Advertisment

ମନ୍ତ୍ରୀ ନବଙ୍କ ହତ୍ୟା ପଛରେ ରହିଛି କି କୋଇଲା ସିଣ୍ଡିକେଟର ଷଡ଼ଯନ୍ତ୍ର ?

କୋଇଲା ମାଫିଆ, ଗୋପାଳଙ୍କୁ ଅସ୍ତ୍ର କରି ନବଙ୍କୁ ରାସ୍ତାରୁ ହଟାଇ ନାହାନ୍ତି ତ ?

author-image
Chandan Shishu
ଅଦ୍ୟତନ ହୋଇଛି
Naba Das Murder Case

Naba Das Murder Case

ନବ ଦାସ ମର୍ଡର ପ୍ଲଟ୍ ପଛରେ ପ୍ରକୃତରେ କିଏ? ହତ୍ୟା ଷଡ଼ଯନ୍ତ୍ରରେ ରହିଛି କି କୋଇଲା ଟ୍ରାନସପୋର୍ଟିଂ ବ୍ୟବସାୟ? ବାହାର ରାଜ୍ୟର କୋଇଲା ମାଫିଆ ଏଥିରେ ଜଡ଼ିତ ନୁହନ୍ତି ତ? ଗୋପାଳ କେବଳ ଏକ ମୋହରା ଥିଲେ କି ? ନବ ଦାସ ହତ୍ୟାକାଣ୍ଡର ମୋଟିଭ୍ ଏଯାଏଁ ସ୍ପଷ୍ଟ ହେଉନଥିବାରୁ ଗଳିକନ୍ଦି, ବଜାର
ଘାଟଠୁ ଆରମ୍ଭ କରି ପାଓ୍ୱାର କରିଡର୍ ପର୍ଯ୍ୟନ୍ତ ଏଭଳି ନାନା ଚର୍ଚ୍ଚା। ପାୱାରଫୁଲ୍ ମନ୍ତ୍ରୀ ସହିତ ନବ ଦାସଙ୍କର ମାଇନିଂ ଟ୍ରାନ୍ସପୋର୍ଟିଂରେ ରହିଥିଲା ଦବଦବା। ଚର୍ଚ୍ଚା ହେଉଛି କୋଇଲା ପରିବହନରେ ବିବାଦ ତାଙ୍କ ହତ୍ୟା ପଛର ଏକ ପ୍ରମୁଖ କାରଣ ହୋଇଥାଇପାରେ।

Advertisment

ଅଧିକ ପଢ଼ନ୍ତୁ: ନବ ହତ୍ୟାକାଣ୍ଡକୁ ନେଇ ରାଜନୀତି ! ମୁଖ୍ୟମନ୍ତ୍ରୀ ସୁରକ୍ଷିତ ତ ? ସନ୍ଦେହରେ BJD ନେତା ଦେବାଶିଷ..

କାହିଁକିନା କୋଇଲା ଭଣ୍ଡାର ଭାବେ ପରିଚିତ ବ୍ରଜରାଜନଗରର ଏକ କଳୁଷିତ ଇତିହାସ ରହିଛି। କଳା ହୀରାକୁ ନେଇ ୧୯୯୯ରେ ବୁଲୁ ଦାସ, ୨୦୦୩ରେ ସେ ସମୟର କଂଗ୍ରେସ ଜିଲ୍ଲା ସଭାପତି ସାମୁ କେଡିଆ ଓ କାନ୍ତା ଦାସ, ୨୦୦୮ରେ କୋଇଲା ବ୍ୟବସାୟୀ ସ୍ବରୂପ ଦାସ, ୨୦୧୦ରେ କୋଇଲା ବ୍ୟବସାୟୀ ଅର୍ଜୁନ୍ ସିଂ, ୨୦୧୯ରେ ଅମିତ ଧଳ ଓ ମଣ୍ଟୁ ଘୋଷ ପ୍ରମୁଖଙ୍କ ଜୀବନ ଯାଇଛି। କୋଇଲା ପରିବହନ, ଟେଣ୍ଡର ଫିକ୍ସିଂ, ଚୋରା କୋଇଲା କାରବାର, ଖଣି ବ୍ୟବସାୟକୁ ନେଇ ଅନେକ ସମୟରେ ଗ୍ୟାଙ୍ଗୱାର୍ ଓ ସୁପାରି କିଲିଂ ଘଟିଛି। ତେଣୁ ବଡ଼ ପ୍ରଶ୍ନ ସେଇ ଧାରାରେ ନବ ଦାସଙ୍କ ହତ୍ୟା ହୋଇନି ତ ?

