• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଉତ୍ତର ପ୍ରଦେଶରେ ଦିଲ୍ଲୀ ଘଟଣାର ରିପିଟ୍ । ଦିଲ୍ଲୀରେ ୩୫ ଖଣ୍ଡ ହୋଇଥିଲା ଗର୍ଲଫ୍ରେଣ୍ଡ । ଆଉ ଉତ୍ତରପ୍ରଦେଶରେ ହେଲା ୬ ଖଣ୍ଡ । ଦେଶରେ ଦିନକୁ ଦିନ ଏଭଳି ଜଘନ୍ୟ ଅପରାଧ ବଢ଼ିବାରେ ଲାଗିଛି । ଅପରାଧ ଘଟାଇବା ପୂର୍ବରୁ ଅପରାଧୀ ମନରେ ରହୁନି ଭୟ । ତେବେ ଦିଲ୍ଲୀ ଘଟଣା ଲୋକଙ୍କ ମନରୁ ନଲିଭୁଣୁ ଏବେ ଉତ୍ତରପ୍ରଦେଶ ଘଟଣା ସମସ୍ତଙ୍କୁ ଚମକାଇ ଦେଇଛି । ଏଭଳି ଅପରାଧ ଘଟାଇବାକୁ କେଉଁଠୁ ଆସୁଛି ଏତେ ସାହସ ? ଯଦି ଏଭଳି ଘଟଣା ବାରମ୍ବାର ଘଟେ ତେବେ ଏହା ସମାଜ ପାଇଁ ଏକ ଅଶୁଭ ସଙ୍କେତ କହିଲେ ଭୁଲ ହେବ ନାହିଁ ।

ତେବେ ଉତ୍ତର ପ୍ରଦେଶରେ ଏଭଳି ଜଘନ୍ୟ ଅପରାଧ ଘଟାଇଥିବା ଜଣେ ଯୁବକଙ୍କୁ ଗିରଫ କରିଛି ପୋଲିସ । ସେ ନିଜ ଗର୍ଲଫ୍ରେଣ୍ଡକୁ ୬ ଖଣ୍ଡ କରି ଏକ ପରିତ୍ୟକ୍ତ କୂଅରେ ଫିଙ୍ଗି ଦେଇଥିଲା । ଏହି ଯୁବକ ଜଣକ ହେଲା, ପ୍ରିନ୍ସ ଯାଦବ । ପୋଲିସ ତା ନିକଟରୁ ଏକ ଦେଶୀ ବନ୍ଧୁକ ଜବତ କରିଛି । ସେ ପୂର୍ବରୁ ଅନେକ ଅପରାଧ ସହ ଜଡ଼ିତ ରହିଛି । ଯେତେବେଳେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ପରେ ତାପାଖରେ ପହଞ୍ଚିଥିଲା, ସେତେବେଳେ ପୋଲିସ ଉପରକୁ ସେ ଗୁଳି ଚଳାଇଥିଲା ଏବଂ ଖସିଯିବାକୁ ଚେଷ୍ଟା କରିଥିଲା । ଫଳରେ ପୋଲିସ ପକ୍ଷରୁ ପାଲଟା ଗୁଳି ଚାଳନା କରାଯାଇଥିଲା । ପୋଲିସ ଗୁଳିରେ ପ୍ରିନ୍ସ ଆହତ ହୋଇଛି ।

ଅଧିକ ପଢ଼ନ୍ତୁ: ଜହ୍ଲାଦ ପ୍ରେମିକର ଜଘନ୍ୟ କାଣ୍ଡ, ବିବାହ ପାଇଁ ଜିଦ୍ ଧରିବାରୁ ପ୍ରେମିକାକୁ କଲା ୩୫ ଖଣ୍ଡ !

ଯୁବତୀଙ୍କ କଟା ମୁଣ୍ଡ ପଡ଼ିଥିବା ସ୍ଥାନରେ ପୋଲିସ ପକ୍ଷରୁ ରବିବାର ଛାନ୍‌ଭିନ୍ କରାଯାଇଥିଲା । ସେହିଠାରେ ଏଭଳି ଘଟଣା ଘଟିଥିବା ସୂଚନା ରହିଛି ।

ତେବେ ଏହି ପୁରା ଅପରାଧ ଘଟଣା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ଗାଁର କିଛି ଲୋକ ଗାଁ ବାହାରେ ଥିବା ଉକ୍ତ ପରିତ୍ୟକ୍ତ କୂଅକୁ ଦେଖିଥିଲେ । କାରଣ କୂଅରୁ ଦୁର୍ଗନ୍ଧ ବାହାରିଥିଲା । ନଭେମ୍ବର ୧୫ ତାରିଖରେ ଏହି ଘଟଣା ସାମ୍ନାକୁ ଆସିଥିଲା । ଗାଁ ଲୋକଙ୍କଠାରୁ ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା ।

ପରେ ମୃତଦେହ ଚିହ୍ନଟ କରାଯାଇଥିଲା । ମୃତ ଯୁବତୀ ଜଣକ ଆରାଧାନା ବୋଲି ଜଣାପଡ଼ିଥିଲା । ମୃତଦେହକୁ ଅର୍ଦ୍ଧନଗ୍ନ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଘଟଣା ଘଟିବାର ୩ ଦିନ ପରେ ଏହି ଘଟଣା ସାମ୍ନାକୁ ଆସିଥିଲା । ପ୍ରିନ୍ସ ଯାଦବ ନିଜ ପରିବାର ଓ ସମ୍ପର୍କୀୟ ଭାଇ ସହ ମିଶି ଏହି ହତ୍ୟା କାଣ୍ଡ ଘଟାଇଥିଲା । ପୋଲିସର କହିବାନୁଯାୟୀ ପ୍ରିନ୍ସ ନାମକ ଯୁବକ ଆରାଧନା ସହ ପ୍ରେମ ସମ୍ପର୍କରେ ଥିଲା । କିନ୍ତୁ ଆରାଧନାର ପରିବାର ଲୋକେ ଅନ୍ୟତ୍ର ବିବାହ କରିବାକୁ ସ୍ଥିର କରିଥିଲେ । ଏଥିରେ ଆରାଧନା ମଧ୍ୟ ରାଜିଥିଲା । ତେଣୁ ଏଥିରେ ଉତକ୍ଷିପ୍ତ ହୋଇ ଆରାଧନାକୁ ହତ୍ୟା ପାଇଁ ଯୋଜନା କରିଥିଲା ପ୍ରିନ୍ସ ।

ନଭେମ୍ବର ୯ ତାରିଖରେ ଯାଦବ ଏକ ବାଇକ୍‌ରେ ଆରାଧନାକୁ ନେଇ ମନ୍ଦିରରେ ପହଞ୍ଚିଥିଲା । ତାପରେ ସେଠାରୁ ସମ୍ପର୍କୀୟ ଭାଇ ସର୍ଭେଶ ସାହାଯ୍ୟରେ ଆରାଧନାକୁ ଏକ ଆଖୁ କିଆରୀକୁ ନେଇଥିଲା । ସେଠାରେ ତାକୁ ହତ୍ୟା କରି ସେହି ଦୁଇ ଜଣ  ୬ ଖଣ୍ଡ କରିଦେଇଥିଲେ । ପରେ ଆରାଧାନା ଶରୀରର ଖଣ୍ଡ ଗୁଡ଼ିକୁ ଏକ ପଲିଥିନ୍‌ରେ ପ୍ୟାକ୍ କରି ତାକୁ କୂଅରେ ଫିଙ୍ଗି ଦେଇଥିଲେ ।