/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749554662.jpg)
Austria shooting
ସ୍କୁଲରେ ଫୁଟିଲା ଗୁଳି । ଅଷ୍ଟ୍ରିଆ ଦେଶର ଗ୍ରାଜ ସହରର ଏକ ସ୍କୁଲରେ ଗୁଳିକାଣ୍ଡ ଘଟିଛି । ଜଣେ ବନ୍ଧୁକଧାରୀର ଅତର୍କିତ ଗୁଳିମାଡରେ ଅତିକମରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି ଏବଂ କିଛି ଛାତ୍ର ଓ ଶିକ୍ଷକ ଆହତ ହୋଇଛନ୍ତି । ତେବେ ବନ୍ଧୁକଧାରୀ ନିଜେ ଜଣେ ଛାତ୍ର ହୋଇଥିବାର ଜଣାପଡିଛି ।
ଆଜି ସକାଳ ପ୍ରାୟ ୧୦ଟା (ସ୍ଥାନୀୟ ସମୟ) ବେଳେ ଗ୍ରାଜ ସହରର BORG Dreierschutzengasse ସ୍କୁଲରେ ଗୁଳିକାଣ୍ଡ ଘଟିଛି । ଜଣେ ଛାତ୍ର ବନ୍ଧୁକ ଧରି ସ୍କୁଲ ଆସିଥିଲା ଏବଂ ଆଖି ଆଗରେ ଯାହାକୁ ପାଇଲା ଆଖିବୁଜା ଗୁଳିମାଡ କରିଥିଲା । ତେବେ ଅନ୍ୟକୁ ଗୁଳି କରିବା ପରେ ବନ୍ଧୁକଧାରୀ ନିଜକୁ ଗୁଳିକରି ଆତ୍ମହତ୍ୟା କରିଛି । ସ୍କୁଲ ଟଏଲେଟ୍ ଭିତରୁ ତା'ର ମୃତଦେହ ଉଦ୍ଧାର ହୋଇଛି ।
ଅଧିକ ପଢ଼ନ୍ତୁ: ଟ୍ରମ୍ପଙ୍କ ସହ ଫୋନ୍ରେ କଥା ହେଲେ କି ମସ୍କ ?
ପୋଲିସ ସୂଚନା ଦେଇଛି ଯେ, ସକାଳ ପାଖାପାଖି ୧୦ଟା ବେଳେ ସ୍କୁଲ ଭିତରୁ ଗୁଳି ଫୁଟିବାର ଶବ୍ଦ ଶୁଣାଯାଇଥିଲା । ସ୍ପେଶାଲ ଫୋର୍ସ ଓ ଏମର୍ଜେନ୍ସି ୟୁନିଟ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ସ୍କୁଲକୁ ଖାଲି କରାଯାଇ ସମସ୍ତଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା ।
ଏହି ଗୁଳିକାଣ୍ଡରେ ମୁତାହତ ସଂଖ୍ୟା ନେଇ ଏ ଯାଏଁ ସ୍ପଷ୍ଟ କରାଯାଇନି । ସ୍ଥାନୀୟ ଗଣମାଧ୍ୟମରେ ସୂଚନା ମୁତାବକ, ମୃତକଙ୍କ ମଧ୍ୟରେ ସ୍କୁଲ ଛାତ୍ରଙ୍କ ସହ କିଛି ଶିକ୍ଷକ ରହିଛନ୍ତି । BBC ଅନୁଯାୟୀ, ଆହତ ଛାତ୍ରଙ୍କୁ ନିକଟସ୍ଥ ହେଲମେଟ୍ ଲିଷ୍ଟ ହଲକୁ ନିଆଯାଇ ସ୍କୁଲକୁ ବନ୍ଦ କରାଯାଇଛି ।
ଅଷ୍ଟ୍ରିଆନ ପୋଲିସ ସ୍କୁଲରେ ଗୁଳିକାଣ୍ଡ ଘଟଣା ସମ୍ପର୍କରେ ସୋସିଆଲ ମିଡିଆରେ ସ୍ପଷ୍ଟ କରିଛି । ସେହି ଅଞ୍ଚଳରୁ ଦୂରେଇ ରହିବାକୁ ଓ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ପାଳନ କରିବାକୁ ଜନସାଧାରଣଙ୍କୁ ଅପିଲ୍ କରିଛି । ଏବେ ସ୍ଥିତି ନିୟନ୍ତ୍ରଣରେ ରହିଛି ଏବଂ କୌଣସି ବିପଦ ନାହିଁ ବୋଲି ଜଣାଇଛି ପୋଲିସ ।
ଏଠାରେ ଉଲ୍ଲେଖଯୋଗ୍ୟ, ଗ୍ରାଜ ଅଷ୍ଟ୍ରିୟାର ଦ୍ୱିତୀୟ ସର୍ବବୃହତ ସହର । ଏହି ସହର ଦେଶର ଦକ୍ଷିଣ-ପୂର୍ବରେ ଅବସ୍ଥିତ ଏବଂ ଏହାର ଜନସଂଖ୍ୟା ପ୍ରାୟ ୩ ଲକ୍ଷ ।
ଅଧିକ ପଢ଼ନ୍ତୁ: ମୃତ୍ୟୁ ପରର ଦୁନିଆ; ୮ ମିନିଟ୍ ପାଇଁ ମରିଥିବା ମହିଳା ବଖାଣିଲେ ଅଦ୍ଭୁତ କଥା...
Corruption Scandal of IAS: କେମିତି ଉପ-ଜିଲ୍ଳାପାଳରୁ ଅଭିଯୁକ୍ତ ବନିଗଲେ ଚକ୍ମା ? ସବୁ ଗୁମର କହିଲେ କ୍ରସର୍ ମାଲିକ, ଜାଣନ୍ତୁ...

Akhanda 2 Teaser: ତାଣ୍ଡବ ରଚିଲା ‘ଅଖଣ୍ଡା ୨’ ଟିଜର୍; ଆଧ୍ୟାତ୍ମିକତା-ଆକ୍ସନର ଦମଦାର ପଞ୍ଚିଂ

Trump on Future Discussions with Musk: ଟ୍ରମ୍ପଙ୍କ ସହ ଫୋନ୍ରେ କଥା ହେଲେ କି ମସ୍କ ?

Anaconda 2.0: ପୁଣି ଚାଲିବ 'ଆନାକୋଣ୍ଡା 2.0', ମୂଳପୋଛ ହେବେ ନକ୍ସଲ !

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)