• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଧନ୍ୟ ସେ ପୁଅ । ଏମିତି ପୁଅକୁ ଜନ୍ମ ଦେବା ଅପେକ୍ଷା, ନିଃସନ୍ତାନ ରହିଯିବା ଭଲ । ଦିଲ୍ଲୀ ଶ୍ରଦ୍ଧା ୱାକର ଘଟଣା କର୍ଣ୍ଣାଟକରେ ରିପିଟ୍ । ଦିଲ୍ଲୀରେ ଶ୍ରଦ୍ଧାଙ୍କୁ ତାଙ୍କ ପ୍ରେମିକ ୩୫ ଖଣ୍ଡ କରିଥିବା ଘଟଣା ଦେଶବାସୀଙ୍କ ମନରୁ ନଲିଭୁଣୁ ପୁଣି ସାମ୍ନାକୁ ଆସିଛି ସେମିତି ଏକ ଘଟଣା । ଦିଲ୍ଲୀରେ ପ୍ରେମିକା ଶ୍ରଦ୍ଧାଙ୍କୁ ପ୍ରେମିକ ୩୫ ଖଣ୍ଡ କରିଥିବା ବେଳେ କର୍ଣ୍ଣାଟକରେ ବାପାଙ୍କୁ ୩୨ ଖଣ୍ଡ କରିଛି ପୁଅ । ଆଉ ତା’ପରେ ଏକ ବୋରୱେଲ୍‌ରେ ବିଖଣ୍ଡିତ ଶରୀରକୁ ଫିଙ୍ଗିଛି । ଏହି ଘଟଣା କର୍ଣ୍ଣାଟକର ବାଗାଲକୋଟରୁ ସାମ୍ନାକୁ ଆସିଛି ।

ପୋଲିସ ଏହି ହତ୍ୟାକାଣ୍ଡ ବିଷୟରେ ଜାଣିବା ପରେ ବିଖଣ୍ଡିତ ମୃତଦେହକୁ ବୋରୱେଲ ଭିତରୁ ଉଦ୍ଧାର କଲା । ଜେସିବି ତଥା ବିଭିନ୍ନ ଯନ୍ତ୍ରାଂଶ ଦ୍ୱାରା ବୋରୱେଲକୁ ଖୋଳିବା ପରେ ମୃତଦେହ ଉଦ୍ଧାର କରିଛି ପୋଲିସ । ଏହାସହ ଅଭିଯୁକ୍ତ ପୁଅ ବିଠାଲା କୁଲାଲିକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ଅଧିକ ପଢ଼ନ୍ତୁ: ପୁଅ ସହ ମିଶି ସ୍ୱାମୀକୁ ୨୨ ପିସ୍‌ କଲା ପତ୍ନୀ

ସେମ୍ବର ୬ରେ ପୁଅ ବିଠାଲ କୁଲାଲି (୨୦), ବାପା ପର୍ଶୁରାମ କୁଲାଲି (୫୩)ଙ୍କୁ ଏକ ଲୁହା ରଡ୍‌ରେ ପିଟି ହତ୍ୟା କରିଥିଲା । ପୋଲିସର କହିବାନୁରେ, ପର୍ଶୁରାମ ପ୍ରତ୍ୟେକ ଦିନ ମଦ୍ୟପାନ କରି ଘରକୁ ଆସେ । ଏହାସହ ପୁଅକୁ ନିଇତି ଗାଳି କରେ ଏବଂ ମାରପିଟ୍‌ କରେ । ପର୍ଶୁରାମଙ୍କ ପତ୍ନୀ ଏବଂ ବଡ଼ ପୁଅ ଅଲଗା ରୁହନ୍ତି ।

ପିଲାମାନଙ୍କ ପ୍ରତି ପର୍ଶୁରାମଙ୍କ ଅତ୍ୟାଚାର ଦିନକୁ ଦିନ ବଢ଼ିବାରେ ଲାଗିଥିଲା । ଗତ ମଙ୍ଗଳବାର ଏଥିରେ ଅତିଷ୍ଠ ହୋଇପଡ଼ିଥିଲା ବିଠାଲ । ଅତ୍ୟାଚାର ଅତିଶୟ ହେବାରୁ ସେ ଆଉ ସହ୍ୟ କରିପାରିନଥିଲା । ଏକ ଲୁହାରଡ୍ ଆଣି ବାପାଙ୍କ ମୁଣ୍ଡରେ ଆଘାତ ଦେଇଥିଲା । ଘଟଣାସ୍ଥଳରେ ହିଁ ପର୍ଶୁରାମଙ୍କ ମୃତ୍ୟୁ ହୋଇଥିଲା ।

ହତ୍ୟା କରିବା ପରେ ଗିରଫ ଭୟ ଘାରିଥିଲା ବିଠାଲକୁ । ତେଣୁ ସେ ମୃତଦେହକୁ ଲୁଚାଇବା ପାଇଁ ଯୋଜନା କରିଥିଲା । ବାପାଙ୍କ ଶରୀରକୁ କାଟି କାଟି ପ୍ରାୟ ୩୨ ଖଣ୍ଡ କରି ନିଜ ଫାର୍ମର ବୋରୱେଲ ଭିତରେ ଫିଙ୍ଗିଦେଇଥିଲା ।

ଅଧିକ ପଢ଼ନ୍ତୁ: ୟୁପିରେ ଦିଲ୍ଲୀ ଷ୍ଟାଇଲ୍‌ ମର୍ଡର, ପ୍ରେମିକାକୁ ୬ ଖଣ୍ଡ କରି କୂଅରେ ଫିଙ୍ଗିଲା ପ୍ରେମିକ