Advertisment

BJD Conflict: ଦେବାଶିଷଙ୍କ ପରେ ରଣେନ୍ଦ୍ର, ପାଣ୍ଡିଆନଙ୍କୁ ମାରିଲେ ତେରେଛା ବାଣ

ଦିନକୁ ଦିନ ବିଜେଡି ଭିତରେ ପାଣ୍ଡିଆନ ବିରୋଧୀ ସ୍ୱର ଶାଣିତ ହେବାରେ ଲାଗିଛି । ଏବେ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଠଗଡ଼ରେ ଏକ କାର୍ଯ୍ୟକ୍ରମରେ ଭାଷଣ ଛଳରେ ପାଣ୍ଡିଆନଙ୍କୁ ତାଚ୍ଛଲ୍ୟ କରିଛନ୍ତି ।

author-image
Bharat Bhusan Parida
BJD Conflict

BJD Conflict

ଭାଷଣ ଛଳରେ ପାଣ୍ଡିଆନଙ୍କୁ ତାଚ୍ଛଲ୍ୟ କଲେ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ନବୀନ ହସ୍ପିଟାଲରେ ଚିକିତ୍ସାଧିନ ଥିବା ବେଳେ ପାଣ୍ଡିଆନ କୁଆଡ଼େ କହିଥିଲେ 'ଆଇ ଆମ ଡାଉନ୍ ବଟ୍ ନଟ ଆଉଟ୍' । ଏହି ଉକ୍ତିକୁ ନେଇ ରଣେନ୍ଦ୍ର ସିଧା ପାଣ୍ଡିଆନଙ୍କ ନାଁ ନନେଇ ତାଚ୍ଛଲ୍ୟ କରିବା ସହ ସ୍ମିତ ହାସ୍ୟ ଦେଇଥିଲେ । 

Advertisment

ଆଠଗଡ଼ରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି ତେରେଛା ବାଣ ମାରିଛନ୍ତି ରଣେନ୍ଦ୍ର । କେବଳ ସେତିକି ନୁହେଁ ସ୍ରୋତ ବିରୋଧରେ ଚାଲିବା ପ୍ରସଙ୍ଗ ହେଉ କି ବିଧାୟକ ହୋଇ ଖାଲି ଭୋଟ ମାଗିବା ପ୍ରସଙ୍ଗ ଉଠାଇ ଥିଲେ ରଣେନ୍ଦ୍ର । ସଭାମଞ୍ଚରେ ବିଜେଡିର ଜଣେ ବରିଷ୍ଠଙ୍କ ଏଭଳି ପରୋକ୍ଷ ଇଙ୍ଗିତ ଦଳରେ କିଛି ଠିକ୍ ଠାକ୍ ଚାଲିନଥିବା ଆଡ଼କୁ ଇଙ୍ଗିତ କରୁଛି । ତେବେ ଏନେଇ ପାଣ୍ଡିଆନ କି ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । 

ପୂର୍ବରୁ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ ମଧ୍ୟ ଆଗକୁ ଆସି ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ପାଣ୍ଡିଆନଙ୍କ ଉପରେ ବର୍ଷିଥିଲେ । ଏକ ଦୈନିକ ଖବରକାଗଜକୁ ସାକ୍ଷାତକାରରେ ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ରାଜ୍ୟବାସୀ କି ନେତାଙ୍କୁ ନଜଣାଇବା ପାଣ୍ଡିଆନଙ୍କ ବଡ ଭୁଲ୍ ବୋଲି କହିଥିଲେ ଦେବାଶିଷ ସାମନ୍ତରାୟ । ଏପରିକି ଏହା ଦଳ ପାଇଁ ବି କ୍ଷତି ବୋଲି କହିଥିଲେ ଦେବାଶିଷ । ହସ୍ପିଟାଲରେ ଭର୍ତ୍ତି ହେବା ପରେ ଦଳୀୟ ନେତା ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଜାଣିଲେ । ଘରେ ଅସୁସ୍ଥ ହେବା ସମୟରେ କାହିଁକି ପାଣ୍ଡିଆନ୍ ଜଣାଇଲେ ନାହିଁ । ନବୀନ ବାବୁ ଓଡ଼ିଶାର ନେତା । ତାଙ୍କର ସବୁ ଖବର ରାଜ୍ୟବାସୀ ଓ ଦଳ ନେତା ଜାଣିବା ଦରକାର । ସେହିପରି ହସ୍ପିଟାଲରେ ନବୀନଙ୍କୁ ଭେଟିବା ପାଇଁ ଦଳୀୟ ନେତାଙ୍କୁ ନଛାଡ଼ିବା ଚର୍ଚ୍ଚା ଉପରେ ପ୍ରତିକ୍ରିୟା ରଖି ଦେବାଶିଷ କହିଛନ୍ତି ପାଣ୍ଡିଆନ୍ ଆଇ ଆମ୍ ଡାଉନ୍, ବଟ୍ ନଟ୍ ଆଉଟ୍' ବୋଲି କହିଥିବା ସତ ହୋଇଥିଲେ ଏହା ଅହଂକାରର ପରିଚାୟକ । 

Advertisment

ଦିନକୁ ଦିନ ବିଜେଡି ଭିତରେ ପାଣ୍ଡିଆନ ବିରୋଧୀ ସ୍ୱର ଶାଣିତ ହେବାରେ ଲାଗିଛି । ଏକଦା ଦଳରେ ଦବଦବା ରଖୁଥିବା ପାଣ୍ଡିଆନଙ୍କ ବିରୋଧରେ କେହି କହିବାକୁ ଭାବୁଥିଲେ । ହେଲେ 2024 ନିର୍ବାଚନରେ ବିଜେଡିର ପରାଜୟ ପରେ ଏବେ ପାଣ୍ଡିଆନଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିବାର ଧାରା ଆରମ୍ଭ ହୋଇଛି ।  

BJD Ranendra Pratap Swain Odisha Politics VK Pandian
Advertisment
Related Articles
Advertisment