• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମୃତ୍ୟୁର କିଛି ମୁହୂର୍ତ୍ତ ପୂର୍ବରୁ ମୋବାଇଲରେ ସେଲଫି ନେଇଥିଲେ ଡିଜେ ଆଜେକ୍ସ । ହେଲେ ଏଠି ଫଟୋ ପାଇଁ ହସ ହସ ପୋଜ୍ ନଥିଲା, ଆଖିରେ ଭରି ରହିଥିଲା ଲୁହ । ସେହି ଫଟୋକୁ ଅକ୍ଷୟ ପଠାଇଥିଲେ ଗର୍ଲଫ୍ରେଣ୍ଡ ଜିଜ୍ଞାସାଙ୍କ ପାଖକୁ । ଫଟୋ ସହ ମେଲ୍‌ରେ ଲେଖିଥିଲେ ଅନେକ କୋହଭରା କଥା । ବ୍ଲାକ୍ ସାର୍ଟ ପିନ୍ଧିଥିବା ଏକ ଫଟୋ ସେୟାର କରି ଆଜେକ୍ସ ଓରଫ୍ ଅକ୍ଷୟ ଲେଖିଥିଲେ, ଦେଖ, ତମେ ଦେଇଥିବା ମନପସନ୍ଦର ସାର୍ଟ ପିନ୍ଧିଛି । ସପ୍ତାହେ ହେଲାଣି ଶୋଇପାରୁନି, ସ୍ଲିପିଂ ଟାବଲେଟ୍ ଖାଉଛି । ତମେ ତ ଏବେ ଖୁସି ଥିବ, ମୁଁ ଯାଉଛି ତୁମ ଲାଇଫରୁ ।

ଜିଜ୍ଞାସା ପୋଷ୍ଟ କରିଥିବା ଆଉ ଏକ ଫଟୋକୁ ପଠାଇ ଅକ୍ଷୟ ଲେଖିଥିଲେ, ମୋ ସହ କେବେ ଏମିତି ଫଟୋ ତ ଷ୍ଟାଟସ ଦେଲନି । ଏସବୁ ଦେଖି ମୁଁ ଯମ ଯନ୍ତ୍ରଣା ପାଉଛି । ଫଟୋ ଓ ଲେଖା ସହ ଜିଜ୍ଞାସାଙ୍କ ପାଖକୁ କିଛି ଭଏସ ନୋଟ୍ ବି ପଠାଇଥିଲେ ଅକ୍ଷୟ । ଯେଉଁଥିରେ ଅକ୍ଷୟ ମାନସିକ ଚାପରେ ଥିବା ବାରି ହେଉଛି ।

ଅଧିକ ପଢ଼ନ୍ତୁ: ‘ମୁଁ ଯାଉଛି ଜିଜ୍ଞାସା..ଆଉ କେବେ ଆସିବିନି’!! DZ Azexଙ୍କ ଶେଷ ଭଏସ୍‌ ମେସେଜ୍‌

ମୃତ୍ୟୁ ପୂର୍ବରୁ ଅକ୍ଷୟ ଲେଖିଥିବା ଏସବୁ ମେଲ୍ ତାଙ୍କ କମ୍ପ୍ୟୁଟରରୁ ମିଳିଛି । ମେଲରେ ଅଟୋ ଡେଟ୍ ସେଟ୍ କରିଥିଲେ ଅକ୍ଷୟ । ୧୮ରେ ଆତ୍ମହତ୍ୟା କଲେ, ଆଉ ଜିଜ୍ଞାସାଙ୍କ ପାଖରେ ମେଲ୍ ପହଁଚିଥିଲା ୨୦ ତାରିଖରେ । ପରିବାର ଓ ବନ୍ଧୁ ଆଜି ପୁଣି ଅଭିଯୋଗ କରିଛନ୍ତି, ଜିଜ୍ଞାସା ଓ ତାଙ୍କ ବନ୍ଧୁ ରଶ୍ମିରଂଜନ ରଣସିଂଙ୍କ ସମ୍ପର୍କ ପାଇଁ ହିଁ ମାନସିକ ଚାପରେ ଥିଲେ ଅକ୍ଷୟ ଏବଂ ଜୀବନ ହାରିଦେଲେ । ସେପଟେ ଏଯାଏଁ ଜିଜ୍ଞାସା କିମ୍ବା ତାଙ୍କ ବନ୍ଧୁ ରଶ୍ମିଙ୍କ ପକ୍ଷରୁ କିନ୍ତୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ସେପଟେ ଏହି ମାମଲାରେ ଦେଖିବାକୁ ମିଳିଛି ବଡ ଟୁଇଷ୍ଟ । ଗତକାଲି ଜିଜ୍ଞାସାଙ୍କୁ ତାଙ୍କ ଘରେ ୩ ଘଂଟା ଧରି ଜେରା କରିଥିଲା ପୋଲିସ । ଆଉ ଜେରା ବେଳେ ଆଜେକ୍ସଙ୍କ ସହ ଆଉ ଜଣେ ଯୁବତୀଙ୍କ ସମ୍ପର୍କ ଥିବା କଥା ପୋଲିସ ଆଗରେ ଖୁଲାସା କରିଥିଲେ ଜିଜ୍ଞାସା । ସଂପୃକ୍ତ ଯୁବତୀ, ଆଜେକ୍ସ ଏବଂ ଜିଜ୍ଞାସାଙ୍କ ମଧ୍ୟରେ ହୋଇଥିବା କନଫରେନ୍ସ କଲ୍‌ର ପ୍ରମାଣ ଲାଗିଛି ପୋଲିସ ହାତରେ । ଏସିପି କହିଛନ୍ତି, ସଂପୃକ୍ତ ଯୁବତୀ ଏବଂ ଆଜେକ୍ସଙ୍କ ପରିବାର ଅଭିଯୋଗ ଆଣୁଥିବା ଜିଜ୍ଞାସାଙ୍କ ବନ୍ଧୁ ରଶ୍ମିରଂଜନଙ୍କୁ ମଧ୍ୟ ଜେରା କରାଯିବ । ପୋଲିସ୍ ଏବେ ଆଜେକ୍ସଙ୍କ ପାଖରୁ ମିଳିଥିବା ହ୍ୱାଟସଅପ୍ ଚାଟ୍, ମେଲ୍ ଏବଂ ଫୋନ ପେ ମେସେଜର ଯାଂଚ୍ କରିବା ସହ ସମସ୍ତଙ୍କ ମତାମତର ଅନୁଧ୍ୟାନ କରୁଛି । ତାଳମେଳ ନହେଲେ ପୁଣି ସମସ୍ତଙ୍କୁ ପଚରାଉଚରା ହେବ ।

ରାଜଧାନୀର ଫେମସ୍ ଡିଜେ ଆଜେକ୍ସ ଓରଫ ଅକ୍ଷୟ ମହାରଣାଙ୍କ ମୃତ୍ୟୁକୁ ୫ ଦିନ ବିତିଲାଣି। ସେପଟେ ଆଇପିସି ଦଫା ୩୦୬ ଅର୍ଥାତ୍ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବାର ପ୍ରମାଣ ଖୋଜୁଛି ପୋଲିସ ।