/odishatv-khabar/media/post_attachments/uploadimage/library/16_9/16_9_0/IMAGE_1742885593.jpg)
Meerut Murder Case
ସ୍ୱାମୀକୁ ମାରିବା ପାଇଁ ସ୍ତ୍ରୀ କରିଥିଲା ସାଂଘାତିକ ପ୍ଲାନ । ମେଡ଼ିକାଲ ଷ୍ଟୋରକୁ ଫେକ ପ୍ରେସକ୍ରିପ୍ସନ୍ ନେଇଥିଲା । ନିଦ ବଟିକା କିଣି ସ୍ୱାମୀକୁ ଖୁଆଇଥିଲା । ସ୍ୱାମୀ ନିଶାରେ ଥିବା ବେଳେ ମୁଣ୍ଡ ଗଣ୍ଡି ଅଲଗା କଲା ।
ସାମ୍ନାକୁ ଆସିଲା ମିରଟର ମରଚାଣ୍ଟ ନେଭି ଅଫିସର ସୌରଭ ରାଜପୁତ ହତ୍ୟାକାଣ୍ଡ ପାଇଁ ତାଙ୍କ ସ୍ତ୍ରୀ ମୁସ୍କାନ ରଚିଥିବା ପ୍ଲାନ। ସ୍ୱାମୀକୁ ସବୁଦିନ ନିଜ ରାସ୍ତାରୁ ହଟାଇବା ପାଇଁ ସ୍ତ୍ରୀ ରଚିଥିଲା ଷଡଯନ୍ତ୍ର। ସୌରଭଙ୍କୁ ପ୍ରଥମେ ନିଶା ଦେଇ ବେହୋସ କରିବା ପରେ ହତ୍ୟା କରିବାକୁ ପ୍ଲାନ କରିଥିଲା ମୁସ୍କାନ। ଏଥିପାଇଁ ସେ ଏକ ଫେକ ପ୍ରେସକ୍ରିପ୍ସନ୍ ନେଇ ଉଷା ମେଡିକାଲ ଷ୍ଟୋରରେ ପହଞ୍ଚିଥିଲା। ଏହାପରେ ସେ କିଛି ପାଓ୍ବାରଫୁଲ ଟାବଲେଟ୍ କିଣିଥିଲା। ଏକଥା ଜଣା ପଡିବା ପରେ ତଦନ୍ତକାରୀ ଅଧିକାରୀ ସମ୍ପୃକ୍ତ ମେଡିସିନ ଷ୍ଟୋର ଉପରେ ଚଢାଉ କରିଛନ୍ତି। ଆଉ ମୁସ୍କାନ କେଉଁ ଔଷଧ କିଣିଥିଲେ ତାହାର ରେକର୍ଡ ଯାଞ୍ଚ କରିଛନ୍ତି ।
ଅଧିକ ପଢ଼ନ୍ତୁ: ନକଲି ପୋଲିସ ଅଫିସର ଓ କନଷ୍ଟେବଲ ଗିରଫ, ଜବତ ହେଲା ୨ ଲକ୍ଷରୁ ଅଧିକ ନକଲି ଟଙ୍କା
ଉଷା ମେଡିକାଲ ଷ୍ଟୋରର ମାଲିକ ମଧ୍ୟ ମୁସ୍କାନ ତାଙ୍କ ଦୋକାନରୁ ହିଁ ମେଡିସିନ କିଣିଥିବା କଥା କହିଛନ୍ତି। ସେ ତାଙ୍କ ମୋବାଇଲ୍ ଫୋନ୍ରେ ପ୍ରେସକ୍ରିପସନ୍ ଦେଖାଇଥିଲେ ଏବଂ ଆମେ ସେହି ଆଧାରରେ ତାଙ୍କୁ ବଟିକା ଦେଇଥିଲୁ। ଆମେ ପ୍ରେସକ୍ରିପସନ୍ ବିନା ଏପରି ଔଷଧ ବିକ୍ରି କରୁନାହୁଁ ବୋଲି କହିଛନ୍ତି ଷ୍ଟୋର ମାଲିକ।
ନିଶା ଔଷଧକୁ ଖାଦ୍ୟରେ ମିଶାଇ ସୌରଭକୁ ଖୁଆଇ ଦେଇଥିଲା ମୁସ୍କାନ। ତାପରେ ନିଜ ବୟଫ୍ରେଣ୍ଡ୍ ସାହିଲ ସହ ମିଶି ସୌରଭଙ୍କୁ ହତ୍ୟା କରି ତାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି କାଟି ଦେଇଥିଲା। ପରେ ସେ ସେହି ଖଣ୍ଡଗୁଡ଼ିକୁ ସିମେଣ୍ଟ ଭର୍ତ୍ତି ଏକ ଡ୍ରମରେ ପ୍ଲାଷ୍ଟର କରିଦେଇଥିଲା। ୧୮ ମାର୍ଚ୍ଚରେ, ମିରଟ ପୋଲିସ ମୁସ୍କାନ ଏବଂ ସାହିଲଙ୍କୁ ଗିରଫ କରିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)