• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ନାଗର ବିଷୋଦ୍‌ଗାର । ପୁଣି ବୟାନରେ ବିସ୍ଫୋରଣ । ପୋଲିସ୍‌କୁ ଟାର୍ଗେଟ୍ । ସୋ-କଲ୍ଡ ଭିିକ୍ଟିମ୍‌ଙ୍କୁ ବି ନିଶାନା । ଇଡି ୭ ଦିନିଆ ରିମାଣ୍ଡରେ ନେବା ପୂର୍ବରୁ ଆଜି କ୍ୟାପିଟାଲ ହସ୍ପିଟାଲରେ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଆସିଥିବା ବ୍ଲାକମେଲିଂ  ଅଭିଯୁକ୍ତ ଅର୍ଚ୍ଚନା ନାଗ ଗଣମାଧ୍ୟମ ଆଗରେ ମୁହଁ ଖୋଲି ପୁଣି ସୃଷ୍ଟି କରିଛନ୍ତି ବିସ୍ଫୋରଣ । କହିଛନ୍ତି ମୁଁ ଯେତେବେଳେ କହିବି, ସାରା ରାଜ୍ୟ ପରିବର୍ତ୍ତନ ହୋଇଯିବ । ହେଲେ ସେଥିପାଇଁ ମୋତେ ଦରକାର ସଫିସିଏଣ୍ଟ ଟାଇମ୍- ୩୦ ମିନିଟ୍ । ମୋତେ ଫସାଇ ଦେଇଛନ୍ତି ନେତା, ମନ୍ତ୍ରୀ କି ଆଉ କିଏ, ସବୁ ପ୍ରମାଣ ଏକ୍ସକ୍ଲୁସିଭ୍‌ଲି ଦେଖାଇବି ।

ମିଡିଆ ଆଗରେ ଖୋଲାଖୋଲି ଚେତାବନୀ ବି ଦେଇଛନ୍ତି ଲେଡି ବ୍ଲାକମେଲର ଅର୍ଚ୍ଚନା । କହିଛନ୍ତି ‘କାହାକୁ ଛାଡ଼ିବିନି ସବୁ ଗୁମର ଖୋଲିବ । ଲକ୍ଷ୍ମୀସାଗର ଥାନାରେ ଶ୍ରଦ୍ଧାଞ୍ଜଳିର ଏତଲା ପରଠାରୁ କଲ୍ ଯାଞ୍ଚ ହେଉ । ଅକ୍ଷୟ ପରିଜାଙ୍କ ନାଁରେ ଶ୍ରଦ୍ଧାଞ୍ଜଳିର ଏତଲା ପରଠାରୁ ଟିକନିକ୍ କଲ୍ ଯାଞ୍ଚ ହେଉ । ଯଦି ସତ୍ ସାହସ ଅଛି ଶ୍ରଦ୍ଧାଞ୍ଜଳି ସାମ୍ନାକୁ ଆସୁ ଆଉ ପ୍ରମାଣ ଦେଉ ।’ ପରୋକ୍ଷରେ ପୋଲିସ୍କୁ ନିଶାନା କରି ଅର୍ଚ୍ଚନା କହିଛନ୍ତି ‘ମୋ ପାଟି ବନ୍ଦ କରି ଆରେଷ୍ଟ କଲେ । ମୁଁ କଣ ଆତଙ୍କବାଦୀ’ ବୋଲି ପ୍ରଶ୍ନ କରିଛନ୍ତି ଅର୍ଚ୍ଚନା । ‘ସମୟକୁ ଅପେକ୍ଷା କରିଛି, ଇଡି କି ଯେତେ ବଡ଼ ତଦନ୍ତକାରୀ ସଂସ୍ଥା ଆସନ୍ତୁ, ସାମ୍ନା କରିବାକୁ ପ୍ରସ୍ତୁତ’ ବୋଲି କହିଛନ୍ତି ଅର୍ଚ୍ଚନା । ତାସହ କହିଛନ୍ତି-ଇଡିକୁ ଅପେକ୍ଷା କରିଥିଲି, ମୁହଁ ଖୋଲିବାକୁ ସୁଯୋଗ ମିଳିବ ପ୍ରମାଣ ଦେଖାଇବି ମୁଁ ସଂପୂର୍ଣ୍ଣ ନିର୍ଦ୍ଦୋଷ ।

ଅଧିକ ପଢ଼ନ୍ତୁ: ‘କିଛି ନଜାଣି ମୋତେ ବଦନାମ କଲେ, ମୋ ଛୁଆର ଲୁହ ପଡ଼ିବ’

ଅର୍ଚ୍ଚନା ଆହୁରି ମଧ୍ୟ ସାଂଘାତିକ ଅଭିଯୋଗ ଆଣି କହିଛନ୍ତି-‘ପଣସ ଖାଇ ମୋ ମୁଣ୍ଡରେ ଅଠା ବୋଳାଯାଇଛି । ୨ ଜଣ ମିଶି ଏ କାମ କରିଛନ୍ତି ।’ ଏହାପରେ କିଏ ସେ ଦୁଇଜଣ ବୋଲି ସାମ୍ବାଦିକଙ୍କ ବାରମ୍ବାର ପ୍ରଶ୍ନ ପରେ ବି ଆଉ କିନ୍ତୁ ନାଁ କହିଲେନି ଅର୍ଚ୍ଚନା ନାଗ ।

ଗତକାଲି କୋର୍ଟ ହାଜିରା ବେଳେ ବି ବିଷୋଦ୍‌ଗାର କରିଥିଲେ ଅର୍ଚ୍ଚନା । ସୋ-କଲଡ଼ ଭିକ୍ଟିମ୍ କୁଆଡ଼େ ଗଲେ ବୋଲି ପ୍ରଶ୍ନ କରିବା ସହ ମାମଲାର ସିବିଆଇ ତଦନ୍ତ ଦାବି ବି କରିଥିଲେ । ତେଣେ ଅର୍ଚ୍ଚନା ନାଗଙ୍କୁ ଆଜିଠୁ ୭ ଦିନିଆ ରିମାଣ୍ଡରେ ନେଇଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମୁଖ୍ୟତଃ ଅର୍ଚ୍ଚନାଙ୍କ ବିଶାଳ ଆର୍ଥିକ ସାମ୍ରାଜ୍ୟର ଖୋଳତାଡ଼ କରିବ । ତେବେ ଜେରାବେଳେ ଅର୍ଚ୍ଚନାଙ୍କ ଓକିଲ ଉପସ୍ଥିତ ରହିବାକୁ ଅନୁମତି ଦେଇଛନ୍ତି କୋର୍ଟ ।