Advertisment

ପୁଣି ଅର୍ଚ୍ଚନାକୁ ରିମାଣ୍ଡରେ ନେଲା ED, ଜଗବନ୍ଧୁ ବି ରିମାଣ୍ଡରେ; ଏଥର ସାମ୍ନା-ସାମ୍ନି ଜେରା

ପ୍ରଥମଥର ପାଇଁଁ ମୁହଁ ଖୋଲିଲେ ଅର୍ଚ୍ଚନାର ବାପା । ଝିଅକୁ ଫସାଇ ଦିଆଯାଇଥିବା ଅଭିଯୋଗ ଆଣିଲେ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Archana Nag Case

Archana Nag

ଲେଡି ବ୍ଲାକମେଲର୍ ଅର୍ଚ୍ଚନାକୁ ଆଉ ନିସ୍ତାର ନାହିଁ । ହନିଟ୍ରାପ୍ ସହ ବ୍ଲାକ୍ମେଲିଂ କରି ପାହାଡ଼ ଭଳି ସମ୍ପତ୍ତି ଛିଡ଼ା କରାଇଥିବା ନାଗଫାଶର ନାୟିକାକୁ ଆଉ ମୁକ୍ତି ନାହିଁ । ସେଦିନ ବାନ୍ଧିଥିଲା କମିଶନରେଟ୍ ପୋଲିସ । ଆଜି ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ୭ ଦିନିଆ ରିମାଣ୍ଡରେ ନେଇ ଜେରା କରିବା ଭିତରେ ବେଆଇନ ଆର୍ଥିକ କାରବାରର ପ୍ରମାଣ ପାଇବା ପରେ ମନି ଲଣ୍ଡରିଂ ଆକ୍ଟରେ ଆଜି ଗିରଫ କରିଛି ଇଡି

Advertisment

କେବଳ ଗିରଫ ନୁହେଁ, ଆଉ ସପ୍ତାହେ ରିମାଣ୍ଡରେ ନେବାକୁ ଭୁବନେଶ୍ୱର ସ୍ଥିତ ଇଡିର ସ୍ୱତନ୍ତ୍ର କୋର୍ଟରେ ଆବେଦନ କରାଯାଇଥିଲା । ଏଥିପାଇଁ ଆଜି କୋର୍ଟରେ ଅର୍ଚ୍ଚନା କୁ ହାଜର କରିଥିଲା ଇଡି । କୋର୍ଟ ୬ ଦିନିଆ ରିମାଣ୍ଡ ଅନୁମତି ଦେଇଛନ୍ତି । କେବଳ ଅର୍ଚ୍ଚନା ନୁହେଁ, ଝାରପଡ଼ା ଜେଲ୍‌ରେ ଥିବା ସ୍ୱାମୀ ଜଗବନ୍ଧୁ ଚାନ୍ଦକୁ ବି ରିମାଣ୍ଡରେ ନେଇ ଇଡି ତଥ୍ୟ ଆଦାୟ କରିବ । ସେହି ଉଦ୍ଦେଶ୍ୟରେ ଜଗବନ୍ଧୁକୁ ବି ସୁରକ୍ଷା ବଳୟରେ କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ୯ ଦିନ ରିମାଣ୍ଡ ଅନୁମତି ଦେଇଛନ୍ତି । ଅର୍ଥାତ ନାଗ-ଚାନ୍ଦ ଦମ୍ପତିକୁ ଏଣିକି ସାମ୍ନାସାମ୍ନି ବସାଇ ଭୁବନେଶ୍ୱର ସତ୍ୟବିହାରର ଆଲିସାନ ବଙ୍ଗଳା, କେସିଙ୍ଗା ସ୍ଥିତ ଆଖିଦୃଶିଆ କୋଠା, ନାମୀ ଦାମୀ ସୌଖିନ୍ କାର, ପୁଳା ପୁଳା ସୁନା ଅଳଙ୍କାର ଅର୍ଜନର ତଥ୍ୟ କାଢ଼ିପାରେ ଇଡି । 