Advertisment

କୋଇଲା ମାଫିଆ, ଗୋପାଳଙ୍କୁ ଅସ୍ତ୍ର କରି ନବଙ୍କୁ ରାସ୍ତାରୁ ହଟାଇ ନାହାନ୍ତି ତ ? ସୁନ୍ଦରଗଡ଼ ହେଉକି ସମ୍ବଲପୁର କି ନବଙ୍କ ନିଜ ଜିଲ୍ଲା ଝାରସୁଗୁଡା, ସବୁଠି ନବଙ୍କ ଏତେ ପ୍ରଭାବ ଥିଲା ଯେ, ଏହି ବ୍ୟବସାୟରେ ପଶିବା ପାଇଁ ଅନ୍ୟମାନେ ଯେତେ ଚେଷ୍ଟା କଲେ ବି ସଫଳ ହୋଇପାରୁନଥିଲେ। କ୍ରାଇମବ୍ରାଂଚ ଏହି ଦିଗରେ ତଦନ୍ତ କରିବାର ଆବଶ୍ୟକତା ରହିଛି ବୋଲି ଦାବି କରିଛନ୍ତି ବିରୋଧୀ।

ସେପଟେ ଗୋପାଳ ଦାସ ବ୍ୟବହାର କରୁଥିବା OR15N 4263 ନମ୍ବର କାରକୁ କ୍ରାଇମବ୍ରାଂଚ ଜବତ କରି ଯାଂଚ କରିଛି। ଏହି କାରଟି ଝାରସୁଗୁଡ଼ାର କୋଇଲା ଲୋଡିଂ ବ୍ୟବସାୟୀ ଅରୁଣ କୁମାର ମୁନ୍ଦ୍ରାଙ୍କ ନାଁରେ ରହିଛି। ତେବେ ଖୋଳତାଡ଼ ଆରମ୍ଭ ହେବା ପରେ ମୁନ୍ଦ୍ରା କହିଛନ୍ତି, ଗାଡିଟି ଗୋପାଳ ଦାସଙ୍କୁ ସେ ବିକ୍ରି କରିଥିଲେ। ଏ ବାବଦରେ ଗୋପାଳ ୫୦ ହଜାର ଟଙ୍କା ଦେଇଥିବା ବେଳେ ଆଉ ୫୦ ହଜାର ଦେବାରଥିଲା। ସେପଟେ କୋଇଲା ବ୍ୟବସାୟରେ ନବଙ୍କର ଶତ୍ରୁତା ଥିଲା କି ନାହିଁ ସେ ଦିଗରେ କ୍ରାଇମବ୍ରାଂଚ କାହିଁକି ତଦନ୍ତ କରୁନି ବୋଲି ପ୍ରଶ୍ନ ଉଠୁଛି। ସେପଟେ ଡିଜିପି କହିଛନ୍ତି ସବୁ ଦିଗରୁ ତଦନ୍ତ କରାଯାଉଛି।

ବ୍ୟବସାୟ କ୍ଷେତ୍ରରେ ନବଙ୍କ ନେଟ୍ ୱର୍କ ବେଶ୍ ଲମ୍ବା ସହିତ ଦୃଢ଼ ଥିଲା, ଯେଉଁଥିପାଇଁ ସେ ବ୍ୟବସାୟରେ ବେଶ୍ ସଫଳତା ହାସଲ କରିଥିଲେ। ତେବେ ନବଙ୍କ ମୃତ୍ୟୁ ପରେ କୋଇଲା ବ୍ୟବସାୟ କ୍ଷେତ୍ରରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। କୋଇଲା ପରିବହନରେ କୋଟି କୋଟି ଟଙ୍କାର କାରବାର ହେଉଥିବାରୁ ଆଗକୁ ଏଠାରେ କୋଇଲା ସିଣ୍ଡିକେଟର କଣ୍ଟ୍ରୋଲ କାହା ହାତରେ ରହିବ ତାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

Naba Das
Advertisment
Advertisment