• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଡିଜେ ଆଜେକ୍ସ ମୃତ୍ୟୁ ମାମଲାରେ ଖୋଳତାଡ଼ ପାଇଁ ଥାନାରେ ସାଇବର ଟିମ୍ । ଭୁବନେଶ୍ୱର ଖାରବେଳ ନଗର ଥାନାରେ ଡିଜିଟାଲ ଏଭିଡେନ୍ସ ଯାଞ୍ଚ କରୁଛି ସାଇବର ଟିମ୍ । ଆଜେକ୍ସ ମୃତ୍ୟୁ ପରେ ବହୁ ଡିଜିଟାଲ ଦସ୍ତାବିଜ୍ ଜବତ ହୋଇଥିବା ଜଣାପଡିଛି । ଡିଜେ ଆଜେକ୍ସ ଆତ୍ମହତ୍ୟା ଘଟଣାରେ ସାମ୍ନାକୁ ଆସିଲା ନୂଆ ତଥ୍ୟ ।

ମୃତ୍ୟୁ ପୂର୍ବରୁ ବାନ୍ଧବୀଙ୍କ ସହ ୯୭ ସେକେଣ୍ଡ କଥା ହୋଇଥିଲେ ଆଜେକ୍ସ । ପରେ ବାନ୍ଧବୀ ଭିଡିଓ କଲ୍ କରିଥିଲେ ବି ଉଠାଇ ନ ଥିଲେ ଆଜେକ୍ସ । ବାନ୍ଧବୀ ଭିଡିଓ କଲ୍ ବେଳକୁ ଆଜେକ୍ସ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଆଜେକ୍ସଙ୍କ ମୋବାଇଲ୍, ଲାପଟପ ଯାଞ୍ଚ କରିବ ସାଇବର ଟିମ୍ । ସୋସିଆଲ ମିଡିଆ ମେସେଜ ମଧ୍ୟ ଯାଞ୍ଚ ହେବା ନେଇ ସୂଚନା ରହିଛି । ଆଜେକ୍ସଙ୍କ ମେଲ୍ ଆଇଡି ପାସୱାର୍ଡ ମଧ୍ୟ ପୋଲିସ ବଦଳାଇଥିବା ଜଣା ପଡିଛି।

ଅଧିକ ପଢ଼ନ୍ତୁ: ଡିଜେ ଆଜେକ୍ସ ମୃତ୍ୟୁ ରହସ୍ୟରେ ବଡ଼ ଟ୍ୱିଷ୍ଟ ! ଦ୍ୱିତୀୟ ଯୁବତୀଙ୍କ ସଂପୃକ୍ତିର ଥିଓରିକୁ ନେଇ ଚର୍ଚ୍ଚା...

ସେପଟେ ଗତକାଲି ମୃତ୍ୟୁର କିଛି ମୁହୂର୍ତ୍ତ ପୂର୍ବରୁ ମୋବାଇଲରେ ଡିଜେ ଆଜେକ୍ସ ନେଇଥିବା ସେଲଫି ସାମ୍ନାକୁ ଆସିଥିଲା । ହେଲେ ସେହି ଫଟୋରେ ତାଙ୍କର ହସ ହସ ପୋଜ୍ ନଥିଲା, ଆଖିରେ ଭରି ରହିଥିଲା ଲୁହ । ଆଉ ସେହି ଫଟୋକୁ ଅକ୍ଷୟ ପଠାଇଥିଲେ ଗର୍ଲଫ୍ରେଣ୍ଡ ଜିଜ୍ଞାସାଙ୍କ ପାଖକୁ । ଫଟୋ ସହ ମେଲ୍‌ରେ ଲେଖିଥିଲେ ଅନେକ କୋହଭରା କଥା ।

ସୂଚନାଯୋଗ୍ୟ ଆଜିକୁ ଛଅ ଦିନ ତଳେ ଭୁବନେଶ୍ୱର ଖାରବେଳନଗର ସ୍ଥିତ ଘରୁ ଝୁଲନ୍ତା ଅବସ୍ଥାରେ ଆଜେକ୍ସଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଆଜେକ୍ସଙ୍କ ମୃତ୍ୟୁ ପଛରେ ଜଣେ ଯୁବତୀ ଓ ତାଙ୍କ ସାଙ୍ଗଙ୍କ ସଂପୃକ୍ତି ଥିବା ଅଭିଯୋଗ ଆଣିଥିଲେ ପରିବାର । ଖାରବେଳ ନଗର ଥାନାରେ ଲିଖିତ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ୍ ।