କିଏ ମାରିଛି କି ଫୁଡ ବ୍ଲଗର ସୋନାଲିଙ୍କୁ .. ଆପ୍ଲିକେସନ ବଢ଼ାଇଲା ସନ୍ଦେହ । ଫୁଡ ବ୍ଲଗର ସୋନାଲିଙ୍କ ଶେଷ ଭିଡ଼ିଓ । ଯାହାକି ବର୍ତ୍ତମାନ ଖୁବ୍ ଭାଇରାଲ ହେଉଛି । ନିୟୁ ଇଅର ପାଇଁ ଛୁଟିରେ ଯିବାକୁ ଏକ ଆପ୍ଲିକେସନ, ହତ୍ୟାକୁ ନେଇ ସନ୍ଦେହ ବଢ଼ାଇଛି । ଏହାକୁ ନେଇ ଏବେ ପୋଲିସ କମିଶନରଙ୍କୁ ଭାଟିଛନ୍ତି ସୋନାଲିଙ୍କ ପରିବାର ।
ଫୁଡ ବ୍ଲଗର ସୋନାଲି ସଂଘମିତ୍ରା ପରିଡ଼ାଙ୍କ ମୃତ୍ୟୁ ରହସ୍ୟ ଏବେ ନୂଆମୋଡ଼ ନେଇଛି I ନିୟୁ ଇଅର ପାଇଁ ୩୧ ତାରିଖରେ ଛୁଟିରେ ଯିବାକୁ ଅନୁମତି ମାଗିଥିଲେ ସୋନାଲି । ବିଲଡର କମ୍ପାନୀକୁ ସୋନାଲି ଆବେଦନ କରିଥିଲେ ଛୁଟି । ଛୁଟି ଆବେଦନକୁ ବି ଅନୁମତି ଦେଇଥିଲା କମ୍ପାନୀ I ଏହି କଥା ହେଉଛି ୨୫ ଡିସେମ୍ବରର ।
Also Read
ବଡ଼ ଦିନରେ କେକ ବନାଇବାର ଭିଡ଼ିଓ ବି ସେ ତିଆରି କରିଥିଲେ I ଯେଉଁ ଭିଡ଼ିଓରେ ସେ ବେଶ୍ ଖୁସି ମଧ୍ୟ ରହିଥିବା ଦେଖିବାକୁ ମିଳୁଛନ୍ତି । ଯାହାକି ଏବେ ଭାଇରାଲ ହେଉଛି । ସୋନାଲିଙ୍କ ପରିବାର ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି । ସେପଟେ ମୃତ୍ୟୁ ଦିନ ସେଠାରେ ଉପସ୍ଥିତ ଥିବା ହଷ୍ଟେଲ ୱାର୍ଡେନ ଓ ମାଲିକଙ୍କ କଥାରେ ତାଳମେଳ ମଧ୍ୟ ରହୁନାହିଁ ।
ଅଧିକ ପଢ଼ନ୍ତୁ: ମଣପୁରମ୍ ଫାଇନାନ୍ସ କମ୍ପାନୀରେ ସଶସ୍ତ୍ର ଡକାୟତି, ୩୦ କେଜି ସୁନା ଧରି ଚମ୍ପଟ ମାରିଲେ ଲୁଟେରା
ତେଣୁ ଆଜି ଏନେଇ ପୁଲିସ କମିଶନରଙ୍କୁ ଭେଟି ତଦନ୍ତର ଅଗ୍ରଗତି ନେଇ ଆଲୋଚନା କରିଛନ୍ତି ପରିବାର I ସେପଟେ ଏହି ଘଟଣାରେ ତଦନ୍ତ କରୁଛି ଇନ୍ଫୋସିଟି ପୋଲିସ । ମୃତ ସୋନାଲି ସଂଘମିତ୍ରା ପରିଡାଙ୍କ ପରିବାର ଏହାକୁ ହତ୍ୟା ବୋଲି ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ।
ସୋନାଲିଙ୍କ ବାପା କହିବା କଥା, ମୋ ଝିଅ ଖୁସି ମିଜାଜର । ସେ କେବେ ଜୀବନ ହାରିପାରିବ ନାହିଁ । ଖୁସିରେ ରହୁଥିବା ଝିଅଟା ଏମିତି କାହିଁକି ଅବା ଭାବିବ ? ତା’ର କୌଣସି ଶତ୍ରୁ ନାହାନ୍ତି । ପୋଲିସ ତଦନ୍ତ କଲେ ଜଣାପଡ଼ିବ ।