Advertisment

Bribery Case: NAAC ରେଟିଂ ଲାଂଚ ମାମଲା; ୧୦ ଜଣଙ୍କୁ ଗିରଫ କଲା CBI

ଗିରଫଙ୍କ ମଧ୍ୟରେ ଅଛନ୍ତି ସମ୍ବଲପୁର ବିଶ୍ବବିଦ୍ୟାଳୟର ଜଣେ ସଦସ୍ୟ ବୁଲୁ ମହାରଣା । CBI ଟିମ ସମ୍ବଲପୁର ବିଶ୍ବବିଦ୍ୟାଳୟର ଜ୍ୟୋତି ବିହାର ପରିସରରେ ଥିବା ବୁଲୁ ମହାରଣାଙ୍କ ସରକାରୀ ବାସ ଭବନକୁ ସିଲ କରିଛନ୍ତି।

author-image
Sujit kumar Swain
ଅଦ୍ୟତନ ହୋଇଛି
NAAC Team by CBI Over Bribery Charges

NAAC Team by CBI Over Bribery Charges

ଶିକ୍ଷାନୁଷ୍ଠାନକୁ ଭଲ ରେଟିଂ ଦେବା ପାଇଁ ଲାଞ୍ଚ ମାମଲାରେ NAAC ଟିମର ୧୦ ଜଣଙ୍କୁ ଗିରଫ କରିଛି ସିବିଆଇ। ଗିରଫଙ୍କ ମଧ୍ୟରେ ଅଛନ୍ତି ସମ୍ବଲପୁର ବିଶ୍ବବିଦ୍ୟାଳୟର ଜଣେ ସଦସ୍ୟ ବୁଲୁ ମହାରଣା । CBI ଟିମ ସମ୍ବଲପୁର ବିଶ୍ବବିଦ୍ୟାଳୟର ଜ୍ୟୋତି ବିହାର ପରିସରରେ ଥିବା ବୁଲୁ ମହାରଣାଙ୍କ ସରକାରୀ ବାସ ଭବନକୁ ସିଲ କରିଛନ୍ତି। ଏହାସହ ଘର ବାହାରେ ଏକ ନୋଟିସ ଲଗାଇଛି ସିବିଆଇ। ତାଙ୍କ ପରିବାର ଲୋକଙ୍କ ଉଦ୍ଦେଶ୍ୟରେ ସେଠାରେ ୨ ଜଣ ସିବିଆଇ ଅଧିକାରୀଙ୍କ ମୋବାଇଲ ନମ୍ବର ଯୋଗାଯୋଗ ପାଇଁ ଦିଆଯାଇଛି। 

Advertisment

ମିଳିଥିବା ସୂଚନା ଅନୁସାରେ, ଏହି ଘଟଣା ରେ ସିବିଆଇ ଦେଶର ୨୦ ସ୍ଥାନରେ ସର୍ଚ୍ଚ କରୁଛି। ଚେନ୍ନାଇ, ବେଙ୍ଗାଳୁରୁ, ବିଜୟୱାଡା, ସମ୍ବଲପୁର, ପାଲମୁ, ଭୋପାଳ ଓ ଦିଲ୍ଲୀରେ ରେଡ କରିଛି ସିବିଆଇ ଟିମ୍ । ରେଡ୍ ସମୟରେ ନଗଦ ଅର୍ଥ, ଲାପଟପ୍, ଆଇ ଫୋନ ଜବତ ହୋଇଛି । 

ଅଧିକ ପଢ଼ନ୍ତୁ : ରାଜଧାନୀରେ ହୁଗୁଳି ଗଲାଣି ପୋଲିସିଂ ବ୍ୟବସ୍ଥା; ବଢୁଛି ଅପରାଧ, ମିଳୁନି ଅପରାଧୀଙ୍କ ପତ୍ତା

Advertisment
CBI Bribery Case
Advertisment
Advertisment