ଡିସେମ୍ବର ୬ ।  ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ୍‌କୁ ପ୍ରଥମେ ୭ ଦିନିଆ ରିମାଣ୍ଡରେ ନେଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଇଡି ଅଫିସକୁ ଯିବା ପୂର୍ବରୁ ସେଦିନ ଗଣମାଧ୍ୟମ ଆଗରେ ବିଷ ଉଗାଳିଥିଲା ଲେଡ଼ି ବ୍ଲାକମେଲର୍ । ନେତା, ମନ୍ତ୍ରୀ କି ଆଉ କିଏ ସଂପୃକ୍ତ, ୩୦ ମିନିଟ୍ ମଧ୍ୟରେ ଏକ୍ସକ୍ଲୁସିଭ୍ ତଥ୍ୟ ଦେବି । ଏପରିକି ଇଡି ଆଗରେ ମୁହଁ ଖୋଲିବା ପାଇଁ ଅପେକ୍ଷାରେ ଥିଲି ବୋଲି କହିଥିଲା ଅର୍ଚ୍ଚନା । କିନ୍ତୁ ୭ ଦିନିଆ ରିମାଣ୍ଡ ଭିତରେ ସୂଚନା ତ ଦୂରର କଥା, ଇଡିକୁ ଅର୍ଚ୍ଚନା ତଦନ୍ତରେ ସହଯୋଗ କରିନଥିବା କୁହାଯାଉଛି । ଗୋଲ୍ ଗୋଲ୍ କରି କଥା ବୁଲାଇ ଇଡି ଅଧିକାରୀଙ୍କୁ ଭୂଆଁ ବୁଲାଇଥିବା ବି ଚର୍ଚ୍ଚା ହେଉଛି । ତେଣୁ ସନ୍ତୋଷଜନକ ଉତ୍ତର ନପାଇବାରୁ ଆଜି ଇଡି ପୁଣି ୭ ଦିନିଆ ରିମାଣ୍ଡ ଆବେଦନ କରିଥିଲା କୋର୍ଟରେ । ତେବେ ଅର୍ଚ୍ଚନାର ଓକିଲ କହିଛନ୍ତି, ଅର୍ଚ୍ଚନା ଇଡିକୁ ସହଯୋଗ କରୁଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: କିଭଳି ଫଶୁଥିଲେ ବଡ଼ ବଡ଼ିଆ? ଗୁମର ଖୋଲିଲା ଶ୍ରଦ୍ଧାଞ୍ଜଳି..

ସେପଟେ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଏହି ମାମଲାରେ ପ୍ରଥମ ଥର ପାଇଁ ମିଡିଆ ସାମ୍ନାକୁ ଆସିଛନ୍ତି ଅର୍ଚ୍ଚନା ନାଗ୍‌ର ବାପା । ନିଜକୁ ଜଣେ ସାମାଜିକ କର୍ମୀର ପରିଚୟ ଦେବା ସହ କହିଛନ୍ତି ମୁଁ ଜମିବିକ୍ରି କରି ୫୦-୬୦ ଲକ୍ଷ ଟଙ୍କା ଝିଅକୁ ଦେଇଛି । ମୋ ସ୍ତ୍ରୀ ବି ଚାକିରୀ କରୁଛି । ଝିଅ ବି ବିଜନେସ୍ କରୁଥିଲା । ମୋ ଝିଅ ନିର୍ଦ୍ଦୋଷ । ଶ୍ରଦ୍ଧାଞ୍ଜଳି ଓ ପ୍ରଯୋଜକ ମାନେ ମୋ ଝିଅକୁ ଫସାଇଛନ୍ତି । 

ଅର୍ଚ୍ଚନାର ହନିଟ୍ରାପ୍ ମାମଲାରେ ପ୍ରଥମେ ବିଜନେସ୍ ପାର୍ଟନର ଖଗେଶ୍ୱର ପାତ୍ରକୁ ଗିରଫ କରିଥିଲା ଇଡି । ଆଜି ଦ୍ୱିତୀୟ ବ୍ୟକ୍ତି ଭାବେ ହନିଟ୍ରାପ୍ କୁଇନକୁ ଇଡି ଗିରଫ କରିଥିବାବେଳେ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିଥିବା ସୂଚନା ମିଳିଛି ।

Archana Nag ED Lady Blackmailer
Advertisment
Advertisment