/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749540324.jpg)
Woman Died For 8 Minutes
ଜୀବନ-ମରଣ ଖେଳ ଭିତରେ ମଣିଷ ସବୁବେଳେ ଭାବେ ମୃତ୍ୟୁ ପରେ କ’ଣ ହୁଏ ? ମରିଗଲେ କି ଅନୁଭବ ହୁଏ ? ଆତ୍ମା କେଉଁଠିକୁ ଯାଏ, କଣ ସତରେ ସ୍ୱର୍ଗ ଅଛି ? ଏମିତି କେତେ କଣ... ପ୍ରକୃତରେ ଜୀବନ ଚାଲିଯିବା ପରେ କଣ ହୁଏ ଜାଣିବା ପାଇଁ ସମସ୍ତଙ୍କ ମନରେ ଉତ୍କଣ୍ଠା ଥାଏ । ଆଉ ଏହି ଉତ୍କଣ୍ଠାର ପୂର୍ଣ୍ଣଚ୍ଛେଦ ଟାଣି 8 ମିନିଟ୍ ପାଇଁ ମୃତ ଘୋଷିତ ହୋଇଥିବା ଜଣେ ମହିଳା ଯାହା କହିଛନ୍ତି, ତାହା ସମସ୍ତଙ୍କୁ ଚକିତ କରିଦେବ !
ଚେତନାର ଆଉ ଏକ ପାର୍ଶ୍ୱକୁ ଅନୁଭବ କରି ମହିଳା ଜଣକ କହିଛନ୍ତି, ସେ ଏମିତି ଅନୁଭବ କରୁଥିଲେ, ଯେମିତି ସେ ତାଙ୍କ ନିର୍ଜୀବ ଶରୀର ଉପରେ ଭାସୁଛନ୍ତି, ଲାଗୁଥିଲା ଯେମିତି ଅନ୍ୟ ଏକ ରାଇଜରେ ଅଛନ୍ତି, ଯେଉଁଠି ସମୟର କୌଣସି ଅସ୍ତିତ୍ୱ ନାହିଁ । କେବଳ ଏତିକି ନୁହେଁ, ମରିଯିବା ପରେ ସେ ଏକ ସ୍ୱର ବି ଶୁଣିଥିଲେ । ଯେଉଁ ସ୍ୱର ତାଙ୍କୁ ପଚାରିଥିଲା- ତମେ ଏବେ ପ୍ରସ୍ତୁତ ଅଛ ତ... ଆଉ ତା' ପରେ ଚାରିଦିଗ ଅନ୍ଧକାର ହୋଇଯାଇଥିବା ଅନୁଭବ କରିଛନ୍ତି ।
ଅଧିକ ପଢ଼ନ୍ତୁ: ୧୮୦ ମିଟର ଯିବାକୁ ଓଲା ବାଇକ୍ ବୁକ୍ କଲେ ମହିଳା, କାରଣ ଜାଣିଲେ ହସି ହସି ଗଡ଼ିଯିବେ...
ସେ ଆହୁରି କହିଛନ୍ତି- ମରଣ ଏକ ଭ୍ରମ, କାରଣ ଆମ ଆତ୍ମା ଅମର, ଆତ୍ମାର ମୃତ୍ୟୁ ନାହିଁ । ଆମ ଚେତନା ଜୀବିତ ରହିଥାଏ, କେବଳ ଆମ ସାର ଅଂଶ ରୂପାନ୍ତରିତ ହୁଏ । ପରଲୋକରେ ମୋ ଭାବନା ସାକାର ହୋଇଗଲା । ମୁଁ ଅନୁଭବ କଲି ଯେ ଆମ ଭାବନା ସେଠାରେ ବାସ୍ତବତାକୁ ଆକାର ଦିଏ । ଏମିତି ଲାଗିଲା ଯେମିତି ମୁଁ ହଠାତ୍ ମୋର ଭୌତିକ ଶରୀରରୁ ଅଲଗା ହୋଇଗଲି । ମୁଁ ମୋର ମଣିଷ ସ୍ୱଭାବକୁ ନା ଦେଖିପାରିଲି, ନା ଅନୁଭବ କରିପାରିଲି । ମୁଁ ସମ୍ପୂର୍ଣ୍ଣ ସ୍ଥିର ଥିଲି, ତଥାପି ପୂର୍ବ ଅପେକ୍ଷା ଜୀବିତ, ସଚେତନ ଆଉ ନିଜକୁ ଅଧିକ ଅନୁଭବ କରୁଥିଲି । ସେଠାରେ କୌଣସି ଯନ୍ତ୍ରଣା ନଥିଲା, କେବଳ ଶାନ୍ତି ଆଉ ସ୍ପଷ୍ଟତାର ଏକ ଗଭୀର ଭାବନା ଅନୁଭବ ହେଉଥିଲା ।
ଅବଚେତନାର ଏ ଅନ୍ୱେଷଣ ମଧ୍ୟରେ ମହିଳା ଜଣକ ଆହୁରି କହିଛନ୍ତି ଯେ, ଆମର ପାର୍ଥିବ ଅସ୍ତିତ୍ୱ ଶେଷ ନୁହେଁ । ଆମଠାରୁ ବହୁ ଉପରେ କାହାର ଉପସ୍ଥିତି କିମ୍ବା ଏକ ବୁଦ୍ଧିମତା ଅଛି, ଯାହା ଆମକୁ ନିଃସ୍ୱାର୍ଥପର ପ୍ରେମ କରିବା ସହ ସଠିକ୍ ମାର୍ଗଦର୍ଶନ ଦେଉଛି ଏବଂ ଆମକୁ ନିରୀକ୍ଷଣ କରୁଛି । ସେଠାରେ ସବୁକିଛି ଏକା ସାଙ୍ଗରେ ଘଟୁଛି, ଯେପରି ସମୟର କୌଣସି ଅସ୍ତିତ୍ୱ ନାହିଁ, ତଥାପି ସବୁକିଛି ଗୋଟିଏ କ୍ରମରେ ଚାଲିଛି ।
ଏପରି ଅନୁଭବ କରିଥିବା ମହିଳା ଜଣକ ହେଉଛନ୍ତି 33 ବର୍ଷୀୟ ଆମେରିକୀୟ ବ୍ରିଆନା ଲାଫର୍ଟି । ସେ ଏକ ଗୁରୁତର ସ୍ନାୟୁଜନିତ ରୋଗ ମାୟୋକ୍ଲୋନସ୍ ଡିଷ୍ଟୋନିଆରେ ପୀଡ଼ିତ ଥିଲେ । ଦୀର୍ଘଦିନର ଚିକିତ୍ସା ପରେ ଡାକ୍ତର ତାଙ୍କୁ ଆଠ ମିନିଟ୍ ପାଇଁ ମୃତ ଘୋଷିତ କରିଥିଲେ ।
ଅଧିକ ପଢ଼ନ୍ତୁ: ଚାଲିଗଲା କି ଲାଇନ୍, ବ୍ୟସ୍ତ ହୁଅନ୍ତୁ ନାହିଁ; ଗୋଟିଏ ପାଣି ବୋତଲ ହିଁ ଘରକୁ କରିଦେବ ଆଲୁଅ
Imran Khan's Release: ଖୁବ୍ଶୀଘ୍ର ଜେଲରୁ ମୁକୁଳିବେ ଇମ୍ରାନ୍ ଖାନ୍...କେଉଁ ମୋଡ଼ ନେବ ପାକ୍ ରାଜନୀତି ?

Mahabharat Story: ଦାନବୀର କର୍ଣ୍ଣ ଓ ଛଦ୍ମବେଶୀ ଦେବରାଜ

MS Dhoni ICC Hall of Fame: ICC ହଲ୍ ଅଫ୍ ଫେମ୍ରେ ସ୍ଥାନ ପାଇଲେ ଧୋନୀ

Odisha to Experience Rainfall: ଆଜିଠୁ ବଢ଼ିବ ବର୍ଷା ! ଏସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଆଲର୍ଟ ଜାରି

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)