା ବୋଲି କୁହାଯାଉଛି। ବର୍ଷ ବର୍ଷ ଧରି କଠିନ ପରିଶ୍ରମ ପରେ ଘରର ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି। ଅନଲାଇନରେ ଭାଇରାଲ ହେଉଥିବା ଏକ ନୂଆ ଭିଡିଓରେ ଘରଟି ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି ।

Advertisment

ଏହି ଛଅମହଲା ବଙ୍ଗଳା ଦୀର୍ଘ ସମୟ ଧରି ନିର୍ମାଣାଧୀନ ଥିଲା। ଏହା କେବଳ ଏକ ଆଲିଶାନ ଘର ନୁହେଁ, ଏହା ସହିତ ଏକ ଇତିହାସ ମଧ୍ୟ ଜଡ଼ିତ। ଏହି ସମ୍ପତ୍ତି ପୂର୍ବେ ରାଜ କପୁର ଏବଂ କୃଷ୍ଣା ରାଜ କପୁରଙ୍କର ଥିଲା, ଯାହା ୧୯୮୦ ଦଶକରେ ଋଷି କପୁର ଏବଂ ନୀତୁ କପୁରଙ୍କୁ ଉତ୍ତରାଧିକାର ସୂତ୍ରେ ମିଳିଥିଲା। ଏବେ ଏହି ଉତ୍ତରାଧିକାରକୁ ଆଗେଇ ନେବାର ଦାୟିତ୍ଵ ରଣବୀର ଏବଂ ଆଲିଆଙ୍କର।

ଏହାର ଡିଜାଇନ ସାଧାସିଧା ହେଲେ ମଧ୍ୟ ଆକର୍ଷଣୀୟ। ଏହାର ପ୍ରତ୍ୟେକ ବାଲକୋନିରେ ଗଛଲତା ଲଗାଯାଇଛି। ରଣବୀର ଏବଂ ଆଲିଆ ସେମାନଙ୍କର ଝିଅ ରାହାଙ୍କ ସହିତ ନିର୍ମାଣ କାର୍ଯ୍ୟର ଅଗ୍ରଗତି ଦେଖିବାକୁ ଅନେକ ଥର ଦେଖାଯାଇଛନ୍ତି। ନୀତୁ କପୁରଙ୍କୁ ମଧ୍ୟ ପ୍ରାୟତଃ ସାଇଟ୍ ବାହାରେ ଦେଖିବାକୁ ମିଳୁଥିଲେ ।

Advertisment

ଏବେ ରିପୋର୍ଟ ଅନୁଯାୟୀ ପୁରା ପରିବାର ଶୀଘ୍ର ନୂଆ ଘରକୁ ସିପ୍ଟ ହେବେ । ଘରକୁ ଯିବା ପାଇଁ କୌଣସି ଶୁଭ ତାରିଖ ବାଛିପାରନ୍ତି। ଆଲିଆ ଭଟ୍ଟ ଶେଷ ଥର ପାଇଁ ‘ଜିଗରା’ରେ ନଜର ଆସିଥିଲେ। ଏହି ଫିଲ୍ମରେ ବେଦାଙ୍ଗ ରୈନା ମଧ୍ୟ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକାରେ ଥିଲେ। ଏହାପରେ, ସେ ୟଶରାଜ ଫିଲ୍ମସର ସ୍ପାଇ ୟୁନିଭର୍ସ ପ୍ରୋଜେକ୍ଟ ‘ଆଲଫା’ରେ ନଜର ଆସିବେ। ଅନ୍ୟପକ୍ଷରେ ରଣବୀର କପୁର ନିତେଶ ତିୱାରୀଙ୍କ ‘ରାମାୟଣ: ପାର୍ଟ ୧’ ପାଇଁ ପ୍ରସ୍ତୁତି କରୁଛନ୍ତି। ଏହି ଫିଲ୍ମ ୨୦୨୬ ଦୀପାବଳୀରେ ସିନେମା ହଲରେ ମୁକ୍ତିଲାଭ କରିବ। ରଣବୀର ଏବଂ ଆଲିଆ ସଞ୍ଜୟ ଲୀଲା ଭନସାଲୀଙ୍କ ଫିଲ୍ମ ‘ଲଭ୍ ଆଣ୍ଡ ଓ୍ଵାର’ରେ ପୁନର୍ବାର ବଡ଼ ପରଦାରେ ଏକାଠି ନଜର ଆସିବେ।

Alia Bhatt Ranbir Kapoor
Advertisment
Related Articles
Advertisment