ପୁଣି ଚାଲିବ ‘ଆନାକୋଣ୍ଡା 2.0’ । ନକ୍ସଲ ପ୍ରଭାବିତ ସରଣ୍ଡା ଜଙ୍ଗଲରେ ସୁରକ୍ଷାବାହିନୀ ପୁଣି ଥରେ ନେଇପାରେ ବଡ଼ ଆକ୍ସନ୍ । ଓଡ଼ିଶା ଓ ଝାଡଖଣ୍ଡ ସୀମା ସରଣ୍ଡା ଜଙ୍ଗଲରେ କିଛି ଦିନ ହେବ ମାଓ ସ୍ଥିତିକୁ ଦେଖି ଏକ ସ୍ବତନ୍ତ୍ର ଅଭିଯାନ ଖୁବ୍ ଶୀଘ୍ର ଆରମ୍ଭ ହୋଇପାରେ । ପୂର୍ବରୁ ଅପରେସନ୍ ‘ଆନାକୋଣ୍ଡା’ ଭଳି ସୁରକ୍ଷାବାହିନୀ ଆଉ ଏକ ଅପରେସନ୍ କରିବାର ସମ୍ଭାବନା ରହିଛି । ୨୦୨୬ ସୁଦ୍ଧା ସରଣ୍ଡାକୁ ମାଓ ମୁକ୍ତ କରିବା ପାଇଁ ଲକ୍ଷ୍ୟ ରହିଛି ।
ଅଧିକ ପଢ଼ନ୍ତୁ: ‘୫ ଟନ୍ ଲୁଟ୍ ବିସ୍ଫୋରକ ମଧ୍ୟରୁ ୩.୮ ଟନ୍ ଜବତ, ବଳକା ଉଦ୍ଧାର ପାଇଁ ଜାରି ରହିଛି ଅପରେସନ୍’
Also Read
ଜଙ୍ଗଲରେ ଲୁଚି ରହିଥିବା ନକ୍ସଲମାନଙ୍କୁ ଦମନ କରିବା ସହ କ୍ଲିନ୍ ସୁଇପ୍ ପାଇଁ ଯୋଜନା ରଖିଛି ଫୋର୍ସ । କେନ୍ଦ୍ରୀୟ ବାହିନୀ ଓ ଝାଡ଼ଖଣ୍ଡ ପୋଲିସର ମିଳିତ ନେତୃତ୍ବରେ ଏହି ଅପରେସନ୍ ଚାଲିପାରେ । ଏଥିରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ଡ୍ରୋନ୍, ସାଟେଲାଇଟ୍ ନିରୀକ୍ଷଣ, ପର୍ବତ ସେନା ଓ ଜଙ୍ଗଲ ଯୁଦ୍ଧ ବିଶେଷଜ୍ଞଙ୍କ ସ୍ବତନ୍ତ୍ର ଦଳକୁ ନିୟୋଜିତ କରାଯିବ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ନକ୍ସଲମାନେ କିଛି ଦିନ ତଳେ ସରଣ୍ଡା ଜଙ୍ଗଲରୁ ଝାରଖଣ୍ଡ ଜଙ୍ଗଲକୁ ପ୍ରାୟ ୫ଟନ୍ ବିସ୍ପୋରକ ସାମଗ୍ରୀ ଲୁଟି ନେଇଥିଲେ । ଯାହାକୁ ଉଦ୍ଧାର କରିବା ପାଇଁ ନାକେଦମ୍ ହୋଇଥିଲେ ସୁରକ୍ଷାକର୍ମୀ ।
୨୦୧୧ ଅଗଷ୍ଟରେ ସରଣ୍ଡା ଜଙ୍ଗଲରେ ମାଓବାଦୀ ଦମନ ପାଇଁ 'ଅପରେସନ୍ ଆନାକୋଣ୍ଡା' ଆରମ୍ଭ କରାଯାଇଥିଲା । ଏହି ଅଭିଯାନରେ ଝାଡ଼ଖଣ୍ଡ ପୋଲିସକୁ ବହୁ ସଫଳତା ମିଳିବା ସହିତ ମାଓ ସଙ୍ଗଠନର ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଏହାର ପ୍ରାୟ ୧୪ ବର୍ଷ ପରେ ପୁଣିଥରେ ଅପରେସନ୍ ‘ଆନାକୋଣ୍ଡା 2.0’ ଆରମ୍ଭ ହେବାକୁ ଯାଉଛି । ୨୦୨୬ ସୁଦ୍ଧା ମାଓ ମୁକ୍ତ କରିବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆହ୍ବାନ ଦେଇଛନ୍ତି ।