Advertisment

ରିମାଣ୍ଡରେ ଗଲେ ଅର୍ଚ୍ଚନା, ବଢୁଛି ଉତ୍କଣ୍ଠା... କ'ଣ ପଚାରିବ ଇଡି ?

ଗତକାଲି କୋର୍ଟରେ ହାଜର ବେଳେ ପୋଲିସ ବିରୋଧରେ ଗର୍ଜିଥିବା ଅର୍ଚ୍ଚନା ସବୁ ଗୁମର ଖୋଲି ଦେଇପାରେ ବୋଲି ଚର୍ଚ୍ଚା ହେଉଛି।

ଅଦ୍ୟତନ ହୋଇଛି
Lady Blackmailer Archana Nag

Lady Blackmailer Archana Nag To Go On A 7 Day Remand Today

Advertisment

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ କୁ ଆଜିଠାରୁ ରିମାଣ୍ଡରେ ନେଇ ପଚରାଉଚରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED)। ଅର୍ଚ୍ଚନାକୁ ୭ ଦିନ ରିମାଣ୍ଡରେ ନେବାକୁ ଇଡିକୁ ଅନୁମତି ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍ କୋର୍ଟ। ରିମାଣ୍ଡରେ ନେଇ ୧୩ ତାରିଖରେ ହାଜର କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି। ୧୫ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ଇଡି। ହେଲେ କେବଳ ୭ ଦିନ ପାଇଁ ଅନୁମତି ମିଳିଛି।

Advertisment

ରିମାଣ୍ଡ ବେଳେ ଇଡି ଅର୍ଚ୍ଚନାଙ୍କୁ ମୁଖ୍ୟତଃ ଏହି ୫ଟି ପ୍ରଶ୍ନ କରିପାରେ:

(୧) ଅଳ୍ପ ସମୟରେ ଏତେ ସମ୍ପତ୍ତି କେମିତି କଲେ?

(୨) ଦାମୀ କାର୍ କିଣିବାକୁ କେଉଁଠୁ ଆଣିଛନ୍ତି ଟଙ୍କା?

(୩) ବ୍ୟବସାୟୀ, ପ୍ରଯୋଜକଙ୍କଠୁ କେତେ ଟଙ୍କା ନେଇଛନ୍ତି?

(୪) ବ୍ଲାକମେଲିଂ ଜରିଆରେ କେତେ ଅର୍ଜିଛନ୍ତି?

(୫) କଳା ସାମ୍ରାଜ୍ୟ ପଛରେ ଆଉ କିଏ?

ଅଧିକ ପଢ଼ନ୍ତୁ: '୩୦ ମିନିଟ୍‌ ସମୟ ଦିଅନ୍ତୁ, ମୁଁ ସବୁ ପ୍ରମାଣ ଦେଇଦେବି'- ଅର୍ଚ୍ଚନା ନାଗ

ଗତକାଲି କୋର୍ଟରେ ହାଜର ବେଳେ ପୋଲିସ ବିରୋଧରେ ଗର୍ଜିଥିବା ଅର୍ଚ୍ଚନା ସବୁ ଗୁମର ଖୋଲିପାରେ ବୋଲି ଚର୍ଚ୍ଚା ହେଉଛି। ଝାରପଡ଼ା ଜେଲ୍‌ରୁ ହାଜର ପାଇଁ ଖୋର୍ଦ୍ଧା ଜିଲ୍ଲା  ଦୌରାଜଜଙ୍କ କୋର୍ଟକୁ ଅଣାଯାଇଥିଲା ଲେଡି ବ୍ଲାକମେଲର ଅର୍ଚ୍ଚନାକୁ। ଇଡ଼ିର ପ୍ରଡ଼କ୍ସନ ପିଟିସନ୍ ଫାଇଲ୍ ଆଧାରରେ କୋର୍ଟରେ ଅର୍ଚ୍ଚନାକୁ ପ୍ରଡ୍ୟୁସ୍ କରାଯାଇଥିଲା।ପ୍ରଡ଼କ୍ସନବେଳେ କୋର୍ଟ ଭିତରେ କାନ୍ଦିଥିଲା ଅର୍ଚ୍ଚନା। ସେପଟେ ଇଡ଼ି ଫାଇଲ୍‌ରେ ଅଭିଯୁକ୍ତ ଥିବା ଅର୍ଚ୍ଚନାର ସ୍ବାମୀ ଜଗବନ୍ଧୁ ଆସନ୍ତାକାଲି କୋର୍ଟରେ ହାଜର ହେବ। ତାକୁ ବି ରିମାଣ୍ଡରେ ନେଇପାରେ ଇଡ଼ି। କୋର୍ଟଙ୍କ ଅନୁମତି ମିଳିଲେ ନାଗ-ଚାନ୍ଦ ଦଂପତିକୁ ଇଡ଼ି ସାମ୍ନାସାମ୍ନି ଜେରା କରିପାରେ।

Advertisment
Archana Nag
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